Category ଆମ ଭାଷା ଓ ସାହିତ୍ୟ

ରେଳ ଉପରେ ଚିଲିକା ଦର୍ଶନ (ଅବକାଶ ଚିନ୍ତା କାବ୍ୟ)

ସୌରଭିତ ସୃଷ୍ଟି: ଉତ୍କଳମଣି ଗୋପବନ୍ଧୁ ଦାସ  ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ୱପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ…

ରାଧା ଗୋବିନ୍ଦ ଭଜନ

ସୌରଭିତ ସୃଷ୍ଟି: ଭକ୍ତକବି ଗୋପାଳକୃଷ୍ଣ ରାଗ: ମଙ୍ଗଳଗୁଜ୍ଜରୀ, ତାଳ: ତ୍ରିପୁଟା ଚିତ୍ର:  ରାଧାଗୋବିନ୍ଦ ଦେଉଳ, ମେଳିଆପୁଟି (ନିର୍ମାତା: କୃଷ୍ଣପ୍ରିୟା ପାଟମହାଦେଇ, ପୁଣ୍ୟପୀଠ ପାରଳା) ମୂଢ ମନ, ଦୃଢ଼ କରି ଭଜ ଶ୍ରୀରାଧା ଗୋବିନ୍ଦ ଘୁଞ୍ଚିବ ସକଳ ଜ୍ୱାଳା ପାଇବୁ ଆନନ୍ଦ। ଉଚ୍ଚସ୍ୱରେ ଶବଦାଇ ହରି ହରି ବୋଲ ସରାଗେ ବୈଷ୍ଣବ ଗଣ କରିନେବେ କୋଳ।ପରିହରି ଦୁରେ…

କଳସା ଚଉତିଶା

ସୌରଭିତ ସୃଷ୍ଟି: କବି ବତ୍ସା ଦାସ ଓଡ଼ିଶାରେ ଶୈବ ଧର୍ମର ପ୍ରଚଳନ ବହୁ ପ୍ରାଚୀନ । ଏହାର ପ୍ରାଚୀନତମ ନିଦର୍ଶନ ହେଉଛି ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ କେଉଁଝର ଜିଲ୍ଲାର ଅସନପାଟ ଅଭିଲେଖରେ ଖୋଦିତ ନଟରାଜ ଶିବ ବିଗ୍ରହ । ପରେ ଏହି ଶୈବଧର୍ମ ଦଶମ ଓ ଏକାଦଶ ଶତାବ୍ଦୀ ବେଳକୁ ଏକ ପ୍ରକାର ରାଜଧର୍ମରେ ପରିଣତ…

ମାତୃଭୂମି (Matrubhumi)

ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର ମା’ ସର୍ବଦା ବନ୍ଦନୀୟ, ସ୍ନେହର ଅବତାର, ପରିବାରର ଶ୍ରେଷ୍ଠତମ ରୂପ, ସର୍ବଜନ ପ୍ରିୟ, ଶ୍ରଦ୍ଧାର ସାଗର, ପବିତ୍ର ! ମା’ ବିନୁଁ ଅନ୍ୟ ଗତି, ମୁକ୍ତି ନାହିଁ । ତେବେ ବିଶଦ ଅର୍ଥରେ ମାତୃଭୂମି ସମସ୍ତଙ୍କର ମା’। ଏହି କ୍ରମରେ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ରଚିତ ମାତୃଭୂମି କବିତା…

କେତୋଟି ଉପଦେଶ ବାକ୍ୟ

ସୌରଭିତ ସୃଷ୍ଟି: କବିବର ରାଧାନାଥ ରାୟ ଉତ୍କଳ ଏବଂ ଉତ୍କଳୀୟତାର ପ୍ରତିଟି ବିଷୟକୁ ଗୌରବାନ୍ଵିତ କରିବାରେ ରାଧାନାଥ ହିଁ ଥିଲେ ସବୁ ଦୃଷ୍ଟିରୁ ଏକ ସ୍ତମ୍ଭୀୟ ବ୍ୟକ୍ତିତ୍ଵ (Pivotion Personality)। ସେ ଥିଲେ ପ୍ରଥମ ଜାତୀୟତାବାଦୀ କବି ଯିଏ ଛବିଳ ଓଡ଼ିଶାର ସ୍ଵପ୍ନ ଦେଖିଥିଲେ। ଛବିଳ ଓଡ଼ିଶାକୁ ମଧ୍ୟ ସେହି ଭାବରେ ବର୍ଣ୍ଣନା କରିଥିଲେ। ଏହି…

ତୁହିଟି କି

ସୌରଭିତ ସୃଷ୍ଟି: କବୀ ଅପର୍ଣ୍ଣା ଦେବୀ ଶ୍ରୀମତୀ ଅପର୍ଣ୍ଣା ଦେବୀ, ଆମ ସାହିତ୍ୟରେ ଜଣେ ଅନାଲୋଚିତ କବୀ ପ୍ରତିଭା। ପ୍ରାକ-ସ୍ଵାଧୀନତା କାଳରେ ଜନ୍ମିତ ଏହି ପ୍ରତିଭା ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ଅନେକ ଗଳ୍ପ, କାବ୍ୟ, ଉପନ୍ୟାସ, କବିତା ରଚନା କରି । ଆଜି ଓଡ଼ିଶାର ପାଲାଗାୟକଗଣ ପାଲା ପରିବେଷଣ କରିବା ସମୟରେ ତାଙ୍କରି କାବ୍ୟର…

ଋକ୍ମିଣୀ ବିଭା

~ ଋକ୍ମିଣୀ ବିଭା ~ ସୌରଭିତ ସୃଷ୍ଟି: କବି କାର୍ତ୍ତିକ ଦାସ ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକ ଅନନ୍ୟ ନିଦର୍ଶନ, କାର୍ତ୍ତିକ ଦାସଙ୍କ ରଚିତ ‘ଋକ୍ମିଣୀ ବିଭା’ କାବ୍ୟର ପ୍ରଥମ ଛାନ୍ଦ ଏଠାରେ ଉଲ୍ଲେଖ କରୁଅଛି। ଏଥି ସହ ଦେଉଛୁ କାର୍ତ୍ତିକ ଦାସଙ୍କ ସମ୍ବନ୍ଧରେ କିଛି ପରିଚୟ । ~ କବି ପରିଚୟ ~ ସରଳ…

ଗୀତଗୋବିନ୍ଦ

ଲେଖା: ନିରଞ୍ଜନ ସାହୁ ହେ ମାଧବ ! ରାଗାତ୍ମିକା ଭକ୍ତିର ଏହି ବାରଟି ସର୍ଗ ଭଗବତ୍ ଲୀଳା ମାଧ୍ୟମରେ ଗୀତଗୋବିନ୍ଦ ମହାକାବ୍ୟରେ ପ୍ରକାଶିତ। ତାହାହିଁ ତମର ନିଜ କଥା । ପ୍ରାଚୀ ଉପତ୍ୟକାର ଦ୍ଵାଦଶ ମାଧବ ବୋଧେ ଏହି ଦ୍ଵାଦଶ ସର୍ଗର ଭିତ୍ତି ! ହ୍ଲାଦିନୀ ଅଂଶ ସମ୍ଭୁତା ଶ୍ରୀରାଧା ଓ ମାଧବଙ୍କ ଲୀଳା ସ୍ଵଛ…

ଗୀତଗୋବିନ୍ଦ

ସେହି ଯୁବକ ବ୍ରାହ୍ମଣ ଜୟଦେବଙ୍କ ଭିତରେ ତମେ କ'ଣ ଦେଖିଥିଲ ନିଜକୁ ! ସେଇଥିପାଇଁ ହେ ବିଦ୍ଗଧ ମାଧବ, ଆପଣେଇ ନେଇଥିଲ କି ପଦ୍ମାବତୀଙ୍କୁ ? ରାଧାରାଣୀ ପଦ୍ମାବତୀ ରୂପେ ଏବଂ ଶ୍ରୀକୃଷ୍ଣ ଜୟଦେବ ରୂପରେ ସତରେ ତେବେ କ'ଣ ଧରାବତରଣ ହୋଇଥିଲେ ନିଜର ଲୀଳା ପ୍ରଚାର ସହ ଅନୁପମ ଶ୍ରୀଗୀତଗୋବିନ୍ଦ ରଚନା କରିବାକୁ ?

ଗୀତଗୋବିନ୍ଦ

ଲେଖା: ନିରଞ୍ଜନ ସାହୁ “କି ହେଲାରେ, କହିତ ନୁହଇ ଭାରତୀରେ କାଲି ଯା ଦୂରରୁ ଦେଖି, କଳନା କଲା ମୋ ଆଖି, କଳା ଇନ୍ଦ୍ରୀବର ଆରତି ରେ “ କାହ୍ନୁରେ . .  ଏ ଗୀତ ସିନା ରାଧିକାଙ୍କ ଉକ୍ତି ଥିଲା ଲଳିତାଙ୍କ ପ୍ରତି କବିସୂର୍ଯ୍ୟଙ୍କ ଲେଖନୀରେ, ହେଲେ ମତେ ଲାଗୁଚି ଏ ଯେମିତି ସଭିଙ୍କ…