Category ଆମ କଥା

ମାଣ୍ଡ୍ କିନ୍ଦରା

ଉପସ୍ଥାପନା: ଶିଶିର ସାହୁ ମନୋଜ ~ ଦକ୍ଷିଣ ପଶ୍ଚିମ ଓଡ଼ିଶାର ମାଣ୍ଡ୍ କିନ୍ଦିରା ଓ ମାଣ୍ଡ୍ କୁଲେନ୍ ~ ଓଡ଼ିଆ ଲୋକଙ୍କର ବାହାଘର ରୀତିନୀତି ଅଞ୍ଚଳ ଭେଦରେ କିଛିମାତ୍ରାରେ ଭିନ୍ନ ଭିନ୍ନ ହୋଇଥାଏ । ଭତରା ଓଡ଼ିଆମାନଙ୍କର ଵିଵାହ ଉତ୍ସଵ ମଧ୍ୟରେ ଦରମ୍ ପାନି ରୀତିଟି ତହିଁର ଏକ ଉଦାହରଣ । ଭତରା ଵା ଭୋତାର୍‌ମାନେ…

ମା’ ମଙ୍ଗଳା

ଲେଖା: ଶିଶିର ସାହୁ ମନୋଜ ~ ମା’ ମଙ୍ଗଳା: ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ~ ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ ମା’ ମଙ୍ଗଳା । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ । ଗୋପୀନାଥ ଦାସ…

ମୁରୁଜ

ଲେଖା: ଅଶୋକା ନାୟକ ~ ଆମ ଓଡ଼ିଆ ଘରର ମୁରୁଜ କଳା ପରମ୍ପରା ~ ଓଡ଼ିଆ ଘରେ ସବୁ ପର୍ବପର୍ବାଣୀ, ଜନ୍ମଦିନ, ବାହାଘର, ଶ୍ରାଦ୍ଧରେ ମୁରୁଜ, ଝୋଟି, ଚିତା ପଡେ। ସେ ତେଣିକି କାର୍ତ୍ତିକରେ ଚଉରା ମୂଳରେ ହେଉ ବା ମାର୍ଗଶିର ଗୁରୁବାର ପାଇଁ ଦାଣ୍ଡରୁ ବାରି ପର୍ଯ୍ୟନ୍ତ ହେଉ, ଷଠୀପୂଜା ପାଇଁ ହେଉ ବା…

ଚନ୍ଦନ ମଉଜ

ଲେଖା: ଅଶୋକା ନାୟକ ~ ଶ୍ରୀକ୍ଷେତ୍ରର ନିଆରା ପରମ୍ପରା ଚନ୍ଦନ ମଉଜ ~ ସାଙ୍ଗ, ଭାଙ୍ଗ, ସଙ୍ଗୀତ ଓ ପଙ୍ଗତର କ୍ଷେତ୍ର ଶ୍ରୀକ୍ଷେତ୍ର। ପୁରୀ ଲୋକଙ୍କୁ ବୁଝିବାକୁ ହେଲେ ଏହି ଚାରୋଟି ବିଷୟରେ ଜାଣିବାକୁ ହେବ। ଆଉ ଏହି ଚାରୋଟିର ବ୍ୟାଖ୍ୟା ପାଇଁ ଚନ୍ଦନଯାତ୍ରାରେ ହେଉଥିବା ଚନ୍ଦନ ମଉଜ ବିଷୟରେ ଜାଣିବାକୁ ପଡିବ। କିନ୍ତୁ ଗତ…

ପାଣିଖରା

ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ ~ ପାଣିଖରା, ଖରାଵରଷା ଓ ବିଲୁଆ ନନାର ବାହାଘର ~ ଵର୍ଷା ଛାଡି଼ଗଲାପରେ ଯେଉଁ ଟାଣ୍ ଖରା ହୁଏ ତାକୁ ଆମ ଭାଷାରେ ପାଣିଖରା କହିଥାନ୍ତି । ଵର୍ଷା ହେଵା ଦିନ ପରିଵେଶ ଥଣ୍ଡା ହୋଇଯାଏ କିନ୍ତୁ ଵର୍ଷା ଛାଡି଼ଲା ପରଦିନ ଆକାଶରେ ବାଦଲ ନଥିଲେ…

ଶଗଡ଼ିଆ ଗୀତ

ଲେଖା: ଦେଵ ତ୍ରିପାଠୀ ଇଏ ଆମ ଗାଁ ଗହଳିର ଅସିଆ କାଳର ମସିଆ କଥା ! ବେଳବୁଡ଼ି ଆସିଲା ବେଳକୁ ବଳଦ ଆଡ଼େଇ ଶଗଡ଼କୁ ଘରମୁହାଁ କରାଉଥିବ ଚଷାପୁଅ ! ଲହରା ସୁର ତା’ର ଭାସି ଆସୁଥିବ କାଇଁ କେତେ ଦୂରରୁ ! “ଦୂରକୁ ସୁନ୍ଦର ତ ପରବତମାଳ ଗାଆଁକୁ ସୁନ୍ଦର ତ ନଡ଼ିଆ ଗୁଆ…

ନଳୁଆ କେଳା

ଲେଖା: ଦେଵ ତ୍ରିପାଠୀ ଦିନେ ଆହତ କ୍ରୌଞ୍ଚର ବେଦନାବିଦ୍ଧ ଦୃଶ୍ୟ ମହର୍ଷି ବାଲ୍ମିକୀଙ୍କ କଣ୍ଠରେ ଭରିଥିଲା ଆର୍ଯ୍ୟଭୂମିର ଆଦ୍ୟ କବିତା; ଶରବିଦ୍ଧ ହଂସ ଗୌତମ ବୁଦ୍ଧଙ୍କୁ କରିଥିଲା ଉତ୍ତାଳ କରୁଣାରେ ଆର୍ଦ୍ର, ନିଷ୍ଠୁର ବ୍ୟାଧର ଆଚରଣରୁ ସୃଷ୍ଟି ହେଇଥିଲା ଏ ଜାତିର ମହାକାବ୍ୟ ‘ରାମାୟଣ’ ଏବଂ ଆଉ ଜଣେ ଲଭିଥିଲେ ଆଲୋକିତ ପଥର ସନ୍ଧାନ –…

ମା’ ଚଣ୍ଡୀବୁଢ଼ୀ

ଲେଖା: ପ୍ରଳୟ ନାୟକ ଏ ଯେଉଁ ଯବନ ଆକ୍ରାନ୍ତାର ଶାବେଳୀ ଆଉ ଖଣ୍ଡା ଆଘାତରେ ଭଗ୍ନ ରଣସାଜ ସଜ୍ଜିତ ଅଷ୍ଟଭୁଜା ନାରୀର ମୂର୍ତ୍ତି ଦେଖୁଛନ୍ତି ସୁଧୀଜନେ, ଏ ଖାଲି ଭଙ୍ଗା ପଥର ଖଣ୍ଡେ ନୁହନ୍ତି । ଆମ ପାଞ୍ଚଖଣ୍ଡ ଗାଁର ପରମ କରୁଣାମୟୀ ମା’ ଇଏ, “ମା’ ଚଣ୍ଡୀବୁଢ଼ୀ” । ଗୁଡ଼ କ୍ଷୀରି ଆଉ କଦଳୀ…

ବଲୁରିଆ

ଲେଖା: ଅକ୍ଷୟ ଓଝା ବଲୁରିଆ ଏକ ବହୁ ପ୍ରାଚୀନ ଗ୍ରାମ । ଏହି ଗ୍ରାମଟି ଛୋଟ ଛୋଟ ଭାଗରେ ବିଭକ୍ତ । ତଳ ବଲୁରିଆ, ଉପର ବଲୁରିଆ, ମହଲକଣ, ଜଲ୍ଲାକୁଳ ଇତ୍ୟାଦି । ବଲୁରିଆ ନାମକରଣ ସହିତ ପ୍ରାଚୀନ ଦଧିବାମନ ଜୀଉଙ୍କ ଅବସ୍ଥାନ ଏକ ରହସ୍ୟମୟ ଅଧ୍ୟାୟ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳ ବହୁଦିନ…

ଓଡ଼ିଆଣୀ

ରଚନା: ଇଂ ବିଜୟ କେତନ ସାହୁ ମଗଧେ, ମୈଥିଳେ, ଅଙ୍ଗେ, ବଙ୍ଗେ, ପୁଣି                       ଦେଖିଛି କେତେ ସୁନ୍ଦରୀ, ଏ ଯୋଷା‐ଚରଣ ଘସା ପଥରକୁ                     ନୋହିବେ ଟି କେହି ସରି ।। ଆନ ନାରୀ ସିନା ମର୍ତ୍ତ୍ୟର ତଟିନୀ,                     ଏ ଯେ ମନ୍ଦାକିନୀ ଧାରା । ଆନ ନାରୀ ସିନା ମର୍ତ୍ତ୍ୟର କୁସୁମ,…