Category ଆମ ଚଳଣି

ଗାଁ ରାସ୍ତା

ଲେଖା: ଅକ୍ଷୟ ଓଝା ଗାଁର ଲମ୍ବି ଯାଇଥିବା ଅସରନ୍ତି ସଡ଼କଟା । ଆଜି ଚାଲିଲେ କାହିଁକି ଖୁସିରେ ଛାତି କୁଂଢେମୋଟ ହେଇ ଯାଏ । ସୁଲୁସୁଲିଆ ହାଲୁକା ଶୀତୁଆ ପବନ, ପବନରେ ଗଛଳତାର ଫୁଲ ଫଳର ସୁଗନ୍ଧ । ଧାନକଟା ସରିଯିବାର ଦୃଶ୍ୟ । ଫୁଙ୍ଗୁଳା ବିଲରେ ପୁଳାଏ ପୁଳାଏ ଗାଈ ଗୋଠ । ବଡବନ୍ଧ…

ବରଗଛ

ଲେଖା: ଅକ୍ଷୟ ଓଝା ଗାଆଁର ଏକ ଶେଷ ମୁଣ୍ଡରେ ଦଣ୍ଡାୟମାନ ଏହି ପୁରୁଣା ବରଗଛ ରୁକୁଣି ପଡିଆ ଗୋଚର ଭୂଇଁର ମଧ୍ୟ ଭାଗରେ । ଖରା ବେଳେ ଗାଈମାନେ ବିଶ୍ରାମ କରନ୍ତି ଏହି ବିଶାଳ ବୃକ୍ଷ ଛାୟାରେ । କେହି କେବେ କ୍ଷେତରୁ ଫେରୁଥିବା କୃଷକ କିମ୍ବା କୃଷକ ପରିବାର ଏହି ବୃକ୍ଷ ଛାୟାରେ ବିଶ୍ରାମ…

ସୂର୍ଯ୍ୟବନ୍ଧୁ

ଲେଖା: ଅକ୍ଷୟ ଓଝା ସେତେବେଳେ କେବଳ ସମଜାତିରେ ବିବାହ କରି ବନ୍ଧୁତା ଗଢିବାକୁ ହିଁ ସମ୍ପର୍କ କୁହାଯାଉ ନ ଥିଲା ଗ୍ରାମ୍ୟ ସମାଜରେ । ଆଉ ଏକ ପ୍ରଗାଢ ସମ୍ପର୍କର ବନ୍ଧୁତ୍ୱ ଥିଲା ସେ ସମୟରେ । ସମାଜରେ ଧର୍ମ ସମ୍ପର୍କ । ହୃଦୟରେ ହୃଦୟକୁ ମିଳୁଥିବା ସମ୍ପର୍କ । ପାରିବାରିକ ସମ୍ପର୍କ। ସୂର୍ଯ୍ୟବନ୍ଧୁ ।…

ବାଘଛେଳି ଖେଳ

ଲେଖା: ଶିଶିର ସାହୁ ମନୋଜ ନବେ ଦଶକର ଛୁଆ ନିଶ୍ଚୟ ଏଇ ଖେଳ ଖେଳିଥିବେ । ଗାଆଁରେ ଆଜି ବି ପିଲାଏ ଏ ଖେଳ କାଁ ଭାଁ ଖେଳିଥାଆନ୍ତି । ଢେଙ୍କାନାଳରେ ଏ ଖେଳକୁ “ବାଘଛେଳି ଖେଳ” କୁହାଯାଏ । କେଉଁଠି କେଉଁଠି ବାଘବଜାରି ମଧ୍ୟ କୁହାଯାଇଥାଏ । ବଡ଼ ଗୋଡ଼ିକୁ ବାଘ ଓ ଛୋଟ…

ବୃତ୍ତି ଏ ମୋର ପୋଷେ କୁଟୁମ୍ବ

ଲେଖା: ଅରବିନ୍ଦ ମହାନ୍ତି ଗୁହାଳଡିହି ଗ୍ରାମ। ଭଞ୍ଜଭୂମଣ୍ଡଳ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକର ଅନ୍ୟତମ ଏକ ଗ୍ରାମ। ଏହି ଗାଁର ଲୋକମାନେ ମୁଖ୍ୟତଃ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ଶାଳପତ୍ର ବୁଣି ନିଜର ସବୁ ଦିନିଆ ଗୁଜୁରାଣ ମେଣ୍ଟାଇବା ଏମାନଙ୍କ କାର୍ଯ୍ୟ। ଏହି ଗାଁ ସହିତ ଅନ୍ୟ ପାଖାପାଖି ଗାଁର ଲୋକ ମାନଙ୍କର ମଧ୍ୟ ଏହା…

ବର୍ଷାରେ ଆମ ଗାଆଁ

ଲେଖା: ଅକ୍ଷୟ ଓଝା ରଜ ସରୁ ସରୁ ବର୍ଷା ଆସିଯାଏ ଆମ ଗାଆଁରେ । ଖୁବ୍ ଝୁମି ଝୁମି ବର୍ଷେ । ଚାଳରୁ ବୋହି ପଡେ ବର୍ଷା । ପାଣି ଫୋଟକା ହୋଇ କିଛି ସମୟ ପାଇଁ ଖେଳି ବୁଲେ ପାଣିରେ । ପୁଣି କୁଆଡେ ଉଭାନ ହେଇଯାଏ । ଚାଳ ପାଣିରୁ ଦାଣ୍ଡ ଭରେ…

ନାରିକେଳ

ଲେଖା: ଦେଵ ତ୍ରିପାଠୀ   ~ ନାରିକେଳ ~ ଇଏ କୋଉ ଅସିଆ କାଳର‌ ମସିଆ କଥା ! ଥିଲେ ଜଣେ ଗ୍ରାମୀଣ ଚାରଣ କବି । ସେଇ କବିଙ୍କ ଖ୍ୟାତି ଆଉ ଲାଳିତ୍ୟମୟ ସଙ୍ଗୀତର ଧ୍ୱନି ପ୍ରତିଧ୍ୱନିତ ହେଉଥିଲା ମହୀମଣ୍ଡଳରେ। ରାଜ୍ୟର ଦୁର୍ଦ୍ଦାନ୍ତ ରାଜା ସେ ସଙ୍ଗୀତର ପ୍ରଭାବରୁ ମୁକୁଳାଇ ପାରି ନ ଥିଲେ…

କାନ୍ଦଣା ଲହରୀ

ଲେଖା: ଅକ୍ଷୟ ଓଝା “ବାସୁକି ସହିଛି ବସୁଧା ଭାର ଲୋ ବୋଉ ବୃକ୍ଷ କି ସହିଛି ଫଳର ଭାର ଲୋ ବୋଉ ନଦୀ କି ସହିଛି ମୀନର ଭାର ଲୋ ବୋଉ ନ ସହି ପାରିଲୁ ମୋହର ଭାର ଲୋ ବୋଉ ************** ବନସ୍ତରେ ପାରା ଯୋଡିକି ଯୋଡ଼ି ଲୋ ମାେ ମାଆମାନେ ସେ ପାରା…

ଧାନରୁଆ ଗୀତ (DhanaRua Gita)

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ ଦକ୍ଷିଣ ଓଡ଼ିଶାର ସଂସ୍କୃତି ସର୍ବଦା ଲୋକ ନୃତ୍ୟ, ଗୀତ ଓ ଏହାର ଉନ୍ନତ ପରମ୍ପରାକୁ ନେଇ ଜୀବିତ। ବିଶେଷ କରି ଉଭୟ ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ କୋରାପୁଟରେ ପ୍ରତ୍ୟେକ ଲୋକର ଜୀବନ ଜୀବିକା ସହ ଗୀତ ଟିଏ ଯେପରି ବନ୍ଧା ହୋଇ ଯାଇଥାଏ। ସେ ଠାକୁର ଘରେ…

ମାଗୁଣିର ଶଗଡ଼ (Magunira Shagada)

ଉପସ୍ଥାପନା: ଅନ୍ତରଙ୍ଗ କଳିଙ୍ଗ ମାଗୁଣିର ଶଗଡ଼ ପରି ସଦାକାଳ ପରିତ୍ୟକ୍ତ ସେମାନଙ୍କ ଜୀବନ । ଯେଉଁଠି ସକାଳ ଆରମ୍ଭ ହୁଏ ସଂଘର୍ଷ, ସଂଘାତ ଓ ଶେଷ ହୁଏ ସମ୍ଭାବନାହୀନ ସୂର୍ଯ୍ୟାସ୍ତରେ । ସରକାର ଆସେ, ପୁଣି ବଦଳିଯାଏ । ଯୋଜନା ବି ଆସେ, ଯାଏ । ଫମ୍ପା ପ୍ରତିଶ୍ରୁତି ଆଉ ମୂଲ୍ୟହୀନ ଯୋଜନାର ବୈତରଣୀ ଭସାଇ…