Category ହଜିଲା ଦିନର କଥା

ବ୍ରହ୍ମପୁରୀ ପାନ

ଉତ୍ତରପ୍ରଦେଶ ରାଜ୍ୟର ବହୁଳାଂଶ ଓ ବିହାର ପ୍ରଦେଶର କେତେକାଂଶରେ ଅନ୍ୟ ରାଜ୍ୟର ପାନ ତୁଳନାରେ ଲୋକପ୍ରିୟତା ହାସଲ କରିପାରିଥିଲା ଆମ ହିଞ୍ଜିଳିକାଟୁ ତଥା ଆଖପାଖ ଅଞ୍ଚଳର ପାନ ! ବନାରସୀ ପାନ ବୋଲି ଯେଉଁ ନାମ ଡ଼ାକ, ସେଇ ପାନ କହିଲେ ମୁଖ୍ୟତଃ ଗଞ୍ଜାମର ପାନପତ୍ରକୁ ହିଁ ବୁଝାଇଥାଏ, ପାନର ମସଲା ଅବଶ୍ୟ ଭିନ୍ନ . .

ବାଲିଆପାଳର ଲାଲମାଟିରେ ପାନର ଇତିହାସ

କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .

ଓଡ଼ିଶାରେ ପାନଚାଷର ପରମ୍ପରା

ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ 'ବରଜ'କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ . .

ଓଡ଼ିଆଙ୍କ ପାନ

ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା'ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି' ଖଣ୍ଡ ଭାଙ୍ଗିନେବେ . .

ଭାଗବତ ଟୁଙ୍ଗୀ  

ଉପସ୍ଥାପନା: ଦେଵ ତ୍ରିପାଠୀ   ଓଡ଼ିଆ ସଂସ୍କୃତି ତଥା ଧାର୍ମିକ ଚେତନାର ପ୍ରାଣକେନ୍ଦ୍ର ଭାଗବତ ଟୁଙ୍ଗୀ । ସଞ୍ଜ ନଇଁ ଆସିଲାଣି । ତୁଳସୀ ଚଉରା ମୂଳେ ସଳିତା ଜାଳିସାରିଲାଣି ବୋହୂ । ଗୋଟି ଗୋଟି ହୋଇ ତାରା ଫୁଟି ଉଠିଲେଣି ଆକାଶରେ । ଗଛ ମଥାନ ବି ଟିକେ ଚହଲିବାକୁ ନାହିଁ, ଦିନସାରା ଡହ ଡହ…

ଶଗଡ଼ଚକ

ଲେଖା: ଦେଵ ତ୍ରିପାଠୀ ଚଷାପୁଅର ଚାଷବାସ ସହ ଯୋଡି ହୋଇ ରହିଛି ଶଗଡ଼ । ଓଡ଼ିଆଙ୍କ ଗ୍ରାମ୍ୟ ଜୀବନରେ ପରିବହନକୁ ସୁଗମ କରାଇଥାଏ ଶଗଡ଼ । ଶଗଡଗାଡିର କଥା କହିଲେ ମନକୁ ଆସିଯାଏ ‘ମାଗୁଣିର ଶଗଡ’ ଗଳ୍ପର ମାର୍ମିକ ସ୍ବାଦ କିମ୍ବା ‘ରୂପା ଶଗଡ଼ିରେ ସୁନା କନିଆଁ’ର ଭାବ । ପିଲାବେଳେ ଆମ ଭିତରୁ ଅନେକ…

ଢିଙ୍କି

ଲେଖା: ଦେବ ତ୍ରିପାଠୀ ଗାଁ ମାଟିର ତୁଟାଇ ଶିରୀ ସହର ଚାହେଁ ଉଙ୍କି, ବଗଡା ଭାତ ରୁଚୁନି ଆଉ ଅଲୋଡ଼ା ଆଜି ଢିଙ୍କି II ଦିନକୁଦିନ ଯନ୍ତ୍ରସଭ୍ୟତା ଭିତରେ ପେଷି ହୋଇ ଯାଉଥିବା ମଣିଷ ହରାଇବସୁଛି ନିଜର କର୍ମଦକ୍ଷତା । ଏହି ସମାଜ ଆଧୁନିକତା ଛଳରେ ସହରୀସଭ୍ୟତା ସହ ନିଜକୁ ତଉଲି ଚାଲିବାର ଉଦ୍ୟମ କରିଛି…