Category ଓଡ଼ିଶାର ବରପୁତ୍ର

ଭୁବନାନନ୍ଦ ଦାସ 

ଲେଖା: ଦେଵ ତ୍ରିପାଠୀ ଆମ ରାଜ୍ୟର ସେ ଏପରି ଜଣେ ବରପୁତ୍ର, ଯିଏ ଭାରତୀୟ ପାର୍ଲ୍ୟାମେଣ୍ଟର ପିତା ରୂପେ ସମ୍ମାନିତ; ଦକ୍ଷ ଇଞ୍ଜିନିୟର ଭାବେ ସେ ଏକଦା ଥିଲେ ବ୍ରିଟିଶ ସରକାର ତଥା ନେହେରୁ ସରକାରଙ୍କ ଏକକ ବୈଷୟିକ ପରାମର୍ଶଦାତା; ଦେଶରକ୍ଷା ବିଭାଗର ପରାମର୍ଶଦାତା ଭାବେ ସେ ଆଣିପାରିଥିଲେ ଅଦ୍ଭୁତପୂର୍ବ ପରିବର୍ତ୍ତନ । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ…

ସିଂହାରୀ ଶ୍ୟାମସୁନ୍ଦର କର

ଲେଖା: ଦେଵ ତ୍ରିପାଠୀ ସିଂହାରୀ ଶ୍ୟାମସୁନ୍ଦର କର । ସୁନାମଧନ୍ୟ ଓଡ଼ିଶୀ ସଙ୍ଗୀତଜ୍ଞ ଓ ମର୍ଦ୍ଦଳ ବାଦକ ଏବଂ ଓଡ଼ିଶୀ ସଙ୍ଗୀତର ପୁନରୁଦ୍ଧାର ତଥା ପ୍ରଚାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଅଗଣିତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସମ୍ମାନାସ୍ପଦ ସ୍ଥାନ ଗ୍ରହଣ କରିପାରିଛନ୍ତି ସେ । ଓଡ଼ିଶୀ ସଙ୍ଗୀତର ଆଦିଗୁରୁ ହିଁ ଶ୍ୟାମସୁନ୍ଦର ।…

ଧରଣୀଧର ମିଶ୍ର 

ଲେଖା: ନିରଞ୍ଜନ ସାହୁ “ମହତ ଛାମୁରେ ପ୍ରାର୍ଥନା କରିବା ପ୍ରଶଂସ୍ୟ ଅଟଇ ସଦା, ଫଳ ଲାଭ ପଛେ ନହେଲେ ନହେବ ନୀଚେ ନ ଯାଚିବ କଥା । ମୋହ ଲାଗି କେତେ ଯତନ କରୁଛି ଆହା ମୋ ଧରଣୀଧର,  ତୋତେ ଘେନି ମୁହିଁ ପୁତ୍ରବତୀ ଏକା ତୁହି ମୋ ଯୋଗ୍ୟ କୁମର ।”  ଏହା ଥିଲା…

ନିମାଇଁ ଚରଣ ହରିଚନ୍ଦନ

ଲେଖା: ଦେଵ ତ୍ରିପାଠୀ ଜଗତର ନାଥଙ୍କ ଉଦ୍ଦେଶ୍ୟରେ ତାଙ୍କର ଶେଷ ଗୀତ ଥିଲା: ” . . .ବାହୁଡ଼ାରେ ମୋତେ ବାହୁଡ଼ାଇ ନିଅ ହେ ମହାପ୍ରଭୂ”, ଏବଂ ସେଇ ମରମଛୁଆଁ ପଦ ହୋଇଥିଲା କାଳଜୟୀ I ଭକ୍ତପ୍ରବରଙ୍କ ଇଛା ବି ପୂରଣ କରିଥିଲେ ମହାପ୍ରଭୂ I ୧୯୮୩ ମସିହାରେ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ାଦିବସରେ ଅଗଣିତ ଭକ୍ତିରସପ୍ରେମୀ…

ନୟାଗଡ଼ ଗୁଳିକାଣ୍ଡ

ଲେଖା: ନିରଞ୍ଜନ ସାହୁ ଗଡ଼ଜାତ ରାଜ୍ୟରେ ଭାରତଛାଡ଼ ଆନ୍ଦୋଳନ ଏକ ଭୟାବହ ରୂପ ଧାରଣ କରିଥିବା ରାଜ୍ୟମାନଙ୍କ ମଧ୍ୟରୁ ନୟାଗଡ଼ ଥିଲା ଅନ୍ୟତମ । ସେହିଠାରେ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମର ଯୂପକାଠିରେ ଚାରିଜଣ ପ୍ରାଣବଳି ଦେଇଥିଲେ । ତନ୍ମଧ୍ୟରୁ ଜଣେ ପୋଲିସ ଗୁଳିରେ ନିହତ ହୋଇଥିବା ବେଳେ ଅନ୍ୟ ତିନିଜଣ ପୋଲିସ ଅତ୍ୟାଚାରରେ ମୃତ୍ୟୁ…

ମୋହନଦାସ ରତିକାନ୍ତ ରାଓ 

ଲେଖା: ଅମ୍ରିତେଶ ଖଟୁଆ ଅଜସ୍ର କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ସହ ଅନନ୍ତ ଐତିହ୍ୟର ପଟ୍ଟଭୂମି ଉପରେ ଅବତିଷ୍ଠିଥିବା ଓଡ଼ିଆ ସଂସ୍କୃତି ମହାଭାରତୀୟତାର ଏକ ଅଭିନ୍ନ ପ୍ରବାହିତ ସ୍ରୋତ। ଐତିହ୍ୟଦୀପ୍ତ ଓଡ଼ିଆ ମାଟିରେ ଯେଉଁ ଯୋଗଜନ୍ମା ମନୀଷୀମାନଙ୍କ ଆବିର୍ଭାବ, ତାହା ଏ ଜାତିର ତ୍ରିଦିବଲୋକକୁ ଋଦ୍ଧିମନ୍ତ କରିଆସିଛି। ହେଲେ ଏହି ମାନଙ୍କ ଭିତରେ ଲୁକ୍କାୟିତ ରହିଯାଇଛି…

ରେବା ରାୟ 

ଲେଖା: ଅମ୍ରିତେଶ ଖଟୁଆ ୧୮୬୬ ମସିହାର କରାଳ ଦୁର୍ଭିକ୍ଷ ପରେ ଓଡିଶାରେ ଆରମ୍ଭ ହୁଏ ଆଧୁନିକ ଶିକ୍ଷାର ଦ୍ରୁତ ପ୍ରସାର ଏବଂ ସକ୍ରିୟ ଶିକ୍ଷିତ ମୁଷ୍ଟିମେୟମାନେ ଏକ ପ୍ରକାରର ସାମାଜିକ ଓ ସାଂସ୍କୃତିକ ନବୋନ୍ମଷର ଅଭ୍ୟୁଦୟ କରାଇଲେ। ବ୍ରାହ୍ମଧର୍ମର ପ୍ରସାର, ୧୮୯୦ ମସିହା ବେଳକୁ ‘ଉତ୍କଳ ଦୀପିକା‘, ‘ସମ୍ବାଦବାହିକା’, ‘ସମ୍ବଲପୁର ହିତୈଷିଣୀ‘ ଭଳି ଏକାଧିକ ସାପ୍ତାହିକୀ…

ବ୍ରଜନାଥ ବଡ଼ଜେନା

ଲେଖା: ନିରଞ୍ଜନ ସାହୁ ଅଷ୍ଟାଦଶ ଶତାବ୍ଦୀ ଥିଲା ଓଡ଼ିଆ କାବ୍ୟସାହିତ୍ୟର ଅପୂର୍ବ ଯୁଗ । ରୀତି ଓ ଗୀତିଯୁଗ ନାମରେ ନାମିତ ଏହି ଯୁଗରେ ଉତ୍କଳ ସାହିତ୍ୟାକାଶରେ ଆବିର୍ଭାବ ଘଟିଥିଲା ବହୁ ବିଶିଷ୍ଟ କବିମାନଙ୍କର। ଆମେ ଯେତେବେଳେ ସର୍ବାଗ୍ରେ ସ୍ମରଣ କରୁ କବିସମ୍ରାଟଙ୍କୁ, ସେତିକିବେଳେ ଅନ୍ୟାନ୍ୟ ପ୍ରତିଭାପୁଞ୍ଜ ଆମ ଦୃଷ୍ଟି ସମ୍ମୁଖରେ ଉଦଭାସିତ ହୋଇଉଠନ୍ତି, ଅଭିମନ୍ୟୁ,…

କବିଶେଖର ଚିନ୍ତାମଣି ମହାନ୍ତି 

ଲେଖା: ଅମ୍ରିତେଶ ଖଟୁଆ “ସୌଭାଗ୍ୟର ଏ କି ମହା ଶୁଭଦିନ,  ନାଚି ଉଠେ ପ୍ରାଣେ ପୁଲକ ନବୀନ। ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି,  ମନ ମଧ୍ୟେ ପଶି ଯାଉଅଛି ଖେଳି।”  (ଘୁମୁସର କାବ୍ୟ ) ଦ୍ଵାଦଶ ସର୍ଗ ବିଶିଷ୍ଟ ବର୍ଣ୍ଣନାତ୍ମକ “ଘୁମୁସର କାବ୍ୟ”, କବିଶେଖରଙ୍କ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଥିବା ଅନୁରକ୍ତିକୁ ଦର୍ଶାଇ ତାଙ୍କ ଜନ୍ମଭୂମିର ଚମତ୍କାର…

ବିର୍ସା ମୁଣ୍ଡା

ଲେଖା: ଦେଵ ତ୍ରିପାଠୀ ଆବୁଆ ରାଜା ଇତେ ଜାନା,  ମହାରାନୀ ରାଜ ଟୁଡୁ ଜାନା II ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୁର୍ବାଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ଵର ଝଂକୃତ ହୋଇଥିଲା, ‘ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା’ (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର…