Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ସେ ଓଡ଼ିଆ ସାହିତ୍ୟର ‘ବିଶ୍ୱକୁ ଗବାକ୍ଷ’, ‘ଶିଳା ଓ ଶାଳଗ୍ରାମ’ର ମଣିଷ ପ୍ରଫେସର ଚିତ୍ତରଞ୍ଜନ ଦାସ । ଜ୍ଞାନ ଓ ଗାରିମାର ମହାକାଶ। ବିଦ୍ୱାନ ଓ ଦାର୍ଶନିକ । ଦୂରରୁ ଦେଖିଲେ ମନେ ହୁଅନ୍ତି ଜଣେ ତପସ୍ୱୀ । କେବେ କେବେ ଝୀନ ଆଲୋକ ରେଖାରେ ଉଦ୍ଭାସିତ ଜଣେ ଚିନ୍ତାନାୟକ ।…
ଲେଖା: ସୁଚେତା ପ୍ରଧାନ ଓଡିଆ କ୍ଷୁଦ୍ରଗଳ୍ପ ଜଗତର କାଳଜୟୀ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ! ସ୍ବାଧୀନତା ପରବର୍ତ୍ତୀ ଓଡିଆ ସାହିତ୍ୟର କ୍ଷୁଦ୍ରଗଳ୍ପ ଜଗତରେ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ଜଣେ ଜଣାଶୁଣା ଯଶସ୍ବୀ ସ୍ରଷ୍ଟା। ତାଙ୍କର ସୃଷ୍ଟି ସମ୍ଭାର ମଣିଷର ହୃଦୟ ଓ ମସ୍ତିଷ୍କର ଅନ୍ତଃ ରହସ୍ୟକୁ ଖୋଜିବାରେ ସିଦ୍ଧହସ୍ତ। ତାଙ୍କର ସମସାମୟିକ ସାହିତ୍ୟିକ ମାନେ ଗ୍ରାମ୍ୟ…
ଲେଖା: ସୁଚେତା ପ୍ରଧାନ କଥାରେ ଅଛି ଦୀର୍ଘ ଜୀବନ ସ୍ମରଣୀୟ ହୁଏନା ସ୍ମରଣୀୟ ଜୀବନ ହିଁ ଦୀର୍ଘ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଓଡିଶାର ଜଣେ ପ୍ରତିଭାଦୀପ୍ତ ବ୍ୟକ୍ତି ଥିଲେ ଭଗବତୀ ଚରଣ ପାଣିଗ୍ରାହୀ, ଯିଏ କି ଓଡିଆ ସାହିତ୍ୟର ସୁପରିଚିତ ସବୁଜ ଯୁଗର କବି ‘ମାଟିର ମଣିଷ’ର ଲେଖକ କାଳିନ୍ଦି ଚରଣ ପାଣିଗ୍ରାହୀଙ୍କ ଅନୁଜ। ପୁରୀ…
~ ବୀରମିତ୍ରୋଦୟ ସିଂହଦେବ ~ ଲେଖା: ଅମୃତେଶ ଖଟୁଆ “ଭୂଷଣ ପ୍ରଭାରେ ଦିଗ ଦୀପ୍ତ କରି, ଯାଉଥିଲେ ସୁରେଶ୍ଵରୀ। ନିରାଜନା କଲେ କରପଲ୍ଳବରେ, ସୁବର୍ଣ୍ଣ ପ୍ରଦୀପ ଧରି।।” – ଗଙ୍ଗାଧର ମେହେର (ଉତ୍କଳଲକ୍ଷ୍ମୀ, ୧୯୧୪) ସୋନପୁର ପ୍ରଥମେ ପାଟଣାରାଜ୍ୟ ଅଧୀନରେ ଥିଲା । ୧୫୬୦ରେ ସମ୍ୱଲପୁରର ରାଜା ମଧୁକର ରାୟ ଏହାକୁ ପାଟଣାରୁ ଅଲଗା କରିଦେଲେ…
~ ସଦାଶିବ ମିଶ୍ର ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାର ମାଟି ସବୁବେଳେ ବପୁସ୍ଫୀତ କରି ଆଜି ନାନାବିଧ ଦୁର୍ବିପାକ ଓ ନିଷ୍ପେସନ ସତ୍ତ୍ଵେ ବୀରପୁତ୍ରମାନଙ୍କ ପାଇଁ ନିର୍ଭୀତା ହୋଇ ଦଣ୍ଡାୟମାନ ସମଗ୍ର ବିଶ୍ଵାୟିତ ମଞ୍ଚାସନରେ। କେବଳ ଯେ ମହାଭାରତୀୟ ସ୍ରୋତରେ ଏହାର ପ୍ରବାହ ବାରିତ, ବରଞ୍ଚ ବିଶ୍ଵକ୍ଷେତ୍ରର ପରିମିତ ସ୍ଥଳରେ ଏକ ଅପ୍ରତ୍ୟାଶିତ ନବଦିଗନ୍ତ…
~ ନାଟ୍ୟକାର ରତ୍ନାକର ଚଇନି ~ ଲେଖା: ଅମୃତେଶ ଖଟୁଆ କଟକ ଜିଲ୍ଲାର ସାଲେପୁରର ସରେଇ ଠାରେ ୧୯୪୫ ମସିହା ୨୫ ଅଗଷ୍ଟ ଗଣେଶ ଚତୁର୍ଥୀ ତିଥିରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସାହିତ୍ୟ ସଙ୍ଗଠକ ଓ ନାଟ୍ୟକାର ରତ୍ନାକର ଚଇନି। ସମକାଳୀନ ସାହିତ୍ୟ ସଂରଚନାରେ ନବନାଟ୍ୟ ଆନ୍ଦୋଳନ ମଧ୍ୟରେ ‘ଉଦ୍ଭଟ ନାଟ୍ୟ ପରମ୍ପରା’ ବିଶ୍ଳେଷଣ ତଥା…
~ ରବି ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ “ସଂସ୍କାର ହିଁ ମଣିଷର ସବୁଠୁ ବଡ଼ ଶିକୁଳି। ସେଇ କାରାଗାରରେ ବନ୍ଦୀ ହୋଇ ମଣିଷ ତା’ରି ଅନୁକୂଳ ପରିବେଶରେ ଗଢିଉଠେ। ସେଇ ସାମାଜିକ ଚେତନାର ପରିବେଷ୍ଟନୀରେ ନିଜର ଚରିତ୍ର, ବ୍ୟବହାରର ସଂଜ୍ଞା ନିରୂପଣ କରେ। ସେଥିରୁ ବାହାରିଗଲେ ଭିତରୁ ବାହାରୁ ଚିତ୍କାର କରି ଉଠେ, ‘ଫେରିଯା, ଫେରିଯା – ଏ ଦୋଷ, ଅନ୍ୟାୟ, ପାପ ।’ କେତେ ବିରାଟ, କେତେ ବ୍ୟାପ୍ତ ଏ ମଣିଷ ଜାତି। କିନ୍ତୁ ନିଜର ସ୍ବାର୍ଥ ନେଇ ସେ ନିଜକୁ ସୁହାଇଲା ପରି ସମାଜ ଗଢିଛି ଭିନ୍ନ ଭିନ୍ନ ଜାଗାରେ, ବିଭିନ୍ନ ରୂପ ଦେଇ। ଆଜି ହୁଏତ ମୁଁ ସମାଜ ପାଖରେ ଦୋଷୀ। କିନ୍ତୁ ଯଦି କୌଣସି ୟୁରୋପୀୟ ବା ମୁସଲମାନ ସଂପ୍ରଦାୟର ହୋଇଥାଆନ୍ତି, ମୋ ପାଖରେ ହୁଅନ୍ତା ଏଇଟା ଗୋଟାଏ ସାଧାରଣ ବିଷୟ। ଏଥିପାଇଁ ମୋତେ ଅନୁତାପ କରିବାକୁ ପଡ଼ନ୍ତା ନାହିଁ…. …. ସେଇ ଏକା ମଣିଷ। ଅଥଚ ଖାଲି କେଇଟା ମାଇଲ୍ ବ୍ୟବଧାନ। …. ଗୋଟିଏ ବାଟ ଛାଡି ଅନ୍ୟ ଗୋଟାଏ, କିନ୍ତୁ, ତା’ରି ଭିତରେ ନୀତି, ବିଚାରର କେଡେ ବଡ଼ ବ୍ୟବଧାନ। ଜଣେ ପ୍ରତିରୋଧ କରେ, ଅନ୍ୟ କହେ ଗ୍ରହଣୀୟ। ଗୋଟିଏ ମଣିଷ ଜାତି, ଅଥଚ ତା’ର ଗୋଟିଏ ନିୟମ ନାହିଁ। ତେଣୁ, ମୁଁ ଯୋଉଟା କରିଛି, ସେଇଟା ମାନବିକତା ଦୃଷ୍ଟିରୁ ଭୁଲ୍ ହେଲେ ମଧ୍ୟ ସମାଜ ଦୃଷ୍ଟିରୁ ଭୁଲ୍ ହେବ କାହିଁକି?” (ଅସାମାଜିକର ଡାଏରୀ) ସ୍ଵୈରତନ୍ତ୍ରିତ ଜଗତ ଓ ମୁକ୍ତବାକ୍ ଅଧରର ଭାଷ୍ୟ – ପୁନଶ୍ଚ କେତୋଟି ପରିବର୍ତ୍ତନ, କେତୋଟି ଅସ୍ତିତ୍ଵର ଘାତସଂଘାତସମ୍ପନ୍ନ ସ୍ଥିତିବାଦ ଆଜି ସମସ୍ତ ସମାଜର ଗୋଟିଏ ଗୋଟିଏ ପୃଥକ୍ ଅଥଚ, ଏକ ଅଭିନ୍ନ ଆକାର ରୂପେ ପ୍ରସରି ଯାଉଛି। ତହିଁ ମଧ୍ୟରୁ ଚରମ ଉତ୍ତାରୁ ସଦ୍ୟତମ ମାନବୀୟ ସମ୍ବେଦନତାର ଉତ୍କୋଚ ଅନ୍ୟତମ! କୌଣସି ବିଦ୍ରୋହ ନଥିଲା, କେବଳ ପରିବର୍ତ୍ତନ! କୌଣସି ଚାକଚାକ୍ଯର ଆଭାସ ମିଳେନା, କେବଳ ଚକ୍ଷୁଷ୍ମାନ କରୁଥିବା ପ୍ରତିଟି ପଲକର ଅବଗାହନ ସେଥିରେ ଅଛି! ଓଡ଼ିଆ ସାହିତ୍ୟ ଜଗତର ଧରାବନ୍ଧା ରୀତିବଦ୍ଧତାକୁ ତ୍ୟାଗପୂର୍ବକ ମଣିଷ ଜୀବନର ସୂକ୍ଷ୍ମ ପରିବର୍ତ୍ତନ ସହ ଓଡ଼ିଶା, ଭାରତବର୍ଷ ସମେତ ସମଗ୍ର ବିଶ୍ଵ ଚେତନାର ଆଧୁନିକତାରେ ଗଢି ଉଠୁଥିବା ନୂଆ ନୂଆ ତତ୍ତ୍ୱ ସମସ୍ତକୁ ନିଜ ଲେଖନୀରେ ଆହୁରି ପରାଙ୍ଗପୁଷ୍ଟ କରିଥିଲେ ଗାଳ୍ପିକ ରବି ପଟ୍ଟନାୟକ। ୨୧ ଅକ୍ଟୋବର ୧୯୩୫ ମସିହା ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବା ବର୍ତ୍ତମାନର ବଣାଇ ଠାରେ ସେ ଜନ୍ମଗ୍ରହଣ କରିଥିଲେ। ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ଭାବେ ଓ ପରବର୍ତ୍ତୀ ସମୟରେ ବଣାଇଗଡ଼ ରାଜକର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପୈତୃକ ଗ୍ରାମ ଥିଲା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅନ୍ତର୍ଗତ ଆମ୍ବଡିହା ଗ୍ରାମ। ତାଙ୍କ ମାତା ଥିଲେ ସୁନ୍ଦରମଣି ଦେବୀ। ଶୈଶବର ଚାରି ପାଞ୍ଚ ବର୍ଷ ପୈତୃକ ଗ୍ରାମରେ ଅତିବାହିତ କରିଛନ୍ତି। ଦିଗନ୍ତାନୁସରିତ କ୍ଷେତ୍ରମଣ୍ଡଳ ସମେତ ନଭଶ୍ଚୁମ୍ଵୀ ପର୍ବତମାଳା ତଳେ ଦୁଇଟି ବିରାଟ ଆମ୍ଵ ବଗିଚା। ରାଇରଙ୍ଗପୁର ହାଇସ୍କୁଲରୁ […]
~ କବି ଅନନ୍ତ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ “ମୁଁ ଏଇ ଜନ୍ମିଲି ଆରେ, ଉତ୍ସବରେ ବନ୍ଧୁକ କ୍ରୀଡାରେ, ନବତମ ଯାତ୍ରୀ ମୁହିଁ, ବାପା ମୋର ଭାଇ ମୋର, ଏ ନିଅ ମଥା ମୋର ଆଜି।” ** ** ** ** ** ** ଆସିଛି ମୁଁ ଆସିଛି, ଯାଚଜ୍ଞାର ଅର୍ଜିସ୍ତୂପ ଠେଲି ମୁଁ…
~ ଗୋବିନ୍ଦ ରଥ ~ ଲେଖା: ଅମୃତେଶ ଖଟୁଆ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଏବଂ ଜଣେ ବିପ୍ଳବୀ ସାରସ୍ୱତ ସାଧକ ଭାବେ ବାଙ୍କୀ ବରପୁତ୍ର ପଣ୍ଡିତ ଗୋବିନ୍ଦ ରଥ ପ୍ରଥିତଯଶା ! ଇଂରେଜ ଶାସନ ବିରୋଧରେ ବିଭିନ୍ନ ଲେଖା ଲେଖି ସେ ଜନମାନସରେ ବିଦ୍ରୋହର ନିଆଁ ଜଳାଇ ଦେଉଥିଲେ। ତାଙ୍କ କଟକସ୍ଥିତ ନିମଚଉଡିଠାରେ ଥିବା “ଗୋବିନ୍ଦ…
~ ନିତ୍ୟାନନ୍ଦ ମହାପାତ୍ର ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାର ସ୍ଵାଧୀନତା ସଂଗ୍ରାମ ପର୍ଯ୍ୟାୟ ସହ ଏହାର ସାମାଜିକ ଓ ସାହିତ୍ୟିକ ପଟ୍ଟଭୂମିରେ ଜଣେ ସ୍ଵତନ୍ତ୍ର ବ୍ୟକ୍ତିତ୍ଵ ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ମହାପାତ୍ର। ସାହିତ୍ୟର କର୍ଣ୍ଣଧାର ଯେ ତାଙ୍କ ଲେଖନୀ, ତାଙ୍କ ‘ହିଡ଼ମାଟି’ର ଦେହକୁ ଫୁଟାଇଥିବା କଳିକା ଯେ ତାଙ୍କ ଏକମାତ୍ର…