Category ଆମ ଭାଷା ଓ ସାହିତ୍ୟ

ଓଡ଼ିଆ ଭାଗବତ 

ଉପସ୍ଥାପନା: ଦେଵ ତ୍ରିପାଠୀ ଗଭୀର ବୈଷ୍ଣବତତ୍ତ୍ଵ ସମ୍ବଳିତ ଗ୍ରନ୍ଥ ଆମରି ଓଡ଼ିଆ ଭାଗବତ । ସମାଜରେ ସଂହତି, ସମନ୍ୱୟ ରକ୍ଷାରେ ଏହାଠାରୁ ବଳି ବଡ଼ ସାଧନ ଅତୀତ କାଳରେ କିଛି ନ ଥିଲା । ବ୍ୟାସଦେବକୃତ ସଂସ୍କୃତ ବ୍ୟତୀତ ପୂର୍ବରୁ ଅର୍ଥାତ୍ ଷୋଡ଼ଶଶତାବ୍ଦୀ ପୂର୍ବରୁ, ଅନ୍ୟଭାଷାରେ ଭାଗବତ ନ ଥିଲା । ସଂସ୍କୃତ ଭାଷାର ଭାଗବତ…

ଆମ ଢଗଢମାଳି ଆମ ଲୋକସାହିତ୍ୟ 

ଲେଖା: ଶିଶିର ସାହୁ ମନୋଜ ଆମ ଲୋକସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମ ଢଗଢମାଳି । “ଚାନ୍ଦରେ କଳଙ୍କ ସୂରୁଜ ଖୁଣଲୋ ଦରିଆ ପାଣିତ ଲୁଣିଆ କିଏ ଅକଳଙ୍କୀ ରହିଛି ଏଡେଲୋ ହୋଇକି ଅନ୍ଧାରକଣିଆ ।” ଚନ୍ଦ୍ର  ଶୀତଳତା  ପ୍ରଦାନ  କରେ,  କିନ୍ତୁ ତା’ ଦେହରେ  ଦାଗ।  ସୂର୍ଯ୍ୟ  ବିନା  ଜୀବଜଗତ ତିଷ୍ଠିବା ଅସମ୍ଭବ।…

ଶ୍ରୀକୃଷ୍ଣ

ଲେଖା: ଶିଶିର ସାହୁ ମନୋଜ ଶ୍ରୀଵିଷ୍ଣୁଙ୍କର ଅଷ୍ଟମ ଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା କରାଗଲା । ୧. ଶ୍ରୀକୃଷ୍ଣଙ୍କ ଶରୀରର ଵର୍ଣ୍ଣ କଳା ଥିଲା । ଅନେକଙ୍କ ମତରେ କୃଷ୍ଣ ଶ୍ଯାମଳଵର୍ଣ୍ଣ ଥିଲେ ତେଣୁ ସେ…

ସ୍ତୁତି ଚିନ୍ତାମଣି 

ଉପସ୍ଥାପନା: ସୁକାନ୍ତି ସାହୁ ସନ୍ଥକବି ଭୀମଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ ଓଡ଼ିଆ ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି। ଈଶ୍ୱର ବିଶ୍ବାସୀ, ଶୂନ୍ୟ ସିଦ୍ଧାନ୍ତ ତଥା ମହିମା ଧର୍ମର ପ୍ରାଣପ୍ରତିଷ୍ଠାତା ଭୀମଭୋଇଙ୍କ ଭକ୍ତିରସାତ୍ମକ ଭଜନ, ଜଣାଣ ଗୁଡ଼ିକ ଯେତିକି ଭାବପୂର୍ଣ୍ଣ ସେତିକି ଦାର୍ଶନିକ ଚିନ୍ତା ଓ ଚେତନାର ପରିପ୍ରକାଶ। ଈଶ୍ବରଙ୍କ ପାଦପଦ୍ମରେ ନିଜକୁ ସମର୍ପିତ କରି ସେ ଉଦ୍ଦାମ…

ଅମୃତମୟ

ଉପସ୍ଥାପନା: ଅନ୍ନପୂର୍ଣ୍ଣା ସାହୁ ନିଜର ବାଲ୍ୟଜୀବନରେ ବହୁ ଘାତପ୍ରତିଘାତ ମଧ୍ୟରେ ଜୀବନ ଜିଇଁଥିଲେ ଗଙ୍ଗାଧର ମେହେର। ନିଜେ ଲେଖିଛନ୍ତି “ମୁଁ ସ୍କୁଲରେ ଶିକ୍ଷା ଶେଷ କରିବା ପର୍ଯ୍ୟନ୍ତ ସାମାନ୍ୟ କୁରୁତା ଖଣ୍ଡେ କରି ପାରିନଥିଲି। ଖଣ୍ଡେ ଶାନ୍ତିପୁରୀ ଚାଦର ଅତ୍ୟନ୍ତ ମ୍ଳାନ ହେବା ପର୍ଯ୍ୟନ୍ତ ବ୍ୟବହାର କରିବାକୁ ପଡ଼ୁଥିଲା। ହାକିମ ଆସିବା ଦିନ ସମସ୍ତେ କୁରୁତା…

କଟକ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କଟକ ଶବ୍ଦର ବ୍ୟାଖ୍ୟା: କଟ=ବେଷ୍ଟନ କରିବା+କର୍ତ୍ତୃ. ଅକ ଏ ଶବ୍ଦର ସଂସ୍କୃତ ବିଶେଷ୍ୟ  ହିସାବରେ ଯେଉଁ ଅର୍ଥ ସବୁ ଭାଷାକୋଷରେ ଅଛି ତାହା ଏଠାରେ ଦିଆଗଲା …. ୧●ସାନୁ; ପର୍ବତର ମଧ୍ୟଦେଶ★ ୨● ବଳୟ; ହାତଖଡ଼ୁ ୩●ଗୋଡ଼ଖଡ଼ୁ ୪●ଚକ୍ର ★ ୫● ନଗର; ରାଜଧାନୀ★ ୬●ସୈନ୍ୟ★ ୭●…

ଆର୍ଯ୍ୟବୀର ମଧୁସୂଦନ

ସେ ଥିଲେ ଓଡ଼ିଆ ଜାତୀୟ ଜୀବନର ମନ୍ତ୍ରଦାତା, ଦିଗହରା ଓଡ଼ିଆ ଜନଜୀବନର ମୁକ୍ତିଦାତା। ପ୍ରାତଃସ୍ମରଣୀୟ ତ୍ରାଣକର୍ତ୍ତା । ଅସ୍ମିତା ଓ ସ୍ବାଭିମାନର ସିଂହପୁରୁଷ । ସେ ଥିଲେ ଏ ଜାତି ଓ ମାଟିର ଗୌରବ । ପୁଣି ଆପଣା ମାଟିର ଯଶଗୌରବର ମାର୍ଫତଦାର, ପ୍ରଭାବଶାଳୀ ପ୍ରତିନିଧି । ସେ ଥିଲେ ମାଟିର ସେନାପତି, ଅଦମନୀୟ ଯୋଦ୍ଧା । ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାର୍ଥରକ୍ଷା ଥିଲା ତାଙ୍କ ଜୀବନର ବ୍ରତ । ଏହି ଜାତି, ମାଟିର ଉତ୍ଥାନ ପାଇଁ ସେ ନିଜର ସର୍ବସ୍ୱ ସମର୍ପି ଦେଇଥିଲେ । ପ୍ରାପ୍ତି-ଅପ୍ରାପ୍ତିର ହିସାବ କେବେ ରଖିନଥିଲେ । ବ୍ୟକ୍ତିଗତ ପ୍ରାପ୍ତି ତାଙ୍କ ପାଇଁ ମୂଲ୍ୟହୀନ ଥିଲା । ସେ ଉତ୍କଳଗୌରବ, କୁଳବୃଦ୍ଧ ମଧୁବାବୁ I କବି ମାୟାଧର ମାନସିଂହଙ୍କ କଲମ ମୁନରେ ଏ ମାଟିର ଇଷ୍ଟପୁରୁଷ . .

ତାଙ୍କ ଆଖି କେବଳ ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତିର ସ୍ୱପ୍ନ ଦେଖୁଥିଲା । ତାଙ୍କ କାନ ଶୁଣୁଥିଲା ଓଡ଼ିଶାର ଅତୀତ ଗୌରବ ଗାଥା ।

ଗଞ୍ଜାମ

ଉପସ୍ଥାପନା: ଦେଵ ତ୍ରିପାଠୀ ଗଞ୍ଜାମ କହିଲେ ସାଧାରଣ ଭାବରେ ଆଖି ଆଗରେ ନାଚି ଉଠେ ପୂତିଗନ୍ଧମୟ ଗାଁଗଣ୍ଡା, ଅପରିଛନିଆ ସହରୀ ବସ୍ତି, ଦେଶୀମଦର କାରବାର, ପୁଣି ମନକୁ ଆସିଯାଏ ଅପରାଧର ତାଲିକା କିମ୍ବା ନଷ୍ଟ ପରିମଳର ଦୁଃଖଦ କଳାତାଲିକା । ଗଞ୍ଜାମ କହିଲେ ଅନ୍ୟ ଅଞ୍ଚଳର ଓଡ଼ିଆଙ୍କ କୁଞ୍ଚିତନାସିକା ଓ ମୁଖମଣ୍ଡଳରୁ ସ୍ପଷ୍ଟ ପଢିହୁଏ ‘ଭିନ୍ନ…

ତୁହି ମା ଜନମଭୂମି

ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ      ~ ତୁହି ମା ଜନମଭୂମି ~ ତୁହି ମା ଜନମ ଭୂମି              ପବିତ୍ର ଭାରତ ଭୂମି         ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ, ତୋର ଶ୍ରୀଚରଣ ସେବା         ପାଇଁ ମନପ୍ରାଣ ଦେବା          ଗାଇବା ତୋହରି ନାମ ଆନନ୍ଦ ରବେ,               ତୋ ଆନନ୍ଦେ…

ପଲ୍ଲୀଜୀବନ

ଉପସ୍ଥାପନା: ଦେଵ ତ୍ରିପାଠୀ ପଲ୍ଲୀଜୀବନ ର ନିଖୁଣ ଗାଥା ତଥା ପଲ୍ଲୀପ୍ରକୃତିର ଅପୂର୍ବ ବର୍ଣ୍ଣନା ଖୋଜିବସିଲେ ସର୍ବାଗ୍ରେ ମନେ ପଡ଼ନ୍ତି ପଲ୍ଲୀକବି ନନ୍ଦକିଶୋର । ଆମ ରାଜ୍ୟର ପାଣିପବନ, ଗ୍ରାମ୍ୟଜୀବନ ଆଦିକୁ ଯେଭଳି ସରଳ ଭାଷା ଓ ଛନ୍ଦରେ ରୂପାୟିତ କରିଯାଇଛନ୍ତି ପଲ୍ଲୀକବି ତାହା ସତରେ ବିରଳ ! ପାଠକର ମନରେ ଅପୂର୍ବ ଆବେଗ ସୃଷ୍ଟି…