Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶ୍ରୀକାନ୍ତ ସିଂହ ଶାକ୍ତ ପରମ୍ପରା ଓ ଉପାସନାରେ ସପ୍ତମାତୃକାଙ୍କ ସ୍ୱରୂପ ଚିତ୍ରଣ ଓ ରୂପ କଳ୍ପନା ପରବର୍ତ୍ତୀ ସମୟରେ ତନ୍ତ୍ର ସାଧନାକୁ ଜନ୍ମ ଦେଇଥିଲା l କୁହାଯାଏ ଶୁମ୍ଭ ନିଶୁମ୍ଭକୁ ନିପାତ କଲାବେଳେ ଦେଵୀ ଦୁର୍ଗାଙ୍କ ଶରୀରରୁ ସପ୍ତମାତୃକାଙ୍କ ଉଦ୍ଗମ ହୋଇଥିଲା ବା ଆବିର୍ଭୁତା ହୋଇଥିଲେ l ଦେବତାଙ୍କ ନାରୀଶକ୍ତି ସ୍ୱରୂପ ହେଉଛନ୍ତି ଏହି…

ଲେଖା: ଦେଵ ତ୍ରିପାଠୀ ‘‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ’’ ଭକ୍ତ ସାଲବେଗଙ୍କ ଏ ଭଜନ ସହିତ ଅଜସ୍ର ବ୍ୟଥାକ୍ଳିଷ୍ଟ ଓଡ଼ିଆ ପ୍ରାଣର ଅଦମନୀୟ ଉତ୍ସରୂପେ ପ୍ରତ୍ୟହ ସନ୍ଧ୍ୟାଦୀପ ଓ ଆରତୀର ନୈବେଦ୍ୟ ଭିତରେ ଯେଉଁଠି ଓଡ଼ିଶାର ମଉଡ଼ମଣି ମହାବାହୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିର ଅର୍ଘ୍ୟ ଉଠେ, ସେ ସ୍ଥାନ କିନ୍ତୁ ଉପକୂଳ ଓଡ଼ିଶାର…

ଲେଖା: ଅଶୋକା ନାୟକ ପୁରୀର ସାହିଯାତ। ସାହିଯାତ ଶୁଣିଦେଲେ ହିଁ ଲୋମ ଟାଙ୍କୁରି ଯାଏ। ଏହା ପୁରୀର ଅନନ୍ୟ ଏବଂ ଅଦ୍ୱିତୀୟ ପରମ୍ପରା। ସାହିଯାତ ହେଉଛି ସବୁଠାରୁ ପୁରାତନ, ବ୍ୟାପକ ଆଉ ଭବ୍ୟ ମୁକ୍ତାକାଶ ଯାତ୍ରା। ଏହା ପୁରୀର ସାତ ସାହି ବୟାଳିଶ କନ୍ଦିର ଯାତ୍ରା। ଶ୍ରୀମନ୍ଦିର ଓ ସାତ ସାହିର ଯାଗାଘର ଏଥିରେ ପ୍ରତ୍ୟକ୍ଷ…

ଲେଖା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ କବି ଶରଣ ଦାସ ବେଶୀ ପରିଚିତ ନୁହନ୍ତି । ସେ ସପ୍ତଦଶ ଶତାବ୍ଦୀର କବି, ବୈଷ୍ଣବ ମତବାଦୀ । ଜଗନ୍ନାଥଙ୍କ ଚାଚେରୀ ଲୀଳା ଦେଖିବାକୁ ଯାଇଥିଲେ ଶ୍ରୀକ୍ଷେତ୍ର । ଯାହା ଦେଖିଥିଲେ ତାହାର ଅବିକଳ ବର୍ଣ୍ଣନା କରିଛନ୍ତି ତାଙ୍କର ରଚିତ ଏକ ମାତ୍ର ଗ୍ରନ୍ଥ ‘ଚାଚେରୀ ଲୀଳା’ରେ ।…

ଲେଖା: ସୁରେଶ ପ୍ରସାଦ କାଳଚକ୍ରର ଆବର୍ତ୍ତନ ଭିତରେ ତଥାପି ବିଗତଯୌବନ ଅସ°ଖ୍ୟ କୀର୍ତ୍ତି ଏବେବି ମନେ ପକେଇଦିଏ ଆମର ପ୍ରାଚୀନ ଇତିହାସକୁ । କୋଟି କୀର୍ତ୍ତିକିରିଟିନୀ ଉତ୍କଳର ସର୍ବତ୍ର ଇତିହାସର ଛିନ୍ନ ପୃଷ୍ଠା ଭିତରୁ ତଥାପି ଉଙ୍କି ମାରୁଛି ଆମର ସମୁଜ୍ଜଳ ଗୌରବ । ସେମିତି ଏକ ଗୌରବୋଜ୍ଜଳ ଇତିହାସକୁ ଆପଣା ଛାତିରେ ଧରି ଏବେବି…

ଲେଖା: ବନ୍ଧନ ଦଳେଇ ଓଡିଆ ନାଟ୍ୟ ସାହିତ୍ୟର ବିକାଶରେ ଲୀଳା, ସୁଆଙ୍ଗ, ଗୀତିନାଟ୍ୟ, ଗୀତାଭିନୟ ନୃତ୍ୟଗୀତ ଉତ୍କଳୀୟ ନାଟ୍ୟକଳାର ଶ୍ରେଷ୍ଠ ନିଦର୍ଶନ ଏଥିରେ ସନ୍ଦେହ ନାହିଁ। ଏସବୁ ଉତ୍କଳୀୟ ନାଟ୍ୟ ପରମ୍ପରାର ଅଗ୍ରଗତି କରାଇବାରେ ଯାହାଙ୍କ ବିଶିଷ୍ଟ ଭୂମିକା ରହିଛି, ସେ ହେଉଛନ୍ତି ଗଣକବି ବୈଷ୍ଣବ ପାଣି। କଟକ ଜିଲ୍ଲା ବିରୂପାନଦୀ କୂଳସ୍ଥ ମାହାଙ୍ଗା ଥାନା…

ଲେଖା: ଶ୍ରୀକାନ୍ତ ସିଂହ ଗଙ୍ଗବଂଶୀ ଶାସକଙ୍କ ରାଜତ୍ୱ କାଳରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଆଉ ଏକ ଶ୍ରେଷ୍ଠ ନିର୍ମାଣ ହେଉଛି ଗଙ୍ଗେଶ୍ୱରୀ ମନ୍ଦିର l ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବାୟାଳିଶବାଟି ଗ୍ରାମରେ ଏହି ମନ୍ଦିରଟି ଦଣ୍ଡାୟମାନ l ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗ ଦେବ, ଲାଙ୍ଗୁଳା ନରସିଂହ ଦେବ ଆଦିଙ୍କର ଇଷ୍ଟଦେବୀ ବା…

ଲେଖା: ଦେଵ ତ୍ରିପାଠୀ କନିକା ରାଜ୍ୟ ଭଞ୍ଜବଂଶର ୨୧ତମ ରାଜା ନରସିଂହ ଭଞ୍ଜଙ୍କ ରାଣୀଙ୍କ ଗର୍ଭରୁ ଏକ କୃଷ୍ଣକାୟ ପୁତ୍ର ଜାତ ହୋଇଥିଲା । ରାଜବଂଶରେ ଏପରି କଳା ପୁତ୍ରଟେ ଜନ୍ମଗ୍ରହଣ କରିଥିବାରୁ ଏହା ଭଞ୍ଜ ରାଜବଂଶ ପାଇଁ ଏକ କଳଙ୍କମୟ ଅଧ୍ୟାୟ ପାଲଟିବ ମନେକରି ରାଜା ନରସିଂହ ରାଣୀଙ୍କ ଅଜ୍ଞାତସାରରେ କନିକା ସନ୍ନିକଟ ବୈତରଣୀ…

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀରେ ଭାରତରେ ନବଜାଗରଣ ବା ରେନେସାଁର ପ୍ରବାହ ଐତିହାସିକମାନେ ନିର୍ଣ୍ଣୟ କରିଛନ୍ତି । ଆଧୁନିକ ଯୁଗରେ ମନୁଷ୍ୟର ନୂତନ ଚିନ୍ତାଧାରାର ଉତ୍ସ ହିଁ ରେନେସାଁ । ମଧ୍ୟଯୁଗୀୟ ଭାରତୀୟ ଚିନ୍ତା ପ୍ରଧାନତଃ ଈଶ୍ୱର ଓ ଧର୍ମକୈନ୍ଦ୍ରିକ । ଏହି ଚିନ୍ତାର ବିପରୀତଧର୍ମୀ ଭାବେ ହିଁ ଆରମ୍ଭ ହୋଇଥିଲା ନବଜାଗରଣ ବା…

ଲେଖା: ଅରବିନ୍ଦ ମହାନ୍ତି ଚୈତ୍ର ମାସ। କେବଳ ମାସ ନୁହେଁ ଦେବୀ ଉପାସନାର ପ୍ରକୃଷ୍ଟ ସମୟ। ମହାମାୟୀଙ୍କୁ ଆବହନ କରି ସମସ୍ତ ଆପଦବିପଦରୁ ମୁକ୍ତି ପାଇଁ ସମସ୍ତେ ଚେଷ୍ଟିତ ହୋଇଥାନ୍ତି। ଦେବୀ ଉପାସନା ନିମନ୍ତେ ପ୍ରତେକ ବାର ବିଶେଷ କରି ମଙ୍ଗଳବାର ଦିନ ଦେବୀପୀଠ ମାନ ଲୋକରଣ୍ଯ ହୋଇଉଠେ। ମାନସିକଧାରୀମାନେ ନାନା ଉପାୟରେ ନାନା କାମନା…