admin

admin

ଉତ୍କଳ ଭାରତୀ

ଲେଖା: ନିରଞ୍ଜନ ସାହୁ “ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପେ ଦଗ୍ଧକ୍ଲିଷ୍ଟ କ୍ଲାନ୍ତି ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ ! ଶିଖାଅ ହେବି ତୋ ସମ ସୁବିନୀତ ନମ୍ର ମନ ଅକାତରେ ଭବସେବା ଯାଉଥିବି କରି ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି ପ୍ରତିଦାନେ…

ବାଣ

ଲେଖା: ଶିଶିର ସାହୁ ମନୋଜ କିଛି ବୁଦ୍ଧିଜୀବୀ ଫେସବୁକ୍ ମାଧ୍ୟମରେ ପ୍ରଚାର କରୁଛନ୍ତି ଯେ ଓଡ଼ିଆ ଭାଷାଟା ନିତାନ୍ତ ଅଵୈଜ୍ଞାନିକ ଭାଷା କାରଣ ଓଡ଼ିଆ ଭାଷାରେ fire crackersକୁ ବାଣ କୁହନ୍ତି କିନ୍ତୁ ଭାରତର ହିନ୍ଦୀ ଭଳି ତଥାକଥିତ ମହାନ ମହାନ ଭାଷାରେ ବାଣର ଅର୍ଥଟା ତୀର ଵା ଶର ଅଟେ । ଆମେ ଫଟକା…

ରଥସପ୍ତମୀ

ଲେଖା: ବିଷ୍ଣୁ ମୋହନ ଅଧିକାରୀ ଶ୍ରୀସୂର୍ଯ୍ୟନାରାୟଣଙ୍କ ଅନନ୍ୟ ଉତ୍ସବ ରଥସପ୍ତମୀ । କଳିଙ୍ଗର ସର୍ବପ୍ରାଚୀନ ସୂର୍ଯ୍ୟ ମନ୍ଦିରଟି ହେଉଛି କଳିଙ୍ଗପାଟଣା ଗ୍ରାମର ଅନତି ଦୂରରେ ଥିବା ଶ୍ରୀସୂର୍ଯ୍ୟନାରାୟଣ ଦେଉଳ। ଏହା ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀରେ ଗଙ୍ଗବଂଶୀୟ ନରପତି ଦେବେନ୍ଦ୍ର ବର୍ମାଙ୍କ ଦ୍ଵାରା ନିର୍ମିତ ହୋଇଥିଲା। ବର୍ତ୍ତମାନ ଏହା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ସହରରେ ଅବସ୍ଥିତ। ମନ୍ଦିରର…

ଶଶୀଭୂଷଣ ରାୟ

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହାର କଥା । କଟକରେ ଆୟୋଜିତ ହୋଇଥାଏ କବିସମ୍ରାଟଙ୍କ ଉପରେ ଏକ ଆଲୋଚନା ଚକ୍ର । ସଂଯୋଜକ ଭଞ୍ଜ ଭଗୀରଥ ବିଛନ୍ଦ ପଟ୍ଟନାୟକ, ଅଧ୍ୟକ୍ଷତା ଉତ୍କଳ ସାହିତ୍ୟର ପ୍ରାତଃ ସ୍ମରଣୀୟ ବାଗ୍ମୀ ଗୋପାଳ ପ୍ରହରାଜ, ଆଲୋଚକ ଭାବେ ଯୋଗ ଦେଇଥାନ୍ତି ବହୁ ପ୍ରାବନ୍ଧିକ, ବକ୍ତା । ବିଦଗ୍ଧ ଶ୍ରୋତା ମଣ୍ଡଳୀରେ…

ଗୋପାଳବଲ୍ଲଭ ଦାସ

  ଲେଖା: ନିରଞ୍ଜନ ସାହୁ “ମୁଁ ସାତ ଆଠ ବର୍ଷର ହୋଇଥାଏ । ଧୋବଣୀ ଲୁଗା ନେଇ ଆସିଲା । ମୁଁ ତାକୁ ପଚାରିଲି — ତୁ କି ଜାତି ? ମୋର ଏତିକି କଥା ବାପା ଶୁଣିପାରିଲେ । ସଙ୍ଗେ ସଙ୍ଗେ ମୋ ପାଖକୁ ଚାଲି ଆସି କହିଲେ, “ଶାଶୁଖାଇ ! ଜାତିକଥା କାହାକୁ…

Tarjani Hanuman

By: Bishnu Mohan Adhikary Tarjani Hanuman or Paikrai swami  is one of the oldest, but less known sculpture of 5th century in Odisha. Built in the period of Maathara Dynasty rule in Kangoda, Now in Patikota village of Odisha. ~…

ମା’ ଭୀମେଶ୍ୱରୀ

ଲେଖା: ପ୍ରଳୟ ନାୟକ ଏ ଭଗ୍ନ ଅରକ୍ଷିତ ବିଗ୍ରହସମୂହ ଦେଖି ଏହାର କାଳ ନିରୂପଣର ଭୁଲ କରନ୍ତୁନି ସୁଧୀଜନେ । କେବଳ ଅଶ୍ରୁପାତ କରନ୍ତୁ ବିଲୟ ମୁଖୀ ଆପଣାର ଗୌରବାବହ ମହାନ ଅତୀତ ପାଇଁ ଓ ପାରିବେ ତ କିଛି କରନ୍ତୁ । ବର୍ଷଣମୁଖର ଏକ ରାତିରେ ମୋ’ର ଚର୍ଯ୍ୟାଯୁଗ’ର ବିସ୍ମୃତ ବିଭୁତି ମା’ ଭୀମେଶ୍ୱରୀ…

ମା’ ଚଣ୍ଡୀବୁଢ଼ୀ

ଲେଖା: ପ୍ରଳୟ ନାୟକ ଏ ଯେଉଁ ଯବନ ଆକ୍ରାନ୍ତାର ଶାବେଳୀ ଆଉ ଖଣ୍ଡା ଆଘାତରେ ଭଗ୍ନ ରଣସାଜ ସଜ୍ଜିତ ଅଷ୍ଟଭୁଜା ନାରୀର ମୂର୍ତ୍ତି ଦେଖୁଛନ୍ତି ସୁଧୀଜନେ, ଏ ଖାଲି ଭଙ୍ଗା ପଥର ଖଣ୍ଡେ ନୁହନ୍ତି । ଆମ ପାଞ୍ଚଖଣ୍ଡ ଗାଁର ପରମ କରୁଣାମୟୀ ମା’ ଇଏ, “ମା’ ଚଣ୍ଡୀବୁଢ଼ୀ” । ଗୁଡ଼ କ୍ଷୀରି ଆଉ କଦଳୀ…

ନାଟ୍ୟକାର ଆପନ୍ନା ପରିଚ୍ଛା

ଲେଖା: ବିଷ୍ଣୁ ମୋହନ ଅଧିକାରୀ ଓଡ଼ିଆ ଭାଷା ଓ ଜାତିର ବିପର୍ଯ୍ୟୟର ଗଡ଼ଢାଳିକା ମଧ୍ୟରେ ପ୍ରସ୍ଫୁଟିତ ହୋଇଥିଲେ କେତେକ ବହୁମୁଖୀ ପ୍ରତିଭାର ପ୍ରଜ୍ଞାପୁରୁଷ ନାଟ୍ୟକାର ଆପନ୍ନା ପରିଚ୍ଛା । ସେ ଥିଲେ ଏକଧାରରେ କବି, ନାଟ୍ୟକାର, ସମାଜସେବୀ, ଜାତିପ୍ରେମୀ ଓ ସର୍ବୋପରି ପ୍ରାକୃତିକ ଓଡ଼ିଶାର ପ୍ରଥମ ଭ୍ରାମ୍ୟମାଣ ରାସଦଳର ପ୍ରତିଷ୍ଠାତା। ୧୮୭୯ ମସିହା ମଇ ମାସ…

ତା’ ସାଥେ ମୋର ଭାବ

ଲେଖା: ଶ୍ରୀକାନ୍ତ ସିଂହ ~ ତା’ ସାଥେ ମୋର ଭାବ ~ ଏଇ ସନ ଦୋଳପୂର୍ଣ୍ଣିମାରେ ମୋର ଐତିହ୍ୟଦର୍ଶନ ବୁଲାରେ ମୁଁ ପିପିଲି ଜଟଣୀ ରାସ୍ତାରେ ଯାଇ ଚୁଡ଼ାଖିଆ ସୋମନାଥ, କାକୁଡ଼ିଆ ଗୋପୀନାଥ ଦେଖିଲା ପରେ ନିମାପଡ଼ା କାକଟପୁର ରାସ୍ତାରେ ଯାଇ ବୟାଳିଶବାଟିରେ ଗଙ୍ଗେଶ୍ୱରୀ ମନ୍ଦିର ବୁଲି ଦେଖିଲି l ସେଠାରୁ ଫେରିବା ବାଟରେ ଗୋପ…