admin

admin

ରାଧାକୃଷ୍ଣ ବିଶୋୟୀ

ଲେଖା: ନିରଞ୍ଜନ ସାହୁ ଭାରତ ଇତିହାସରେ ଏକ ଘଟଣାବହୁଳ ଓ ଅଭିଶପ୍ତ ଅଧ୍ୟାୟ ରଚିତ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ । ସେହି ସମୟରେ ସାମ୍ରାଜ୍ୟବାଦୀ ଇଂରେଜମାନେ ରବର୍ଟ କ୍ଲାଇବଙ୍କ ନେତୃତ୍ୱରେ ଭାରତରେ ଇଂରେଜ ଶାସନର ମୂଳଭିତ୍ତି ସ୍ଥାପନ କଲେ । ଦେଶ ପାଇଁ କ୍ରମେ କ୍ରମେ ପରାଧୀନତାର ଅମା ଅନ୍ଧାର ମାଡ଼ି ଆସିଲା ।…

ହାରାମଣୀ ବିଶୋୟୀ

ଲେଖା: ନିରଞ୍ଜନ ସାହୁ ୧୮୦୩ ମସିହା ବେଳକୁ ଇଂରେଜମାନେ ସମଗ୍ର ଓଡ଼ିଶା ଦଖଲ କରିନେଲେ । ତା ପୂର୍ବରୁ ସେମାନେ ଓଡ଼ିଶାର ଦକ୍ଷିଣରେ ଆସ୍ଥାନ ଜମେଇ ସାରିଥିଲେ । ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ଗଞ୍ଜାମ ଜିଲ୍ଲା ଇଂରେଜ ଶାସନାଧୀନ ହେଲା । ଗଞ୍ଜାମର ଲୋକେ ଥିଲେ ଶୌର୍ଯ୍ୟର ପ୍ରତୀକ । କୌଣସି ଅନ୍ୟାୟ, ଅତ୍ୟାଚାର,…

ସବୁଥିରୁ ବଞ୍ଚିତ କରି

ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବିଧାତାର ଅଭିସମ୍ପାତରେ ଦାରୁଣ ବ୍ୟାଧିଗ୍ରସ୍ତ କବିମଣିଷ ସିଏ! ତଥାପି ଓଡ଼ିଆ ଜାତୀୟ ସଙ୍ଗୀତର ପ୍ରାଣବନ୍ତ କବି। କାନ୍ତକୋମଳ ଲଳିତ ପଦାବଳୀରେ କବିତା ତାଙ୍କର ମଞ୍ଜୁଳ ଓ ହୃଦୟସ୍ପର୍ଶୀ। ସେ ‘ଜୀବନ ସଙ୍ଗୀତ‘ର କବି। ‘ବନ୍ଦେ ଉତ୍କଳ ଜନନୀ’ ଯୁଗ ଯୁଗକୁ ତାଙ୍କର କୀର୍ତ୍ତି। ସେ ଉତ୍କଳ ଖଣ୍ଡରେ ନମସ୍ୟ।…

ଚକାନୟନକୁ ପତିତ କେହି

ସୌରଭିତ ସୃଷ୍ଟି: ଚନ୍ଦନ ହଜୁରୀ (ଚାଖିଖୁଣ୍ଟିଆ) ସେ ଥିଲେ ସିପାହୀ ବିଦ୍ରୋହର ଅନ୍ୟତମ ରଥୀ। ଦେଶପ୍ରେମୀ। ପୁଣି ଶ୍ରୀଜଗନ୍ନାଥଙ୍କ ପରମ ସେବକ। ସେ ଚନ୍ଦନ ହଜୁରୀ, ସିପାହୀ ବିଦ୍ରୋହର ଚାଖି ଖୁଣ୍ଟିଆ। ପ୍ରାତଃ ସ୍ମରଣୀୟ ଅସାଧାରଣ ଓଡ଼ିଆ ବୀର । ସେବକ ଜଗନ୍ନାଥଙ୍କର ସିଏ। ସମର୍ପିତ ଭକ୍ତ, ଭଣିତା କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ‘ଚକାନୟନକୁ ପତିତ…

ପତିତ ଜନଙ୍କୁ

ସୌରଭିତ ସୃଷ୍ଟି: କବି ନିତ୍ୟାନନ୍ଦ ଦାସ ଯୁଗେ ଯୁଗେ ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଜଣାଣ ବହୁ କବିଙ୍କର ଲେଖନୀ ଚଳଚଞ୍ଚଳ କରିଛି। ଜୟଦେବ, ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଏ ଯାବତ କେତେ ଯେ ଭଣିତା ହୋଇଛି, ତା’ର ହିସାବ ଦେବା କଷ୍ଟସାଧ୍ୟ। ପ୍ରାଚୀନ କବି ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ଦାସ ଏହି କ୍ଷେତ୍ରରେ…

ଭାରତୀ ରୋଦନ

ସୌରଭିତ ସୃଷ୍ଟି: ସ୍ଵଭାବକବି ଗଙ୍ଗାଧର ମେହେର ଖ୍ରୀ.ଅ. ୧୮୯୬ ସାଲ ଜାନୁଆରୀ ପହିଲାରୁ ସମ୍ବଲପୁର ଅଞ୍ଚଳର କଚେରୀ ମାନଙ୍କରୁ ଓଡ଼ିଆ ଭାଷାର ଉଛେଦ କରାଯାଇ ହିନ୍ଦୀ ଭାଷା ପ୍ରଚଳନ କରାଯାଇଥିଲେ ମଧ୍ୟ ଏହି ସମ୍ବାଦ ତା’ର ବହୁପୂର୍ବରୁ ସାଧାରଣରେ ପ୍ରଚାରିତ ହୋଇ ଘୋର ଅସନ୍ତୋଷ ସଷ୍ଟି କରିଥିଲେ। ‘ଉତ୍କଳ ଦୀପିକା‘ ଓ ‘ସମ୍ବଲପୁର ହିତୈଷିଣୀ‘ ପତ୍ରିକାଦ୍ଵୟ…

ଅବଳା

ଲେଖା: ନିରଞ୍ଜନ ସାହୁ ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଆମ ଓଡ଼ିଶାର ବରୀ ଅଞ୍ଚଳର ଅବଦାନ କୌଣସି ଗୁଣରେ କମ୍ ନୁହେଁ । ୧୯୪୨ ମସିହା ଅଗଷ୍ଟ ମାସରେ  ଗାନ୍ଧିଜୀଙ୍କ ଆହୂତ ‘ଭାରତଛାଡ଼’ ଆନ୍ଦୋଳନ ସାରା ଭାରତରେ ମୁଣ୍ଡ ଟେକି ଉଠିଥାଏ । ବିଦେଶୀ ଇଂରେଜଙ୍କୁ ଏ ଦେଶରୁ ହଟାଇବା ସହ ସ୍ଵରାଜ ପ୍ରତିଷ୍ଠା କରିବାର ସ୍ଵପ୍ନକୁ…

ଗୋଦାବରୀ ଦେବୀ

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହା ମଇ ମାସ ୩୧ ତାରିଖର ରୌଦ୍ରଦଗ୍ଧ ମଧ୍ୟାହ୍ନ । ଯାଜପୁର ବରୀ ଅଞ୍ଚଳର ବାଗଦା ଗ୍ରାମର ଚୌଧୁରୀ ବାମନ ଚରଣ ଦାସଙ୍କ ଚଉପାଢ଼ୀ । ସେତେବେଳର ଲଙ୍ଗଳା ଫକୀର ବାପୁଜୀ ବିଶ୍ରାମ ନେଉଥାନ୍ତି ଚଉପାଢ଼ୀ ଉପରେ । ଟିକେ ଦୂରରେ ଥାଆନ୍ତି ଓଡ଼ିଆ ଜାତିର ଚିର ନମସ୍ୟ ଗୋପବନ୍ଧୁ…

ପ୍ରଭାବତୀ ଦେବୀ

ଲେଖା: ନିରଞ୍ଜନ ସାହୁ ପାଠପଢା ମାତ୍ର ପଞ୍ଚମ ଶ୍ରେଣୀ । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପାଇଛନ୍ତି ‘ରାଷ୍ଟ୍ରବୀର’ ସମ୍ମାନ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦେଇଛନ୍ତି ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି, ମାନ୍ୟବର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଇଛନ୍ତି ତାମ୍ରଫଳକ ସହ ପ୍ରଶସ୍ତି ପତ୍ର, ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ପରିଷଦ, କେନ୍ଦ୍ର ସରକାର, ରାଜ୍ୟ ସରକାର…

ନଳୁଆ କେଳା

ଲେଖା: ଦେଵ ତ୍ରିପାଠୀ ଦିନେ ଆହତ କ୍ରୌଞ୍ଚର ବେଦନାବିଦ୍ଧ ଦୃଶ୍ୟ ମହର୍ଷି ବାଲ୍ମିକୀଙ୍କ କଣ୍ଠରେ ଭରିଥିଲା ଆର୍ଯ୍ୟଭୂମିର ଆଦ୍ୟ କବିତା; ଶରବିଦ୍ଧ ହଂସ ଗୌତମ ବୁଦ୍ଧଙ୍କୁ କରିଥିଲା ଉତ୍ତାଳ କରୁଣାରେ ଆର୍ଦ୍ର, ନିଷ୍ଠୁର ବ୍ୟାଧର ଆଚରଣରୁ ସୃଷ୍ଟି ହେଇଥିଲା ଏ ଜାତିର ମହାକାବ୍ୟ ‘ରାମାୟଣ’ ଏବଂ ଆଉ ଜଣେ ଲଭିଥିଲେ ଆଲୋକିତ ପଥର ସନ୍ଧାନ –…