admin

admin

ଆମ ଓଡ଼ିଆ ମିଠା ଛେନାମୁଡୁକି 

ଲେଖା: ଦେଵ ତ୍ରିପାଠୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ, ଗଦି, ଘଣ୍ଟେଶ୍ୱର, ପୀରହାଟ ଏବଂ ଏଗୁଡ଼ିକର ଆଖପାଖ ଅଞ୍ଚଳକୁ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ‘ଭେଡା’ କୁହାଯାଏ । ଏହି ଅଞ୍ଚଳଟି ସମୁଦ୍ର ପତନଠାରୁ ନିମ୍ନରେ ଥିବା କାରଣରୁ ଅଧିକାଂଶ ସମୟରେ ସମୁଦ୍ରସଂଲଗ୍ନ ନଦୀ ଓ ସେମାନଙ୍କ ଶାଖାନଦୀଗୁଡ଼ିକରେ ଜୁଆର ମାଡିଆସି ସମସ୍ତ ଅଞ୍ଚଳ…

ବିକଳାନନ୍ଦ କର

ଲେଖା: ଦେଵ ତ୍ରିପାଠୀ ଆମ କଟକ ଜିଲ୍ଲାର କଥା !  ଥିଲା ଜଣେ ଅଧ୍ୟବସାୟୀ କିଶୋର । ପଇସା ଅଭାବରୁ ସିନା ପାଠ ପଢ଼ି ପାରିଲାନି, ହେଲେ ମନରେ ଥାଏ ଆଗକୁ ବଢ଼ିବାର ସ୍ପୃହା ! ପରିସ୍ଥିତିରେ ପଡ଼ି ଘରଦ୍ଵାର ଛାଡ଼ି ଦିନେ ବିଦେଶମାଟିରେ ଜୀବନ ଜୀଇଁବା ପାଇଁ ହୋଟେଲରେ କାମ କଲା । ବ୍ରାହ୍ମଣ…

କପଡାଗୁଣ୍ଡା

ଲେଖା: ଦେଵ ତ୍ରିପାଠୀ ଅଧୁନା ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ‘ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ,…

କେନ୍ଦେରା ଯୋଗୀ

  ଲେଖା: ଦେଵ ତ୍ରିପାଠୀ “ରାଜାକୂଳ ବଡ଼ ସୁଖ ଲୋ ଜନନୀ,  ଯୋଗୀକୂଳ ବଡ଼ ଦୁଃଖ ! ନ ଜାଣନ୍ତି ଯୋଗୀ ଖରା କି ବରଷା ମାଗି ବୁଲୁଥା’ନ୍ତି ଭିକ !” ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ…

କାଗଜମୁଖା 

ଲେଖା: ଦେଵ ତ୍ରିପାଠୀ ଜୀବନଯାକର ନିରବଚ୍ଛିନ୍ନ ସାଧନା, ଅବରୁଦ୍ଧ ଅନୂଢା ଅନୁରାଗ ଓ ଆକାଶଛୁଆଁ ଆଶାର ପ୍ରତିବଦଳରେ କଳାକାର ପ୍ରାଣଟି ପ୍ରତି ମୁହୂର୍ତ୍ତରେ ମହଳଣ ଦୀପଶିଖାଟି ଦିକ୍ ଦିକ୍ କରୁଥାଏ ! କଳା ଓ କଳାକାରର ପ୍ରତିଷ୍ଠା, ପ୍ରସାର ନେଇ ଆମେ ଯେତେ ଡିଣ୍ଡିମ ପିଟୁ, ଅଥଚ କଳାର ପ୍ରାଣସତ୍ତା ଦିନକୁଦିନ ହେଉଥାଏ ନିଷ୍ପ୍ରଭ, ନିଖୋଜ…

ଟେରାକୋଟା 

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆ ସଂସ୍କୃତିରେ ମାଟି କେଡ଼େ ପବିତ୍ର ! ଶୁଭକାମରେ ମାଟିର କଳସୀ ବସେ, ମାଟିର ପ୍ରଦୀପ ଜଳେ, ମଲାବେଳେ ମୁହଁରେ ଦିଆଯାଏ ମୁଠାଏ ମାଟି, ଦେବୀଙ୍କ ମୂର୍ତ୍ତି ତିଆରି ପାଇଁ ମହାନଦୀ କୂଳରୁ ମାଟି ଉଠାଇ ଅନୁକୂଳ ହୁଏ, ମାଟି ଆମର ଅଗ୍ରପୂଜ୍ୟ।  ଏଇ ମାଟିକୁ ନେଇ ଅପୂର୍ବ ରସମାଧୁର୍ଯ୍ୟର…

ଓଡ଼ିଶାର ପର୍ବପର୍ବାଣୀ

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାରେ ଅସରନ୍ତି ପର୍ବପର୍ବାଣୀ, ଦାରିଦ୍ର୍ୟ ସତ୍ତ୍ଵେ ସେସବୁ ପର୍ବପର୍ବାଣୀକୁ ନିଷ୍ଠା ଓ ପବିତ୍ରତା ସହିତ ପାଳିବାରେ କୁଣ୍ଠା କରେନି ଓଡିଆଣୀ । ଅଧିକାଂଶ ପର୍ବପାଳନ ହୁଏ ପରିବାରର ମା’ମାନଙ୍କ ଦ୍ଵାରା । ପର୍ବାଣୀ ଗୁଡିକରେ ପୂଜାଉପଚାର ଯେପରି ଭିନ୍ନ, ସେହି ଅବକାଶରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ମଧ୍ୟ ସ୍ବତନ୍ତ୍ର । ଓଡ଼ିଆଙ୍କ ଇଷ୍ଟଦେବ…

ମହିମା ଧର୍ମ

~ ମହିମା ଧର୍ମ ~ ଉପସ୍ଥାପନା: ଅମୃତେଶ ଖଟୁଆ “ସତ୍ୟରେ ମରିବି ସତ୍ୟରେ ତରିବି, ଏହି ଆଜ୍ଞା ମତେ ହେଉ। କହେ ଭୀମଭୋଇ ଏ ମର୍ତ୍ତ୍ୟମଣ୍ଡଳେ, ଯଶ ଅପଯଶ ରହୁ।।” ( ସ୍ତୁତି ଚିନ୍ତାମଣି, ସନ୍ଥକବି ଭୀମଭୋଇ ) “ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ଶ୍ରୀପୁରୁଷୋତ୍ତମେ ଜାଣ, ଥିଲେ ଯେଉଁ ନାରାୟଣ ସେ…

ଜଉଗଡ଼

ଲେଖା: ଦେଵ ତ୍ରିପାଠୀ ଖ୍ରୀଷ୍ଟପୂ୍ର୍ବ ୨୬୧ର କଳିଙ୍ଗ ବିଜୟର ପ୍ରବଳ ରକ୍ତପାତ ଓ ସଂଖ୍ୟାଧିକ ମୃତାହତଙ୍କ ବିକଳ ଦୃଶ୍ୟ ଚଣ୍ଡାଶୋକକୁ ରୂପାନ୍ତରିତ କଲା ଧର୍ମାଶୋକରେ I ଏହି ପରିବର୍ତ୍ତନର ସ୍ମାରକୀରୂପେ ଖୋଦିତ ହେଲା ଶିଳାଲେଖ ଖ୍ରୀଷ୍ଟପୂର୍ବ ୨୫୭ରେ, ଧଉଳି ଓ ଜଉଗଡ଼ ଠାରେ I ଧଉଳି ଆଜି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣର ଅନୁପମ…

ପଖାଳ ଦିବସ

ଉପସ୍ଥାପନା: ଦେଵ ତ୍ରିପାଠୀ ପଖାଳ କଂସାଏ । କି ଖରା, କି ବର୍ଷା, କି ଶୀତ — ଗରିବ, ଖଟିଖିଆ, ଚାଷୀ, ମଜୁରିଆର ହାଣ୍ଡିରେ ପଖାଳ ଗଣ୍ଡାଏ ତ ଥିବ ନିଶ୍ଚୟ । ଯେତେ ରାତିରେ ଘରକୁ କୁଣିଆମଇତ୍ର ଆସନ୍ତୁ, ଚିନ୍ତା ନାହିଁ । ମା’ମାନେ ପରଷି ଦେବେ ପଖାଳ କଂସାଏ । ମଲାଚୁଲିର ନିଆଁରେ…