admin

admin

ଦିଗପହଣ୍ଡି 

ଉପସ୍ଥାପନା: ଦେଵ ତ୍ରିପାଠୀ ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ‘ଗଙ୍ଗବଂଶାନୁଚରିତମ୍’ (୧୭୫୦)ର ‘ଦିକ୍ ପହଣି’, ମାଲବିଙ୍କ (୧୮୮୭) ‘ଦିଗପୁଦି’, ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି ଇତିହାସ’ (୧୯୦୯) ଠାରୁ ଦୀନନାଥ ପାଠୀଙ୍କ ‘ଦିଗପହଣ୍ଡିର ଡ୍ରଇଂମାଷ୍ଟ୍ରେ’ (୧୯୯୦) ବିବର୍ତ୍ତିତ ଇତିହାସର ସ୍ବାକ୍ଷର ବହନ କରୁଛି…

ବାଟଓଷା

ଲେଖା: ଅରବିନ୍ଦ ମହାନ୍ତି ବାଟଓଷା ବା ଦାଣ୍ଡପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି ।…

ଉତ୍କଳ ସନ୍ତାନ

ସୌରଭିତ ସୃଷ୍ଟି: ଜାତୀୟଗୌରବ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ମଧୁସୁଦନ ଦାସ ଉତ୍କଳୀୟ ଜନଜାଗରଣ କ୍ଷେତ୍ରରେ ମଧୁବାବୁ ଥିଲେ ମନ୍ତ୍ରଦାତା, ଉତ୍କଳୀୟ ଜାତୀୟତାର ବ୍ୟାଖ୍ୟାକାର, ତାଙ୍କର ଲେଖା ଓ ଭାଷଣରେ ଥିଲା ମନ୍ତ୍ରର ଉଦାତ୍ତ ଉଚ୍ଚାରଣ ପରି ବିଖଣ୍ଡିତ ଓଡ଼ିଆ ଜାତିର ଏକତ୍ରୀକରଣ ପାଇଁ ପ୍ରବଳ ଉଦ୍ଦୀପନାର ବାଣୀ, ଯାହାକୁ ଆଧାର କରି ସେ ଆରମ୍ଭ କରିଥିଲେ…

ଉତ୍କଳ ଦୀପିକା

ଲେଖା: ନିରଞ୍ଜନ ସାହୁ “ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ, ଦୀପିକା ଲେଖୁଛ ବସି ତିରିଶ ବରଷ । ନ ମାନି ବିପଦ ବାଧା ନ ଚାହିଁ ଦେହକୁ, ମନପ୍ରାଣ ସମରପି ପାଳିଛ ବ୍ରତକୁ । ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ, ଅଟ ତୁମ୍ଭେ ଜଣେ man of business” ବ୍ୟାସକବି ଫକୀରମୋହନଙ୍କ…

ବଡ଼ଠାକୁରଙ୍କ ଘଣ୍ଟସେବକ

ଲେଖା: ଋଷିରାଜ ପଟ୍ଟନାୟକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ସେବାୟତ ପୁରୀର ନୁହନ୍ତି। ଯେମିତି ପୁରୀ ବାହାରେ ରହିଛନ୍ତି ବଡ଼ଠାକୁରଙ୍କ ଘଣ୍ଟସେବକ । ସମଗ୍ର ଭଟ୍ଟିମୁଣ୍ଡା ହେଉଛି ସେବକମାନଙ୍କ ଆସ୍ଥାନ। ବର୍ଷସାରା ଶାଳରେ କଂସା-ବାସନ ତିଆରି କରି ଏମାନେ ବିକ୍ରୟ କରିଥା’ନ୍ତି । ଓଡ଼ିଶାର ଏକାଧିକ ଗ୍ରାମ ଯଥା – କଣ୍ଟିଲୋ, ରେମୁଣା, ଭୁବନ ଓ ତରଭା ଆଦି…

ହରିହର ବେଶ

ଲେଖା: ମିହିର ପଟ୍ଟନାୟକ ଶ୍ରୀମନ୍ଦିରରେ ଅନୁଷ୍ଠିତ ଶ୍ରୀଜୀଉମାନଙ୍କ ବିଶେଷ ବେଶ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କୁ ନେଇ ୨ଟି ବେଶ ପରିକଳ୍ପନା କରାଯାଇଛି। ଭାଦ୍ରବ ମାସରେ ପ୍ରଳମ୍ବାସୁର ବଧ ବେଶ ଭଳି କାର୍ତ୍ତିକ ମାସରେ ହରିହର ବେଶରେ ସଜ୍ଜିତ ହୁଅନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର। କାର୍ତ୍ତିକ ମାସରେ ହେଉଥିବା ନୀତି ରାଧାଦାମୋଦର ବେଶ ଭଳି ପ୍ରାୟତଃ ଦିଶୁଥିବା…

ଏ ଜାତି ଗାଲମାଧବ (ଭାଗ ୩)

ଏକୋଇଶିଆ ଦିନ ଶିଶୁପୁତ୍ର ଏ କୋଳରୁ ସେ କୋଳ ହେଉଛି, କେତେ ବେଳକେ ଆସିଲା ମା' ପାର୍ବତୀଙ୍କ କୋଳକୁ ! ଛାତିରେ ଜାକି ଧରିଲେ ପୁଅକୁ, ମନେପଡି ଯାଉଛି ନାହାକଙ୍କ କଥା ପଦକ, "ଏ ପୁଅ ଦିନେ ବଡ଼ ମଣିଷ ହେବ, ଅସାଧ୍ୟ ସାଧ୍ୟ କରିବ, କାଳକାଳକୁ ନାଁ ରଖିବ . .

ଏ ଜାତି ଗାଲମାଧବ (ଭାଗ ୨)

ଲେଖା: ଦେଵ ତ୍ରିପାଠୀ ବିରୂପା ନଦୀକୂଳରେ ଯେଉଁ ମହିୟସୀ ନାରୀଙ୍କ ଆତ୍ମୋତ୍ସର୍ଗ ଯେ ସ୍ବାଧୀନ ତଥା ସ୍ବର୍ଣ୍ଣିମ ଉତ୍କଳ ଗଠନ ପାଇଁ ଅଭିପ୍ରେରିତ କରିଥିଲା, ସମ୍ପୃକ୍ତ ଅଞ୍ଚଳଟି ଓଡ଼ିଶାର ଭୋୖଗୋଳିକ ମାନଚିତ୍ରରେ ଗର୍ବିତ ସ୍ଥାନ ଅଧିକାର କରି ନଥିଲେ ମଧ୍ୟ ରାଜ୍ୟର ମହାର୍ଘ ଇତିହାସ ସହିତ ଚକଡା଼ପୋଥି ଏବଂ ମାଦଳାପାଞ୍ଜିରେ ପାଇଥିଲା ଗୌରବାବହ ସମୁଜ୍ଜ୍ୱଳ ପରିଚୟ…

ଶାନ୍ତନୁ କୁମାର ଆଚାର୍ଯ୍ୟ 

ଲେଖା: ଦେଵ ତ୍ରିପାଠୀ ରସାୟନ ବିଜ୍ଞାନର ଅଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ । ଆତ୍ମାକୁ ଛୁଇଁବାର କ୍ଷମତା ଅଛି କେବଳ ସାହିତ୍ୟର ! ତେଣୁ…

ସହୀଦ ବାଜି ରାଉତ

ଲେଖା: ବିଜୟ ସାହୁ ବିଶ୍ୱ ଇତିହାସରେ ସଂକଳିତ ସର୍ବକନିଷ୍ଠ ସହୀଦ ବାଜି ରାଉତ ୧୯୩୮ ମସିହା ଅକ୍ଟୋବର ୧୦ ତାରିଖରେ ଢେଙ୍କାନାଳ ଜିଲ୍ଲାର ଭୁବନ ନିକଟସ୍ଥ ନୀଳକଣ୍ଠପୁର ବ୍ରାହ୍ମଣୀ କୂଳ ଘାଟରେ ବ୍ରିଟିଶ ଫଉଜ ଗୁଳିରେ ପ୍ରାଣ ହରାଇଥିଲେ ! ଯାହାଙ୍କ ଚିତା ପାଖରେ ବସି ବିପ୍ଲବୀକବି ସଚି ରାଉତରାୟ ଏହି ସହୀଦକୁ ଲେଖନୀରୁ ଅମର…