Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ମହାନ ଦେଶପ୍ରେମୀ, ଖଲ୍ଲିକୋଟ ରାଜ୍ୟର ଭୂମିପୁତ୍ର ପ୍ରଜାବତ୍ସଳ ମହାଦାନୀ ମହାରାଜା ହରିହର ମର୍ଦ୍ଦରାଜ । #ସ୍ବତନ୍ତ୍ର #ଓଡ଼ିଶାପ୍ରଦେଶ #ଗଠନର #ବୀଜବପକ ତଥା #ଉତ୍କଳ #ସମ୍ମିଳନୀର #ଆଦ୍ୟପ୍ରବର୍ତ୍ତକ; ଓଡ଼ିଶା ସହିତ ଗଞ୍ଜାମ ଏବଂ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳକୁ ମିଶାଇବା ନିମନ୍ତେ ସଂଗ୍ରାମର ଅବଧାରକ; ଗଞ୍ଜାମ ମାଟିରେ ତେଲୁଗୁ ଭାଷାଭାଷୀଙ୍କ ପ୍ରାଦୁର୍ଭାବରୁ ଓଡ଼ିଆ ଭାଷାର ସୁରକ୍ଷା…

~ ଶ୍ରୀବତ୍ସ ପଣ୍ଡା ~ ଲେଖା: ଅମୃତେଶ ଖଟୁଆ “ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି, ପାଆନ୍ତୁ ସଂସ୍କାର କରି ସତ୍ବର, କେହି ମୂଢ଼ମତି କଲେ ହେଁ ଆପତ୍ତି ଅବଶ୍ୟ ସହାୟ ହେବେ ଈଶ୍ୱର।” ସେଦିନ ମହୋଦୟ ଆନ୍ଧ୍ରପ୍ରଦେଶର ସବରେଜିଷ୍ଟ୍ରାର ଥିବାବେଳେ ସେଠି ଜଣେ ଉତ୍କଳୀୟ ବ୍ରାହ୍ମଣ ବାଳବିଧବାର ପୁନର୍ବିବାହ କରାଇଥିଲେ । ଏଥି ସକାଶେ…

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ଜଗତର ପୁନଃ ଉଜ୍ଜୀବିତ ହେବା ସମୟର କଥା ! ଏ ନୂତନ ଆନ୍ଦୋଳନରେ ଯୋଗ ଦେଇଥିଲେ କେତେ କେତେ ନବ୍ୟ ସଭ୍ୟ ଯୁବକ ! ~ ବିଜ୍ଞାନ ଦର୍ପଣ ~ କଟକର କିଛି ବିଜ୍ଞାନ ପଢ଼ୁଆ ଧୀମାନ୍ ତରୁଣଙ୍କ ଉଦ୍ୟମରେ ଶିଶୁ କିଶୋର ତଥା ବିଜ୍ଞାନ ପାଠ ଆଶାୟୀ…

ଲେଖା: ଦେଵ ତ୍ରିପାଠୀ ୧୯୦୩ ମସିହା । ମାନ୍ଦ୍ରାଜରେ କଂଗ୍ରେସ ଅଧିବେଶନରେ ଓଡ଼ିଆ ପ୍ରତିନିଧି ତଥା ସ୍ବାଭିମାନୀ ଓଡ଼ିଆ ମଧୁବାବୁ ଯୋଗଦେଇ ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆମାନଙ୍କୁ ଏକ ଶାସନାଧୀନ କରାଇବାର ପ୍ରସ୍ତାବ ରଖିଥିଲେ । ତେଲୁଗୁ ପ୍ରତିନିଧିଗଣ ଏକଜୁଟ ହୋଇ ଗଞ୍ଜାମ ଜିଲ୍ଲା ଓ ମାନ୍ଦ୍ରାଜ ପ୍ରଦେଶର କୌଣସି ଅଂଶ ଓଡ଼ିଶା ସହ ମିଶିବ…

ଲେଖା: ଶିବାଶିଷ ମହାପାତ୍ର ଯେଉଁ ଅସ୍ପଷ୍ଟ ରେଖାଚିତ୍ରଟି ସମୟର ଅନୁସରଣରେ କ୍ରମଶଃ ସ୍ପଷ୍ଟ ହୋଇଉଠିଥିଲା ଏବଂ ସମଗ୍ର ଓଡ଼ିଆ ଜାତିର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଉତ୍କଳ ସମ୍ମିଳନୀର ରୂପ ନେଲା ତାହା ୧୯୦୨ ମସିହାରେ ରମ୍ଭା ରାଜବାଟୀରେ ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ଏକମାତ୍ର ପୁତ୍ର ରାମଚନ୍ଦ୍ରଙ୍କ ଦ୍ବିତୀୟ ବାର୍ଷିକୀ ପୂର୍ତ୍ତି…

ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…

ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ, ସାହିତ୍ୟ ସୃଷ୍ଟି, ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ ଇତିହାସ ରଚିଥିଲେ ସେ ! କେବଳ ଓଡ଼ିଶା ନୁହେଁ, ଭାରତଭୂଖଣ୍ଡର ସେ ଥିଲେ…

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .