Physical Address
Sai Samarpanam, Satya Vihar, Bhubaneswar

ରାଜପ୍ରବୀର, ନବ ଉତ୍କଳରେ ଅଗ୍ରଗଣ୍ୟ ହେବାରେ ସୁରଭାରତୀ ସମୁପାସକ ହେଉଛନ୍ତି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ। ଅନ୍ଧାରୀ ଶାସକମାନଙ୍କ ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ କବଳିତ ଓ ଅତ୍ୟାଚାରିତ ପ୍ରଜାମାନେ ନିର୍ଯ୍ୟାତନା ସହୁଥିଲେ, ତତ୍କାଳୀନ ରାଜ୍ୟ ବାମଣ୍ଡା ରାଜା ସୁଢଳଦେବ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ, ଯେଉଁ ବିକାଶ ଘଟାଇଲେ, ତାହା ସେ ସମୟରେ ବିରଳ ନିଦର୍ଶନ . .

ବାସୁଦେବ ସୁଢଳଦେବ ଲେଖା: ନିରଞ୍ଜନ ସାହୁ ସାର୍ ବାସୁଦେବ ସୁଢଳଦେବ ! ପବିତ୍ରକୀର୍ତ୍ତି ଶ୍ରୀଯୁକ୍ତ ବାମଣ୍ଡାଧିପ ବାସୁଦେବ ସୁଢଳଦେବ ମହୋଦୟ ଶ୍ରୀ କରକମଳେଷୁ ସବିନୟ ନିବେଦନମିଦଂ ! ଶ୍ରୀମନ୍ ମହାରାଜ ! ପରସ୍ପର ବିରୋଧୀ ଶ୍ରୀ, ସରସ୍ଵତୀ ଏବଂ ବିନୟ ଆପଣଙ୍କଠାରେ ଏକତ୍ରାବସ୍ଥିତ ହୋଇ ପରସ୍ପରର ଶୋଭା ବୃଦ୍ଧି କରୁଅଛନ୍ତି, ଏହା ସମସ୍ତେ ଏକବାକ୍ୟରେ ସ୍ଵୀକାର…

~ ଜଳନ୍ଧର ଦେବ ~ ଲେଖା: ଅମୃତେଶ ଖଟୁଆ ଅକୁତୋଭୟ ସାରସ୍ଵତ ଚର୍ଚ୍ଚା, ସଂସ୍କାରଚେତନା, ବୈଜ୍ଞାନିକ ପୁରୋଦୃଷ୍ଟି ସମ୍ମିଳିତ ନିଜର ପ୍ରଜ୍ଞାଦୀପ୍ତ ଜୀବନର ଏକ ସ୍ଵତଃପ୍ରବୃତ୍ତ ଅନୁଷ୍ଠାନ ଜଳନ୍ଧର ଦେବ ସମଗ୍ର ଓଡିଆ ଜାତି ପାଇଁ ଚିରସ୍ମରଣୀୟ । ବାମଣ୍ଡା ଓଡିଆ ସାରସ୍ଵତ କ୍ଷେତ୍ରରେ ଏକ ପ୍ରୀତିପଦ ଉଚ୍ଚାରଣ। #ବୁଧ_ହଂସ_କେଳି_ସର ବାମଣ୍ଡା ଆଧୁନିକ ଓଡିଆ ସାହିତ୍ଯ…

ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…

ଲେଖା: ନିରଞ୍ଜନ ସାହୁ ବିଦ୍ୟା ଓ ସଂସ୍କୃତି ସଚେତନ ବାମଣ୍ଡା ରାଜ୍ୟରେ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଜନ୍ମ ନେଇଥିଲେ ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ପ୍ରତିଭା।ସାର୍ ବାସୁଦେବ ସୁଢଳଦେବ କର୍ତ୍ତୃକ ବାମଣ୍ଡାରେ ସମ୍ଭୂତ ନବ-ଜାଗରଣର ନୂତନ ଚିନ୍ତା ଓ ଚେତନାର ପୁଷ୍ପିତ ଉଦ୍ୟାନର ମହୀୟାନ ଫଳ ‘ଜଳନ୍ଧର ଦେବ’ । ଜଳନ୍ଧର ସ୍ରଷ୍ଟା ମାନସ ବାମଣ୍ଡାରେ…

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…

ଲେଖା: ଦେଵ ତ୍ରିପାଠୀ ~ କିଲା ଡାଳିଯୋଡ଼ା ~ ପ୍ରତି ମଣିଷର ଶୈଶବର ସ୍ମୃତିରେ ବିଜଡ଼ିତ କେତେ ରାଜା ଓ ରାଣୀଙ୍କ ଗାଥା ! ଇତିହାସ ପୃଷ୍ଠାରେ ହିଁ ରହିଯାଇଛି କେତେ କେତେ ସମ୍ରାଟ ଓ ସାମ୍ରାଜ୍ୟର କଥା ! ମ୍ଳାନ ଗୋଧୂଳିର ଅପରାହ୍ଣ ପରି କ୍ଷୀଣ, ଅତୀତର ସେହି ସମୟ ! ଜରାଜୀର୍ଣ୍ଣ ପଞ୍ଜୁରୀ…

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ଜଗତର ପୁନଃ ଉଜ୍ଜୀବିତ ହେବା ସମୟର କଥା ! ଏ ନୂତନ ଆନ୍ଦୋଳନରେ ଯୋଗ ଦେଇଥିଲେ କେତେ କେତେ ନବ୍ୟ ସଭ୍ୟ ଯୁବକ ! ~ ବିଜ୍ଞାନ ଦର୍ପଣ ~ କଟକର କିଛି ବିଜ୍ଞାନ ପଢ଼ୁଆ ଧୀମାନ୍ ତରୁଣଙ୍କ ଉଦ୍ୟମରେ ଶିଶୁ କିଶୋର ତଥା ବିଜ୍ଞାନ ପାଠ ଆଶାୟୀ…