Physical Address
Sai Samarpanam, Satya Vihar, Bhubaneswar

~ ଶରତ ~ ସୌରଭିତ ସୃଷ୍ଟି : ପଲ୍ଲୀକବି ନନ୍ଦକିଶୋର ବଳ ଭାଦ୍ରବ ମାସର ପ୍ରଥମ ରବିବାର । ପୂରି ଉଠିଥିଲା ପୁରପଲ୍ଲୀର ପୁଲକିତ ପାଟ ଅଗଣା । ସକାଳ ସିନ୍ଦୂରା ନ ଫାଟୁଣୁ ଆକାଶରେ ପବନ ପହୁଡା ତାଳଗଛ ଟପି ଦିଶିଥିଲା ଭସା ମେଘ । ଝିପିଝିପି ଅଗଣନ ଟୋପାରେ ତିନ୍ତିଥିବା ନିଶବ୍ଦ ପୃଥିବୀରେ…

~ କହଇ ଜଗନ୍ନାଥ ଦାସ ~ ଲେଖା: ଅମୃତେଶ ଖଟୁଆ “ତୋଷ ନୁହଁଇ ମୋର ଚିତ୍ତ, କହଇ ଦାସ ଜଗନ୍ନାଥ” II ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର…

ଲେଖା: ନିରଞ୍ଜନ ସାହୁ ~ ଭଞ୍ଜ ପରିକ୍ରମା: ବହୁ ମତ, ସହସ୍ର ସମ୍ମତ, ସାମାନ୍ୟ ବିଦ୍ୱେଷ ~ “ପୁରା କବିନାଂ ଗଣନା ପ୍ରସଙ୍ଗେ, କନିଷ୍ଠିକାଧିଷ୍ଠିତ କାଳିଦାସଃ, ଅଦ୍ୟପି ତତ୍ତୁଲ୍ୟ କବେର ଭାବାତ୍, ଅନାମିକା ସାର୍ଥବତୀ ବଭୁବ ।” କୌଣସି କାବ୍ୟମର୍ମଜ୍ଞ ସମାଲୋଚକ ସଂସ୍କୃତ କବିମାନଙ୍କର ମୂଲ୍ୟାଙ୍କନ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇ କାଳିଦାସଙ୍କୁ ଶ୍ରେଷ୍ଠ କବି…

ଲେଖା: ନିରଞ୍ଜନ ସାହୁ ~ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ~ ସମ୍ମାନୀୟା, ପୂଜ୍ୟା ମା’ ମୋର ! ଆପଣଙ୍କ ହାତରେ ନଥିଲା ବୀଣା, ପୁସ୍ତକ ନଥିଲା ଅପର ହସ୍ତରେ । ହେ ଭଗବତୀ ଭାରତୀ ! କୌଣସି ମଣ୍ଡପରେ ସ୍ଥାନିତ ହୋଇ ନା ପାଇଥିଲେ ଆପଣ ପୂଜାର୍ଚ୍ଚନା, ନା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାର୍ଷିକ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ~ ମୃଗତୃଷ୍ଣା ଶବ୍ଦ ଓ ଓଡ଼ିଆ ଭାଷା~ ମୃଗତୃଷ୍ଣା ଶବ୍ଦଟି ଓଡ଼ିଶାର ଅନେକ ଲୋକେ ଜାଣି ନଥାଇ ପାରନ୍ତି କିନ୍ତୁ ଯେଉଁମାନେ ସାହିତ୍ୟିକ ଵା ସାହିତ୍ୟ ସମ୍ବନ୍ଧରେ ଜ୍ଞାନ ରଖନ୍ତି ସେମାନେ ଏ ଶବ୍ଦକୁ ନିଶ୍ଚିତ ଭାବରେ ଜାଣିଥିବେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି…

ଲେଖା: ନିରଞ୍ଜନ ସାହୁ “ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପେ ଦଗ୍ଧକ୍ଲିଷ୍ଟ କ୍ଲାନ୍ତି ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ ! ଶିଖାଅ ହେବି ତୋ ସମ ସୁବିନୀତ ନମ୍ର ମନ ଅକାତରେ ଭବସେବା ଯାଉଥିବି କରି ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି ପ୍ରତିଦାନେ…

ଲେଖା: ନିରଞ୍ଜନ ସାହୁ ସେଦିନ ଥିଲା ଦୋଳପୂର୍ଣ୍ଣିମା ପରଦିନ । ଗଣକବି ବୈଷ୍ଣବ ପାଣିଙ୍କ ସାଧନା କ୍ଷେତ୍ର ମାଳିହତା ଠାରେ ଗଣକବିଙ୍କ ଆରାଧ୍ୟା ଦେବୀ କ୍ଷେତ୍ରପାଳିନୀଙ୍କ ମନ୍ଦିରରେ ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ହେଉଥାଏ । ନିମନ୍ତ୍ରଣ କ୍ରମେ ସେଠାରେ ପହଞ୍ଚିବାକୁ ହେଲା । ରାତ୍ର ନଅ ଘଟିକା ବେଳକୁ ପୂର୍ଣ୍ଣାହୁତି ହୋଇ ଶେଷ ହେଲା…

ଲେଖା: ନିରଞ୍ଜନ ସାହୁ ୧୯୩୪ ମସିହାରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ପଦଯାତ୍ରା ଓଡ଼ିଶାର ପୁରୀରୁ । ପୁରୀରୁ କାଜିପାଟଣା ଆସିବା ରାସ୍ତାରେ ତେଲେଙ୍ଗାପେଣ୍ଠରେ ରହିଲେ ବାପୁ । ରହଣିର ସବୁ ବ୍ୟବସ୍ଥା କରୁଥିଲେ ମା’ ରମାଦେବୀ ଓ ତାଙ୍କର ଜଣେ ସହକର୍ମୀ । ଟିକେ ଅବସର ପାଇଲେ ଗାନ୍ଧିଜୀଙ୍କୁ କିଛି ପ୍ରଶ୍ନ କରିବାକୁ ମନସ୍ଥ କଲେ…

ସୌରଭିତ ସୃଷ୍ଟି: ପଲ୍ଲୀକବି ନନ୍ଦକିଶୋର ବଳ (୧) ବିଧାତା ନିଗୁଢ଼-ନିଦେଶେ ଗ୍ରୀଷମ ଯେଉଁ ଧରାଧାମ ଛାଡି଼; ପ୍ରବଳ ବେଗରେ ଘୋର ବୃଷ୍ଟିକାଳ ଆସିଲା ସଂସାରେ ମାଡ଼ି । ଭାବଇ ଦେଖିଣ ମହାପରିବର୍ତ୍ତ ଅଚିରେ ଧରଣୀ ମୁଖ, ଚିରକାଳ ସିନା ଏ ମର ଧାମରେ ଲାଗିଛଇ ଦୁଃଖ ସୁଖ ।…

ଲେଖା: ଦେଵ ତ୍ରିପାଠୀ ଜଗତସିଂହପୁରର ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାର୍ଶ୍ଵ ଓ ମୃତ ଅଳକା ନଦୀର ଉତ୍ତର ପାର୍ଶ୍ୱରେ ଥିବା ଐତିହାସିକ ସୋମନାଥ ହାଟ ନିକଟସ୍ଥ ବିସ୍ତୀର୍ଣ୍ଣ ଆମ୍ବତୋଟା। ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଜାତୀୟକବି ବୀରକିଶୋର, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ, ଭାଗିରଥ ମହାପାତ୍ର, ସରଳାଦେବୀ, ନୀଳମଣି ପ୍ରଧାନ, ପ୍ରାଣକୃଷ୍ଣ ପଢ଼ିଆରୀ, ଭିକାରୀଚରଣ…