Physical Address
Sai Samarpanam, Satya Vihar, Bhubaneswar

~ ପତିତପାବନ ଜଗନ୍ନାଥ ମନ୍ଦିର ~ ଲେଖା: ଶ୍ରୀକାନ୍ତ ସିଂହ “ପତିତ ଜନକୁ ଉଦ୍ଧରିବା ପାଇଁ ଉଡ଼ାଉ ଅଛ ପତାକା, ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ ଵିପତ୍ତି କରୁଛି ଡକା ।। ନାଶ ଗଲେ ପଛେ ଥାଉ କି କରିବା କରୁଣା ଭଣ୍ଡାର ଫେଇ, ଦୁଖୀ ଗଲେ ନାଶ ଅର୍ଜିବା କି ଯଶ…

ଘଣ୍ଟପାଟୁଆ ଲେଖା: ଅମୃତେଶ ଖଟୁଆ “ବରଗଛ ଘାଉଁ ଘାଉଁ, ଗାଉଣି ଭାଇକି ପଚାରୁ ଅଛି ଘଟ ଜନମିଲା କାହୁଁ । ଘଟ ଜନମିଲା ଈଶ୍ଵରଙ୍କ ଠାରୁ . . .” ଓଲଟ କଳସରେ ଚିତ୍ରିତ ଦେବୀଙ୍କ ପଞ୍ଚମୁଖୀ ଚଳନ୍ତି ଘଟ ସହ ସେଥିରେ ପବିତ୍ର ନଦୀ ଘାଟରୁ ପାଣି ତୋଳି ସୂର୍ଯ୍ୟ ଦେବତାଙ୍କର ଉପସ୍ଥିତିରେ ରାଉଳ…

ଲେଖା: ଶ୍ରୀକାନ୍ତ ସିଂହ ~ ଦୁର୍ଗା ~ ଶରତର ନିର୍ମଳ ଆକାଶ ଆଉ ଧରଣୀରେ କାଶତଣ୍ଡୀ ଫୁଲର ଶ୍ୱେତସମ୍ଭାର ଇଙ୍ଗିତ କରେ, ମାତୃ ଆବାହନର ସମୟ ଯେ ଉପନୀତ । ଦେବୀ ଉତ୍ଥାପନର ପବିତ୍ର ବେଳାରେ ଜଗତଜନନୀଙ୍କ ଆବାହନ ନିମନ୍ତେ ସହସ୍ରକୁମ୍ଭାଭିଷେକ ସହିତ ଷୋଡଶ ଦିନାତ୍ମକ ପୂଜାର ହୁଏ ଅୟମାରମ୍ଭ । ଏହି ଅବସରରେ, ସହର,…

~ କଳିଙ୍ଗ ସ୍ଥାପତ୍ୟରେ ଶ୍ରୀଗଣେଶ ~ ଲେଖା: ଶ୍ରୀକାନ୍ତ ସିଂହ ‘ଯୋଗେଣ ଯୋଗେଶ୍ଵର ସଦାନନ୍ଦର ତନୟେ, ମନ ଚଇତନ ୟେକତ୍ଵ କଲୁ ଅଜପା ଯୋଗ ଲୟେ । ବିସ୍ତାର ଉଦରେ ଯାହାର ଗ୍ୟାନ ସଚ୍ଚା, ପୃଥୁଳ ଶରୀର ନାଥ ଅଭୟେ କାଳ ବଞ୍ଚା । ଶିଖିପୃଚ୍ଛ ମଉଳି ବତିଶ ଗୁଣେ କଳା, ଭର ହରଷ ନାଥ…

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ଲେଖା: ଶ୍ରୀକାନ୍ତ ସିଂହ ~ ବାରେଡ଼ିଆର ସିଦ୍ଧେଶ୍ୱର ମନ୍ଦିର ~ ଗ୍ରାମ ବାରେଡ଼ିଆ, ବାଇଶି ମୌଜା, ଜିଲ୍ଲା ଜଗତସିଂହପୁର ସହସ୍ର ବର୍ଷ ପୂର୍ବେ, ଗୋଟେ ସମୟରେ ଏବର ଜଗତସିଂହପୁର ଜିଲ୍ଲା ବାଇଶିମୌଜା ଅଞ୍ଚଳଟି ଦେବୀ ଓ ବିଲୁଆଖାଇ ନଦୀର ଅବବାହିକା ଅଞ୍ଚଳ ଥିଲା l ବିଶେଷ ଜନବସତି ନ ଥିଲେ ବି ବାଇଶି ଖଣ୍ଡ ମୌଜାର…

ଲେଖା: ଶ୍ରୀକାନ୍ତ ସିଂହ ~ ପଞ୍ଚୁପାଣ୍ଡଵ ମନ୍ଦିର ~ ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ ଲୁଚି ରହିଥିବା ଏକ ଅନାଲୋଚିତ ଅଧ୍ୟାୟ ହେଉଛି “ପଞ୍ଚୁପାଣ୍ଡଵ ମନ୍ଦିର” l ଶତାବ୍ଦୀ ପୁରାତନ ଏହି ଶୈବପୀଠ ବିଷୟରେ ବିଶେଷ କୌଣସି ଆଲୋଚନା କେଉଁଠାରେ ଦେଖିବାକୁ ମିଳେନା l ଦିନଥିଲା ସେ କାଳରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା…

ଲେଖା: ତ୍ରିଲୋଚନ ସ୍ୱାଇଁ ~ ପରମହଂସନାଥ ମନ୍ଦିର ~ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ…

ଲେଖା: ଶିଶିର ମନୋଜ ସାହୁ ~ ହଜିଯାଉଛି ଆମ ପରମ୍ପରା: ହାଣ୍ଡିଧୁଡୁ଼କା~ ଆମ ଅଞ୍ଚଳରେ ଵିଵାହୋତ୍ସଵ ଅଵସରରେ ହାଣ୍ଡିଧୁଡୁ଼କା ବୋଲି ଏକ ପରମ୍ପରା ପୂର୍ଵେ ଵିଶେଷ ଭାବରେ ପ୍ରଚଳିତ ଥିଲା । ହାଣ୍ଡିଧୁଡୁ଼କା ଵିଵାହ ଚତୁର୍ଥୀ ପରଦିନ କରାଯାଇଥାଏ । ଏହିଦିନ ବରର ଭଉଣୀ ଵା ଭାଉଜ ଗୋଟାଏ ହାଣ୍ଡିରେ ଖପରା ଓ ପାଉଁଶ ରଖି…

ଲେଖା: ଶ୍ରୀକାନ୍ତ ସିଂହ ~ ଅଳଗୁମର ଗତେଶ୍ୱର ମହାଦେବ ମନ୍ଦିର ~ ଗଙ୍ଗବଂଶୀ ରାଜତ୍ୱ ସମୟରେ ତତ୍କାଳୀନ ଉତ୍କଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଅନେକ ଶୈବ ଓ ବୈଷ୍ଣବ ମନ୍ଦିରମାନ ନିର୍ମାଣ ହୋଇଥିଲା l ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଗଙ୍ଗବଂଶୀ ଶାସନ କାଳର ଦୁଇଟି ପ୍ରମୁଖ ମନ୍ଦିର ରହିଛି l ସେଥିମଧ୍ୟରେ ନୂଆସୋମେଶ୍ୱରପୁର ଗ୍ରାମରେ…