Physical Address
Sai Samarpanam, Satya Vihar, Bhubaneswar

ସୌରଭିତ ସୃଷ୍ଟି: ନୃସିଂହ ଚରଣ ସାହୁ ଛାତ୍ରାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି ଅନୁରାଗୀ । ଜନ୍ମମାଟି ପାଇଁ କିଛି କରିବାର ଆକାଙକ୍ଷା ପ୍ରବଳ । ଐଶ୍ୱରୀୟ ଆଶୀର୍ବାଦ ତାଙ୍କୁ ଆଉଟିକେ ବାଟ କଢ଼େଇ ଆଣିଲା । ହାଇସ୍କୁଲ ଛାତ୍ର ଥିବାବେଳେ ସାନିଧ୍ୟ ଲାଭ କଲେ ଅଦ୍ୱିତୀୟ ଗାନ୍ଧୀବାଦୀ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କର । ପରିଚିତ…

ଉପସ୍ଥାପନା: ନିରଞ୍ଜନ ସାହୁ ~ ମୁଁ ଓଡ଼ିଆରେ କାହିଁକି ଲେଖିବି ~ ସବୁ ଦେଶର ଲେଖକ-ଜାତି ଦରିଦ୍ର ! Suffering is the badge of our tribe! ଲାଞ୍ଛନା ଆମ୍ଭମାନଙ୍କର ଲାଞ୍ଛନ । ଲାଞ୍ଛନା ଓ ଦୁଃଖ, ସାଧନା ଓ ଅନୁଭୂତିର ଜନନୀ ଓ ଧାତ୍ରୀ । ସାଧନା ଓ ଅନୁଭୂତି ସାହିତ୍ୟ-ସୃଷ୍ଟିର ମେରୁଦଣ୍ଡ…

ଉପସ୍ଥାପନା: ନିରଞ୍ଜନ ସାହୁ ~ ମୁଁ ଓଡ଼ିଆ ଜାତିକୁ କାହିଁକି ଭଲପାଏ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ କେବଳ ଜଣେ ସଫଳ କାବ୍ୟ ସ୍ରଷ୍ଟା ନୁହନ୍ତି । ଓଡ଼ିଆ ସାହିତ୍ୟରେ ବିବିଧ ବିଭାଗରେ ଲେଖନୀ ଚାଳନା କରି ସାର୍ଥକତା ଲାଭ କରିଥିବା ଜଣେ ସୁପରିଚିତ ଓ ସୁପ୍ରତିଷ୍ଟିତ ଲେଖକ ଆମର ସର୍ବପୂଜ୍ୟ ଭାବରେ ବିଦିତ…

ଲେଖା: ଦେଵ ତ୍ରିପାଠୀ ଓଡ଼ିଆ ପତ୍ରପତ୍ରିକା ପ୍ରକାଶନର ଇତିହାସ ଦେଢଶହ ବର୍ଷରୁ ଅଧିକ ହେଲେ ମଧ୍ୟ ଦୁଇଶହ ବର୍ଷରୁ କମ୍ । ଓଡ଼ିଶାର #ସାଂସ୍କୃତିକ_ପ୍ରାଣକେନ୍ଦ୍ର_କଟକ ହିଁ ଏହି ନବ ଆନ୍ଦୋଳନର ପ୍ରାଣପ୍ରତିଷ୍ଠାତା ଓ ଦିଗଦ୍ରଷ୍ଟା । ଶିକ୍ଷାବିକାଶ ଆନ୍ଦୋଳନରେ ଅଢ଼େଇ ହଜାର ବର୍ଷରୁ ଅଧିକ କାଳ ଧରି ଗଢ଼ିଉଠିଥିବା ଏଇ ସହରର ଭୂମିକା ନିଶ୍ଚିତ ଭାବେ…

ଉପସ୍ଥାପନା: ଶିଶିର ସାହୁ ମନୋଜ ବଙ୍ଗାଳି ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵାଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ? ବଙ୍ଗଳା ଓଡ଼ିଆର ଉପଜାତି ଥିଲା ନା ଓଡ଼ିଆ ବଙ୍ଗଳାର ଉପଜାତି ଥିଲା ? ―ଭାଷା― ୧. ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ଯ…

ଲେଖା: ଶିଶିର ସାହୁ ମନୋଜ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅନ୍ଯ ନାମ ଜାଣିଛନ୍ତି କି ? ଆମ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷା ଅନେକ ନାମର ଅଧିକାରୀ । ଏହି ଭାଷାର ସମ୍ବଲପୁରୀ, ଦେଶିଆ, ବାଥୁଡୀ଼, ଭତ୍ରୀ, ହଲଵୀ, ସାଦ୍ରୀ, ଅଘରିଆ, ଗଞ୍ଜାମୀ, ଢେଙ୍କାନାଳୀ, ସୁନ୍ଦରଗଡୀ, ଷଡ଼ଶୀ, ବାଲେଶ୍ଵରୀ, ମେଦିନୀପୁରୀ, କୁପିଆ,…

ଲେଖା: ଶିଶିର ସାହୁ ମନୋଜ ଆମସ୍ ସଟନ୍ ୧୮୩୧ ମସିହାରେ ପ୍ରଥମେ ଓଡ଼ିଆ ଵ୍ଯାକରଣ ସମ୍ବନ୍ଧୀୟ ପୁସ୍ତକ ‘Introductory Grammar of Oriya Language’ ଲେଖିଥିଲେ ! ଏଥିରେ ସେ ଆମ ଓଡ଼ିଆ ଭାଷା ଏବଂ ବଙ୍ଗାଳି ଭାଷା ମଧ୍ଯରେ ପ୍ରଭେଦ ଦର୍ଶେଇଵାକୁ ଯାଇ କହିଛନ୍ତି: “ବଙ୍ଗାଳୀ ପାଟି ଲଗେଇ ସ୍ତ୍ରୀ ଲୋକଙ୍କ ପରି ଶବ୍ଦ…

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆପୁଅ ଜୟଦେବ ~ “ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ମଧୁକରନିକର କରଂବିତ କୋକିଳ କୂଜିତ କୁଞ୍ଜକୁଟୀରେ, ବିହରତି ହରିରିହ ସରସ ବସନ୍ତେ, ନୃତ୍ୟତି ଯୁବତୀଜନେନ ସମଂ ସଖି ବିରହିଜନସ୍ୟ ଦୁରନ୍ତେ।” ଲଳିତ ଶବ୍ଦ ପ୍ରୟୋଗ ଓ ପଦବିନ୍ୟାସରେ ବିଶ୍ୱବାସୀଙ୍କୁ ଚକିତ କରିପାରିଥିବା ମହାନ୍ ସଂସ୍କୃତ କବି, ‘ଗୀତଗୋବିନ୍ଦ‘ର ରଚୟିତା…

ଲେଖା: ସୁଶାନ୍ତ ସାହୁ ହୋଇପାରେ ଏହା ଏକ ବିବାଦୀୟ ପ୍ରଶ୍ନ, ମାତ୍ର ବିବାଦରୁ ହିଁ ଇତିହାସର ଅନେକ ସ୍ବର୍ଣ୍ଣିମ ସତ୍ୟ ଆବିଷ୍କୃତ ହୋଇପାରିଛି। ନିକଟ ଅତୀତରେ ରସଗୋଲା ଘଟଣାକୁ ଉଦାହରଣ ସ୍ୱରୂପ ନିଆଯାଇ ପାରେ। ପୋଥିଗତ ତତ୍ବ ହିଁ ପ୍ରକୃତ ସତ୍ୟ ଏହା ଆମେ ସହଜରେ ମାନି ନେଉ କାରଣ ଆମ ଓଡ଼ିଆଙ୍କଠାରେ ଅନୁସନ୍ଧାନ ମନୋବୃତ୍ତିର…

ଲେଖା: ଦେଵ ତ୍ରିପାଠୀ ଖାଦ୍ୟ ! ପୁନଶ୍ଚ ଭିନ୍ନ ଓ ସ୍ବାଦିଷ୍ଟ ! କାହାର ବା ଲୋଭ ନ ହେବ ! ଯେଉଁଠି ଖାଦ୍ୟ ସ୍ବାଦିଷ୍ଟ, ସେଇଠି ତୃପ୍ତି ଓ ଆନନ୍ଦ । ସେ ବର୍ଷାଦିନିଆ ଉଷୁମ ମୁଢ଼ି ହେଉ କି ଜେଜେ ମା’ର ବେସରଦିଆ ଆମ୍ବୁଲପକା ଚୁନାମାଛ, ତା’ର ଯେଉଁ ବାସ୍ନା ଆଉ ସୁଆଦ…