Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଉପସ୍ଥାପନା: ବିଷ୍ଣୁମୋହନ ଅଧିକାରୀ
ଓଡ଼ିଶାରେ ଶାକ୍ତ, ଶୈବ ଓ ବୈଷ୍ଣବ ପର୍ବଭଳି ସୌର ଉପାସନା ମଧ୍ୟ ଭାରି ଆଦୃତ। ପୌଷ ରବିବାର, ଶାମ୍ବ ଦଶମୀ, ତିଳ ସପ୍ତମୀ, ରବିନାରାୟଣ ଏକାଦଶୀ ଭଳି ଅନେକ ପର୍ବ ଏହାର ପରିଚୟ ଦିଏ।
ଯେଉଁ ଦିନ ଶୁକ୍ଳ ପକ୍ଷ ଏକାଦଶୀ ରବିବାରରେ ପଡିଥାଏ। ସେହି ଦିନ ରବିନାରାୟଣ ଏକାଦଶୀ ବ୍ରତ ପାଳନ ହୋଇଥାଏ ।ଏହି ବ୍ରତ ପୁରୁଷୋତ୍ତମ ମାସରେ ପଡିଲେ ଅପୂର୍ବ ଯୋଗ ମନେ କରାଯାଏ।
ଏହି ରବିନାରାୟଣ ଏକାଦଶୀ ଦିନ ଗଞ୍ଜାମ ଜିଲ୍ଲା ବୁଗୁଡାର ଶ୍ରୀବିରଞ୍ଚିନାରାୟଣଙ୍କ ଅପୂର୍ବ ବେଶଦର୍ଶନ, ଏବଂ ପ୍ରଚୀନ କଳିଙ୍ଗର ସର୍ବପୁରାତନ ସୂର୍ଯ୍ୟ ମନ୍ଦିର ଆର୍ଶବଲ୍ଲୀଠାରେ ବେଢ଼ାବୁଲା ଉତ୍ସବ ଦେଖିବାକୁ ମିଳେ।
ସାତଫୁଲ, ସାତମୁଆଁ, ସାତମଣ୍ଡା, ସାତଦୁର୍ବା ଇତ୍ୟାଦି ଘେନି ଏହି ରବିନାରାୟଣ ଏକାଦଶୀ ପୂଜା ହୁଏ। ବ୍ରତଧାରୀମାନେ ସାତଗଣ୍ଠିରେ ବ୍ରତକରି ଅର୍ଘ୍ୟ ଦେଇ ସୂର୍ଯ୍ୟ ପୂଜା କରନ୍ତି।