ଅରୁଣସ୍ତମ୍ଭ

ଲେଖା: ଦେଵ ତ୍ରିପାଠୀ

ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ଶରଧାବାଲିକୁ ମୁଣ୍ଡିଆମାରେ, ଧୂଳି କଣିକାଏ ନେଇ ମୁଣ୍ଡରେ ବୋଳେ । ନୀଳକନ୍ଦରବାସୀ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଆଉ କାଳିଆ ସାଆନ୍ତଙ୍କୁ ଦର୍ଶନ ପାଇଁ ମନ ହୁଏ ବ୍ୟାକୁଳ, ବଡ଼ଦେଉଳର ପତିତପାବନ ବାନା ତା’କୁ ହାତଠାରି ଡାକେ । ଭକ୍ତ ତରତର ହୋଇ ଧାଇଁଯାଏ ।

ଅଣହିନ୍ଦୁ ଭକ୍ତଟି ସିନା ମନ୍ଦିର ବାହାରୁ ଥାଇ ଦର୍ଶନର ଆଶାକୁ ମଉଳାଇ ଦିଏ, କିନ୍ତୁ ହିନ୍ଦୁ ଭାରତୀୟ ଭକ୍ତମାନେ ବିଧିମତେ ଜଗତଠାକୁରଙ୍କ ଦର୍ଶନ କରନ୍ତି, ଭକ୍ତିରେ, ଭାବରେ, ଆବେଗରେ । ଦର୍ଶନର ଧାରାଟି ସୃଷ୍ଟି ହୁଏ ଶ୍ରୀମନ୍ଦିରର ସିଂହଦ୍ଵାରର ପ୍ରବେଶମାର୍ଗରେ ଥିବା ସୁଉଚ୍ଚ ଓ ଅତୀବ କାରୁକାର୍ଯ୍ୟ ଭରା ଦିବ୍ୟ ଅରୁଣସ୍ତମ୍ଭରୁ ।

ଭକ୍ତଟିଏ ହସ୍ତପଦପ୍ରକ୍ଷାଳନ କରି ପ୍ରଥମେ ମୁଣ୍ଡିଆ ମାରେ ଅରୁଣସ୍ତମ୍ଭରେଅରୁଣ ବା ଜ୍ୟୋତିର ପ୍ରତୀକ ତଥା ଶକ୍ତିପ୍ରଦାୟକ ଏହି ଦିବ୍ୟସ୍ତମ୍ଭକୁ ସ୍ପର୍ଶକଲେ ସଶକ୍ତ ହୁଏ ଭକ୍ତର କାୟ, ମନ ଓ ବାକ୍ୟ, ଜଗନ୍ନାଥ-ଦର୍ଶନ ପାଇଁ ଶରୀରରେ ସଞ୍ଚାରିତ ହୁଏ ଦିବ୍ୟଶକ୍ତି

ଶ୍ରୀମନ୍ଦିରର ପୂର୍ବଦ୍ଵାର ସମ୍ମୁଖର ଅରୁଣସ୍ତମ୍ଭ ଚକଡ଼ା ଉପରେ ଏକକ ମୁଗୁନି ପଥରଖଣ୍ଡରେ ନିର୍ମିତ ୩୩ଫୁଟ ୮ଇଞ୍ଚ ଉଚ୍ଚ ଏହି ଅରୁଣସ୍ତମ୍ଭର ଶୀର୍ଷରେ ସୂର୍ଯ୍ୟଦେବଙ୍କ ସାରଥୀ ଅରୁଣ ଅତ୍ୟନ୍ତ କମନୀୟ କାରୁକାର୍ଯ୍ୟ-ଭରା ରୂପରେ ଯୋଡହସ୍ତରେ ଉପବିଷ୍ଟ । ସମାନ ଆକାରର ୧୬ଟି କୋଣ (ମୁହଁ, ପଗ, ପାଗ) ବିଶିଷ୍ଟ ଏହି ସ୍ତମ୍ଭଟି ୭ଫୁଟ ୯ ଇଞ୍ଚ ଲମ୍ବ ଓ ଓସାର ଏବଂ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପୀଠ ଉପରେ ସ୍ଥାପିତ । ସ୍ତମ୍ଭ ଟିର ବ୍ୟାସ ଦୁଇ ଫୁଟ ଓ ଗୋଲେଇ ଛ ଫୁଟ ସାଢ଼େ ତିନି ଇଞ୍ଚ ।

ନିଖୁଣ ଅବସ୍ଥାରେ ଭୋଇବଂଶୀ ରାଜା ଦିବ୍ୟସିଂହ ଦେବଙ୍କ ଦ୍ଵାରା କୋଣାର୍କ ସୂର୍ଯ୍ୟମନ୍ଦିରରୁ ଶ୍ରୀମନ୍ଦିର ସିଂହଦ୍ଵାରକୁ ସ୍ଥାନାନ୍ତରିତ କରାଯାଇଥିଲା । ଦୂରରୁ ଦେଖିଲେ ଅନୁଭବ ହୁଏ ସତେ ଯେପରି ଏଇ ସ୍ତମ୍ଭଟି ବଡ଼ଦେଉଳର ଜାଗ୍ରତପ୍ରହରୀ ରୂପେ ଦଣ୍ଡାୟମାନ

Leave a Comment

Your email address will not be published. Required fields are marked *

Scroll to Top