ମା’ ଭଣ୍ଡାରଘରଣୀ (Maa Bhandaragharani)

ଲେଖା: ଶିବାଶିଷ ମହାପାତ୍ର

ପ୍ରେମ, ସଦଭାବନା, ସଂସ୍କାର ଓ ସଂସ୍କୃତି ରେ ଭରା ଆମ ଓଡ଼ିଶା । ନବରଙ୍ଗପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଭାବରେ ମାା’ ଭଣ୍ଡାର ଘରଣୀ ପୂଜିତା । ନାମ ଅନୁସାରେ ମା’ ଧନଧାନ୍ୟର ଦେବୀ ଭାବରେ ପରିଚିତା । 

ଏହି ମନ୍ଦିରରେ ବ୍ରାହ୍ମଣ ଏବଂ କ୍ୟୈବର୍ତ୍ତ ସମାଜର ପୂଜକ ପୂଜା କରିଥାନ୍ତି । ମା’ ପ୍ରତ୍ୟକ୍ଷ ଠାକୁରାଣୀ ଭାବରେ ପରିଗଣିତ ଏବଂ ସେଥିପାଇଁ ମାଙ୍କୁ ସିଧାସଳଖ ଦର୍ଶନ କରିବା ମନା ହୋଇଥାଏ । ପାର୍ଶ୍ଵରୁ‌ କିମ୍ବା ଦର୍ପଣ ସାହାଯ୍ୟରେ ମା’ଙ୍କ ଦର୍ଶନ କରାଯାଏ । 
ଲୋକକଥା ଅନୁସାରେ ମା’ଙ୍କୁ ଜଗନ୍ନାଥପୁରର ରାଜ ଉଆସରେ ଭଣ୍ଡାର ଘରେ ପୂଜା କରାଯାଉଥିଲା, ପରେ ପରେ ତାଙ୍କୁ ନବରଙ୍ଗପୁର ସହର ମଧ୍ୟ ଭାଗରେ ରାଜାଙ୍କ ଦ୍ଵାରା ସ୍ଥାପିତ କରାଯାଇଥିଲା । ପାର୍ଶ୍ଵବର୍ତ୍ତୀ ଜିଲ୍ଲା ତଥା ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି ।

Leave a Comment

Your email address will not be published. Required fields are marked *

Scroll to Top