Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ
ଷୋଡଶ ଶତାବ୍ଦୀର ମଧ୍ୟଭାଗରେ ପୁରୁଣାପଟଣାରୁ ରାଜଧାନୀ ପୁଣ୍ୟପୀଠ ପାରଳାକୁ ସ୍ଥାନାନ୍ତର ପରେ ରାଜା ଗଜପତି ଅନନ୍ତପଦ୍ମନାଭ ଦେବଙ୍କ କାଳରେ ଅନେକ ମନ୍ଦିର ଓ ମଠ ନିର୍ମାଣ ହେଲା, ତନ୍ମଧ୍ୟରୁ ଲିହୁରୀ, ଭାଲେରୀ ଓ ପାରଳାର ଗୋପୀନାଥ ମନ୍ଦିର ଅନ୍ୟତମ।
ଏକଦା ରାଜାଙ୍କୁ ସ୍ୱପ୍ନାଦେଶ ହୁଏ, ନିକଟବର୍ତ୍ତୀ ପଶ୍ଚିମ ବାତ୍ତିଲି ମୁଠାରେ ପୂଜାପାଉଥିବା ପୁରୁଣା ନିମବୃକ୍ଷଟିଏ ଭାସିଆସି ନିମଗାଁ ମୁଠାରେ ଲାଗିଛି। ସେଥିରୁ ଆମ୍ଭ ବିଗ୍ରହ ନିର୍ମାଣ କରାଅ।
ସତକୁ ସତ, ରାଜାଙ୍କ ନିର୍ଦେଶକ୍ରମେ ଗୋରୀବନ୍ଧା ଦୋରା ଓ ବିଶୋୟୀମାନେ ଦେଖନ୍ତେ ବାରଣାସୀ ବଂଶଧାରାକୂଳ ଲିହୁରୀ ଗ୍ରାମରେ ଏକ ବିଶାଳ ଦୃମର ଗଣ୍ଡିଟିଏ ଆସି ବଂଶଧାରା ପଠାରେ ଲାଗିଛି। ଖବର ପାଇ ରାଜା, ରୂପକାର ଓ ବିଶ୍ଵକର୍ମା ମହାରଣାଙ୍କୁ ଖବର ଦେଲେ। ଏକ ସୁନ୍ଦର ଭବ୍ୟ ଯୁଗଳ ମୂର୍ତ୍ତି ୨୧ ଦିନ ମଧ୍ୟରେ ଗଢ଼ାଇଲେ। ତେବେ ମନ୍ଦିର ପ୍ରତିଷ୍ଠା ଓ ନାମକରଣ ନିମିତ୍ତ ସଂଶୟ ଉପୁଜିବାରୁ, ରାଜା ପୁଣି ନିର୍ମିତ ବିଗ୍ରହଙ୍କ ନିକଟରେ ଅଧିଆ ପଡିଲେ। ଶେଷରେ ପାଟରାଣୀଙ୍କୁ ପ୍ରଭୁ ଗୋପୀନାଥ ରୂପେ ଦର୍ଶନ ଦେଇ ଉକ୍ତ ସ୍ଥାନରେ ହିଁ ଦେଉଳ ଗଢ଼ାଇବାକୁ ନିର୍ଦେଶ ଦେଲେ। ନିର୍ଦେଶପାଇ ରାଜା ଏକ ଭବ୍ୟ ଝିଙ୍କର ଦେଉଳ ନିର୍ମାଣ କରାଇଲେ। ଅଜସ୍ର ଭୂମି, ସେବା ଖଞ୍ଜାଇ ଦେବପ୍ରତିଷ୍ଠା କରାଇଲେ ଓ ସେହିଦିନୁ ନିଜ ଗୃହଇଷ୍ଟ ରୂପେ ମଣିଲେ।