~ ୧୫ ଅଗଷ୍ଟ ୧୯୪୭ ~
ସୌରଭିତ ସୃଷ୍ଟି: ପଦ୍ମଶ୍ରୀ ଡ. ସଚ୍ଚି ରାଉତରାୟ
ଦୀର୍ଘ ଶତାବ୍ଦୀର ଔପନିବେଶିକ ଶାସନାଧୀନ ରହି ନାନାବିଧ ଘଟଣାଘଟଣରେ ଭାରତୀୟ ସଭ୍ୟତାର ପଟ୍ଟପରିବର୍ତ୍ତନ ହେଇ ସାରିଥାଏ। ପ୍ରଥମେ ଦୁର୍ଦ୍ଧର୍ଷ ଜେନେରାଲ୍ ରବର୍ଟ କ୍ଲାଇଭଙ୍କ ସହ ମିଶି ବିଶ୍ଵାସଘାତକ ସାଜିଥିଲେ ମୀର୍ ଜାଫର୍, ବଙ୍ଗ ନବାବଙ୍କ ସେନାଧ୍ୟକ୍ଷ। ଏହି ବିଶ୍ଵାସଘାତକର ରାଜ୍ୟ-ପିପାସାର ଚରମ ପରିଣତିର ଭୁକ୍ତଭୋଗୀ ହେଲା ଭାରତବର୍ଷ।
ଇତି ମଧ୍ୟରେ ଏଇ ଓଡ଼ିଶା ମାଟିରେ ମରହଟ୍ଟା, ଆଫଗାନ୍ ଓ ଅନ୍ୟାନ୍ୟ ପ୍ରତିବେଶୀଙ୍କ ଆକ୍ରମଣ ପରେ ୧୮୧୭ର ଦୁର୍ଦ୍ଧର୍ଷ ପାଇକ ବିଦ୍ରୋହରେ ପାଇକମାନଙ୍କ ଲଢେଇ ସତ୍ତ୍ଵେ ଛଳନାଶ୍ରିତ ବ୍ରିଟିଶମାନଙ୍କ ଜୟ ହୋଇଥିଲା। ହେଲେ, ଏହା ପରେ ଯେଉଁ ଅଗ୍ନିସ୍ଫୁଲିଙ୍ଗ ଜଳିଉଠିଥିଲା , ତାହାର ପରିଣତି ଆଗରେ ଫିରିଙ୍ଗି ଶାସନ ଭାଙ୍ଗିଲା।
ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରାଙ୍କ ବଦାନ୍ୟତା ଓ ପରାକ୍ରମ, ସିଂହଭୂମିର ଜଗୁ ଦେବାନ୍, ନିମାପଡାର ଉତ୍ସବ ମଳିକ, ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ, ପୁରୀର ଜୟୀ ରାଜଗୁରୁ, ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ, ବାଇଧର ସ୍ଵାଇଁ, ଘୁମୁସରର ଦୋରା ବିଷୋୟୀ ଓ ଚକରା ବିଷୋୟୀ, ରମାଦେବୀ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ ଇତ୍ୟାଦି।
ଏମାନଙ୍କ ଭଳି ମାଟିପ୍ରାଣ ଓଜସ୍ଵୀ ବ୍ୟକ୍ତିତ୍ଵଙ୍କ ଆବିର୍ଭାବ ଓଡ଼ିଆ ମାଟି ସମେତ ସମଗ୍ର ବିଶ୍ଵପଟ୍ଟଳରେ ଓଡ଼ିଆ ଜାତି ଓ ଭାରତାତ୍ମାର ଏକ ଅଭୂତପୂର୍ବ ପରାକ୍ରମ ଦେଖେ। ଆଉ ଏହାର ଫଳଶ୍ରୁତି ସ୍ଵରୂପ, ଆମ୍ଭେ ପାଇଲୁ ମୁକ୍ତିର ପ୍ରଥମ ସନନ୍ଦ, ୧୫ ଅଗଷ୍ଟ ୧୯୪୭ ଦିନ।
ନୀଳବନର ବନ୍ଦର ଡେଇଁ
ହଜାର ହଜାର ପକ୍ଷୀର ଜାହାଜ..
ଚଢେଇଙ୍କ ଭେଳା…
ସେମାନଙ୍କ ଲଘୁଡେଣାର କମ୍ପନ,
ଲଘୁ ପୁଚ୍ଛର ମାସ୍ତୁଲ…
ଶାଳବନର ମୁହାଣ ଡେଇଁ
ଭାସି, ଭାସିଯାଏ…. ।
ନୁହେଁ ଭୁଲ, ନୁହେଁ ଭୁଲ
ପହିଲି ଅନୁକୂଳ
ଭାସିଯାଏ, ପକ୍ଷୀର ଜାହାଜ,
କପୋତ ଓ ବୀଜ
ଛଞ୍ଚାଣ ଓ ତୀକ୍ଷ୍ଣ ଶଙ୍ଖଚିଲ
ପ୍ରାଣରେ ପାଇ ନୂଆ ଜୀବନର ନିମନ୍ତ୍ରଣ
ଭାସି ଭାସି ଯାଏ।।
ଭାସିଯାଏ କପୋତ ଓ ବାଜ
ପକ୍ଷୀର ଜାହାଜ।
ନୀଳବନ ଶାଳବନ ପାରେ, ପ୍ରାଣର ଜୁଆରେ।।
ମନର ପକ୍ଷୀ ଜାଗେ,
ନୂତନ ଫସଲ ଡାକେ।
୧୫, ଅଗଷ୍ଟ ତା’ରି ସମ୍ଵୋଧନ।
ଚଢେଇକି ଆକାଶର ନିମନ୍ତ୍ରଣ ! !
(ଏହି କବିତାଟି ୧୯୪୯ ମସିହା ଅଗଷ୍ଟ ୧୫ରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା। ସଚ୍ଚି ରାଉତରାୟଙ୍କ “ଅଭିଜ୍ଞାନ” ସଙ୍କଳନର ଏହା ଅନ୍ତର୍ଗତ।)
ଉପସ୍ଥାପନା: ଅମୃତେଶ ଖଟୁଆ
Amritesh Khatua 15 August 1947
~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…
~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…
~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…
~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…
~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…
~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…