ଲେଖା: ଶିବାଶିଷ ମହାପାତ୍ର
ଅମୃତର ସେଇ ବିନ୍ଦୁ ଆଜି ଲୀନ ଅମୃତର ସେଇ ପରମ ସାଗରରେ । ଆଜିବି ଯେତେବେଳେ ସୂର୍ଯ୍ୟ ଉଏଁ ଅବା ସନ୍ଧ୍ୟା ଆସେ ଚଳଚଞ୍ଚଳ ହୁଏ ନଦୀର ଜଳ ଅବା ଯେତେବେଳେ ଶିହରିତ କରେ ପବନର ସ୍ପର୍ଶ ମନେ ପଡ଼ିଯାଏ ତାଙ୍କ ଅମର ପଦାବଳୀ ଆଉ ଏଇ ସବୁ କବିତାର ଆଇନାରେ ପ୍ରତିଫଳିତ ହୁଏ ଗୋଟିଏ ଚେହେରା, ସେହି ଚେହେରା ସ୍ବଭାବକବି ଗଙ୍ଗାଧର ମେହେରଙ୍କର
ମଙ୍ଗଳେ ଅଇଲା ଉଷା      ବିକଚ ରାଜୀବ ଦୃଶା
     ଜାନକୀ ଦର୍ଶନ ତୃଷା ହୃଦୟେ ବହି,
କରପଲ୍ଲବେ ନୀହାର        ମୁକ୍ତା ଧରି ଉପହାର
      ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି
              କଳକଣ୍ଠ କଣ୍ଠେ କହିଲା
       ଦରଶନ ଦିଅ ସତୀ, ରାତି ପାହିଲା ।
୧୯୨୪ ମସିହା ଏପ୍ରିଲ ମାସ ୪ ତାରିଖ ଚ୍ୟୈତ୍ର ଅମାବାସ୍ୟାର ତିଥି ଥିଲା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମହାପ୍ରଣାୟର ଦିନ । ଆଜି ମଧ୍ୟ ଅମର ହୋଇ ରହିଛନ୍ତି କବି ତାଙ୍କର କାଳଜୟୀ କାବ୍ୟକବିତା ଭିତରେ । ବରପାଲିରେ କବିଙ୍କ ଏଇ ପବିତ୍ର ଜନ୍ମଗୃହ ଆଜିବି ମନରେ ଆଣିଦିଏ ତାଙ୍କ ଜୀବନ୍ତ ସ୍ମୃତିର ସିଂହରଣ । ସ୍ବଭାବକବିଙ୍କ ଜନ୍ମପୀଠ ପାଲଟି ଯାଇଛି ଓଡ଼ିଆ ସାହିତ୍ୟ ଜଗତର ଏକ ପବିତ୍ର ତୀର୍ଥକ୍ଷେତ୍ର ।
ହେ ଆଲୋକ ଏବଂ ଅମୃତର କବି ! ତୁମକୁ ଆମ ହୃଦୟରୁ ପ୍ରଣାମ !
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago