ଲେଖା: ଶିବାଶିଷ ମହାପାତ୍ର
ଅମୃତର ସେଇ ବିନ୍ଦୁ ଆଜି ଲୀନ ଅମୃତର ସେଇ ପରମ ସାଗରରେ । ଆଜିବି ଯେତେବେଳେ ସୂର୍ଯ୍ୟ ଉଏଁ ଅବା ସନ୍ଧ୍ୟା ଆସେ ଚଳଚଞ୍ଚଳ ହୁଏ ନଦୀର ଜଳ ଅବା ଯେତେବେଳେ ଶିହରିତ କରେ ପବନର ସ୍ପର୍ଶ ମନେ ପଡ଼ିଯାଏ ତାଙ୍କ ଅମର ପଦାବଳୀ ଆଉ ଏଇ ସବୁ କବିତାର ଆଇନାରେ ପ୍ରତିଫଳିତ ହୁଏ ଗୋଟିଏ ଚେହେରା, ସେହି ଚେହେରା ସ୍ବଭାବକବି ଗଙ୍ଗାଧର ମେହେରଙ୍କର
ମଙ୍ଗଳେ ଅଇଲା ଉଷା      ବିକଚ ରାଜୀବ ଦୃଶା
     ଜାନକୀ ଦର୍ଶନ ତୃଷା ହୃଦୟେ ବହି,
କରପଲ୍ଲବେ ନୀହାର        ମୁକ୍ତା ଧରି ଉପହାର
      ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି
              କଳକଣ୍ଠ କଣ୍ଠେ କହିଲା
       ଦରଶନ ଦିଅ ସତୀ, ରାତି ପାହିଲା ।
୧୯୨୪ ମସିହା ଏପ୍ରିଲ ମାସ ୪ ତାରିଖ ଚ୍ୟୈତ୍ର ଅମାବାସ୍ୟାର ତିଥି ଥିଲା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମହାପ୍ରଣାୟର ଦିନ । ଆଜି ମଧ୍ୟ ଅମର ହୋଇ ରହିଛନ୍ତି କବି ତାଙ୍କର କାଳଜୟୀ କାବ୍ୟକବିତା ଭିତରେ । ବରପାଲିରେ କବିଙ୍କ ଏଇ ପବିତ୍ର ଜନ୍ମଗୃହ ଆଜିବି ମନରେ ଆଣିଦିଏ ତାଙ୍କ ଜୀବନ୍ତ ସ୍ମୃତିର ସିଂହରଣ । ସ୍ବଭାବକବିଙ୍କ ଜନ୍ମପୀଠ ପାଲଟି ଯାଇଛି ଓଡ଼ିଆ ସାହିତ୍ୟ ଜଗତର ଏକ ପବିତ୍ର ତୀର୍ଥକ୍ଷେତ୍ର ।
ହେ ଆଲୋକ ଏବଂ ଅମୃତର କବି ! ତୁମକୁ ଆମ ହୃଦୟରୁ ପ୍ରଣାମ !
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago