ସ୍ବଭାବକବିଙ୍କ ଜନ୍ମପୀଠ

ଲେଖା: ଶିବାଶିଷ ମହାପାତ୍ର
ଅମୃତର ସେଇ ବିନ୍ଦୁ ଆଜି ଲୀନ ଅମୃତର ସେଇ ପରମ ସାଗରରେ । ଆଜିବି ଯେତେବେଳେ ସୂର୍ଯ୍ୟ ଉଏଁ ଅବା ସନ୍ଧ୍ୟା ଆସେ ଚଳଚଞ୍ଚଳ ହୁଏ ନଦୀର ଜଳ ଅବା ଯେତେବେଳେ ଶିହରିତ କରେ ପବନର ସ୍ପର୍ଶ ମନେ ପଡ଼ିଯାଏ ତାଙ୍କ ଅମର ପଦାବଳୀ ଆଉ ଏଇ ସବୁ କବିତାର ଆଇନାରେ ପ୍ରତିଫଳିତ ହୁଏ ଗୋଟିଏ ଚେହେରା, ସେହି ଚେହେରା ସ୍ବଭାବକବି ଗଙ୍ଗାଧର ମେହେରଙ୍କର । 
ମଙ୍ଗଳେ ଅଇଲା ଉଷା      ବିକଚ ରାଜୀବ ଦୃଶା 
       ଜାନକୀ ଦର୍ଶନ ତୃଷା ହୃଦୟେ ବହି,
କରପଲ୍ଲବେ ନୀହାର        ମୁକ୍ତା ଧରି ଉପହାର
        ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି 
                କଳକଣ୍ଠ କଣ୍ଠେ କହିଲା 
         ଦରଶନ ଦିଅ ସତୀ, ରାତି ପାହିଲା ।
୧୯୨୪ ମସିହା ଏପ୍ରିଲ ମାସ ୪ ତାରିଖ ଚ୍ୟୈତ୍ର ଅମାବାସ୍ୟାର ତିଥି ଥିଲା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ମହାପ୍ରଣାୟର ଦିନ । ଆଜି ମଧ୍ୟ ଅମର ହୋଇ ରହିଛନ୍ତି କବି ତାଙ୍କର କାଳଜୟୀ କାବ୍ୟକବିତା ଭିତରେ । ବରପାଲିରେ କବିଙ୍କ ଏଇ ପବିତ୍ର ଜନ୍ମଗୃହ ଆଜିବି ମନରେ ଆଣିଦିଏ ତାଙ୍କ ଜୀବନ୍ତ ସ୍ମୃତିର ସିଂହରଣ । ସ୍ବଭାବକବିଙ୍କ ଜନ୍ମପୀଠ ପାଲଟି ଯାଇଛି ଓଡ଼ିଆ ସାହିତ୍ୟ ଜଗତର ଏକ ପବିତ୍ର ତୀର୍ଥକ୍ଷେତ୍ର । 
ହେ ଆଲୋକ ଏବଂ ଅମୃତର କବି ! ତୁମକୁ ଆମ ହୃଦୟରୁ ପ୍ରଣାମ !
Spread the love

Leave a Reply

Your email address will not be published. Required fields are marked *