ଲେଖା: ଦେଵ ତ୍ରିପାଠୀ
ହରିଦାସ ଖରାରେ ବସି ରହି ଜପ କରୁଥିବାର ଦେଖି ଶ୍ରୀଚୈତନ୍ୟ ଶ୍ରୀଜଗନ୍ନାଥଙ୍କ ପ୍ରସାଦୀ ବକୁଳ ଦାନ୍ତକାଠିଟିଏ ଆଣି ପୋତି ଦେଇଥିଲେ ସେ ସ୍ଥାନରେ । ସେ ଦାନ୍ତକାଠି ଦିନେ ବିଶାଳ ବକୁଳ ବୃକ୍ଷରେ ପରିଣତ ହେଲା ଏବଂ ଏହାର ସୁଶୀତଳ ଛାୟାରେ ନିୟମିତ ଜପ କଲେ ହରିଦାସ । ଏହିଠାରେ ହିଁ ବ୍ରହ୍ମଲୀନ ଘଟିଥିଲା ହରିଦାସଙ୍କର ।
କଥିତ ଅଛି, ହରିଦାସ ଓ ଚୈତନ୍ୟଙ୍କ ମହାପ୍ରୟାଣ ପରେ ଏକଦା ରଥଚକ ନିର୍ମାଣ ନିମନ୍ତେ କାଠର ଅଭାବ ଯୋଗୁଁ ରାଜକର୍ମଚାରୀମାନେ ବହୁ ସ୍ଥାନ ଅନ୍ୱେଷଣ କରି ପରିଶେଷରେ ଉକ୍ତ ମଠର ବକୁଳବୃକ୍ଷକୁ ଛେଦନ ପାଇଁ ଧାର୍ଯ୍ୟ କଲେ । ମଠର ମହନ୍ତ ସେ ରାତିରେ ପ୍ରଭୁଙ୍କ ଶରଣାଗତ ହେବାରୁ ମଧ୍ୟରାତ୍ରରେ ବୃକ୍ଷଟି ବିରାଟ ଶବ୍ଦ କରି ଅନ୍ତଃସାର ଶୂନ୍ୟ ହୋଇଗଲା, ଫଳରେ ପରଦିନ ପ୍ରଭାତରେ କର୍ମଚାରୀଗଣ ଆଚମ୍ବିତ ହୋଇ ଫେରିଗଲେ । ଉକ୍ତ ମଠରେ ଆଜି ମଧ୍ୟ ଶୋଭା ପାଏ ଭୂଲୁଣ୍ଠିତ ବକୁଳବୃକ୍ଷ, ପ୍ରଧାନଗଣ୍ଡି ନ ଥାଇ, ମାତ୍ର ଶାଖାପ୍ରଶାଖା, ପତ୍ର, ଫୁଳ, ପୁଷ୍ପ ଆଦିରେ ମଣ୍ଡିତ ଥାଇ । ଉଦ୍ଭିଦ ଜଗତ ରେ ଏବଂ ଉଦ୍ଭିଦ ବିଜ୍ଞାନରେ ଇଏ ଏକ ବିଶେଷ ବ୍ୟତିକ୍ରମ ।
~ ଶ୍ରୀମନ୍ଦିର ଓ ସିଦ୍ଧବକୁଳ ମଠ ~
କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ବାଳଧୂପ ଭୋଗ ନିମନ୍ତେ ଏଇ ସିଦ୍ଧବକୁଳ ମଠ ତରଫରୁ ଦୈନନ୍ଦିନ ବାଳଧୂପ ଶ୍ରୀମନ୍ଦିରକୁ ଯାଇଥାଏ । ମଠ ତରଫରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ରଥ ଉପରେ ‘ରଥ ଭୋଗ’ ହୋଇଥାଏ । ଏତଦବ୍ୟତୀତ ଶ୍ରୀମନ୍ଦିର ରୋଷଘରେ ମଠର ଏକ ଚୁଲି ରହିଛି ।
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…