ଲେଖା: ଦେଵ ତ୍ରିପାଠୀ

ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ହସ୍ତପଦପ୍ରକ୍ଷାଳନ କରି ପ୍ରଥମେ ମୁଣ୍ଡିଆ ମାରେ ଅରୁଣସ୍ତମ୍ଭରେ । ଅରୁଣ ସ୍ତମ୍ଭର ସମ୍ମୁଖରେ ଦୃଶ୍ୟମାନ ହୁଏ ସିଂହଦ୍ଵାର, ଏବଂ ତା’ର ଉଭୟ ପାର୍ଶ୍ଵରେ ମନ୍ଦିର ପରିସରକୁ ଘେରିରହିଥିବା ମେଘନାଦ ପାଚେରୀ ଓ କୁର୍ମବେଢ଼ା ।


ଏହି ସିଂହଦ୍ଵାର ବା ଧର୍ମଦ୍ଵାର ବା ମୋକ୍ଷଦ୍ଵାରର ଦ୍ଵାରପାଳ ସ୍ବୟଂ ହନୁମାନ । ମାଦଳାପାଞ୍ଜି  କହେ ଗଜପତି କପିଳେନ୍ଦ୍ର ଦେବଙ୍କ ୧୫ ଅଙ୍କରେ ଏହି ସିଂହଦ୍ଵାର ସମେତ, ମେଘନାଦ ପାଚେରୀ, କୁର୍ମବେଢ଼ା, ଦୁଇପାର୍ଶ୍ଵର ବୃହତ ସିଂହମୂର୍ତ୍ତିଦ୍ଵୟ ନିର୍ମିତ । ଗୋଲାକାର ସ୍ତମ୍ଭ ସଂଲଗ୍ନ ଜୟବିଜୟ ମୂର୍ତ୍ତି ଓ ମୂର୍ତ୍ତିଦ୍ଵୟର ପୃଷ୍ଠଦେଶରେ ମୁଗୁନିପଥର ନିର୍ମିତ ଚତୁର୍ଭୁଜ ଅନ୍ୟ ଜୟବିଜୟ ମୂର୍ତ୍ତିଦ୍ଵୟ ସିଂହଦ୍ଵାରକୁ ସ୍ପର୍ଶ କରି ରହିଛନ୍ତି ।


ସିଂହଦ୍ଵାରର ଉପର ପାର୍ଶ୍ଵରେ ଦଶାବତାର (କିଛି ବର୍ଷ ପୂର୍ବେ ଏହାକୁ କାଢି ଦିଆଯାଇଛି) ଏବଂ ଦ୍ଵାରର ନିମ୍ନ ଦେଶରୁ ୨୨ଫୁଟ ଉଚ୍ଚରେ କ୍ଷେତ୍ରାଧିଶ୍ୱରୀ ଅନ୍ନପୂର୍ଣ୍ଣା ତଥା ତୋରଣଲକ୍ଷ୍ମୀ ଭାବେ ମା’ ଲକ୍ଷ୍ମୀ ବିରାଜିତା ।


~ ମେଘନାଦ ପାଚେରୀ ~
୧୦୫୨ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିରର ବାହାରବେଢା ପ୍ରାଚୀର ଭାବେ ୬୬୫ଫୁଟ ଦୈର୍ଘ୍ୟ, ୬୪୦ଫୁଟ ପ୍ରସ୍ଥ ଓ ୨୨ଫୁଟ କିମ୍ବା ସ୍ଥଳବିଶେଷରେ ୨୦ ରୁ ୨୪ଫୁଟ ଉଚ୍ଚତା ବିଶିଷ୍ଟ ମେଘନାଦ ପାଚେରୀ ନିର୍ମାଣ କରାଯାଇଥିଲା ।

~ କୁର୍ମବେଢ଼ା ~
ମେଘନାଦ ପାଚେରୀ ପରେ ୪୨୦ଫୁଟ ଦୈର୍ଘ୍ୟ, ୩୫୦ଫୁଟ ପ୍ରସ୍ଥ ଓ ୨୦ଫୁଟ ଉଚ୍ଚତା ବିଶିଷ୍ଟ କୁର୍ମବେଢ଼ା ପାଚେରୀ ଶ୍ରୀମନ୍ଦିରର ଶୋଭା ବର୍ଦ୍ଧନ ସହିତ ଏହାର ସୁରକ୍ଷାରେ ସହାୟକ ହୋଇପାରିଛି ।

Spread the love
admin

Recent Posts

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

4 days ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

5 days ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

3 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

3 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

3 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

3 weeks ago