ସୃଷ୍ଟିସମଗ୍ର

ସାଧୁ ସୁନ୍ଦର ଦାସଙ୍କ ଅଦ୍ଵୈତବାଦ

ସୌରଭିତ ସୃଷ୍ଟି: ବ୍ୟାସକବି ଫକୀରମୋହନ ସେନାପତି
~ ସାଧୁ ସୁନ୍ଦର ଦାସଙ୍କ ଅଦ୍ଵୈତବାଦ ~
ସାଧୁ ସୁନ୍ଦର ଦାସ । ଓଡ଼ିଶାର ଏକ ଖଣ୍ଡିତ ଅଞ୍ଚଳରେ ସୀମିତ ରହିଯାଇଥିବା ସାଧୁ ସୁନ୍ଦର ଦାସ ! ଏକାଧାରରେ ଯୋଗୀ, ମହାତ୍ମା, ତ୍ୟାଗୀ, ବ୍ରହ୍ମଚାରୀ, ସନ୍ଥ, ଜ୍ଞାନୀ, ସମାଜ ସଂସ୍କାରକ, ସଂଗ୍ରାମୀ, ବୈଦାନ୍ତିକ, ସାହିତ୍ୟିକ, ଏକେଶ୍ଵରବାଦୀ, ସର୍ବଧର୍ମ ସମନ୍ୱୟର ପ୍ରତୀକ, ଅଲୌକିକ ଶକ୍ତିର ଉତ୍ସ, ଯଶସ୍ଵୀ, ଦେଶପ୍ରେମୀ, କୀର୍ତ୍ତିମାନ ମହାପୁରୁଷ, ପ୍ରଥମ ସମ୍ବାଦପତ୍ର ପ୍ରକାଶକ, ଯୋଦ୍ଧା ! ‘ଇଂଲଣ୍ଡ ମିଉଜିଅମ୍ ଓ ଇଣ୍ଡିଆ ହାଉସ’ରେ ତାଙ୍କର କୀର୍ତ୍ତି ଚିତ୍ରିତ, କିନ୍ତୁ ହାୟରେ ମୋ ଦୁର୍ଭାଗା ଦେଶ ! ଅନାଲୋଚିତ ସେହି ମହାତ୍ମା ସାଧୁ ସୁନ୍ଦର ଦାସ  ।
ଆମ ସାହିତ୍ୟର ଅପ୍ରତିଦ୍ଵନ୍ଦୀ କଥାସମ୍ରାଟ ଫକୀରମୋହନ ସେନାପତି କିନ୍ତୁ ବହୁ ପ୍ରଭାବିତ ସେହି ମହାତ୍ମାଙ୍କ #ଅଦ୍ଵୈତବାଦ ଉପରେ । ସେହି  କଥାସମ୍ରାଟଙ୍କ ରଚିତ “ସାଧୁ ସୁନ୍ଦର ଦାସଙ୍କ ଅଦ୍ଵୈତବାଦ” କବିତାର ଉପସ୍ଥାପନା . . ଅବସର ବାସରେ ପୁସ୍ତକରୁ ଆନୀତ . .
~ ସାଧୁ ସୁନ୍ଦର ଦାସଙ୍କ ଅଦ୍ଵୈତବାଦ ~
“ଶୁଣ ହୋ ଅଦ୍ଵୈତ ବିଷୟ ପ୍ରକାଶ ।
ନାହଂ ନହଂ ନା ଜନ୍ତୁ ବାସ ।
ନାହଁ ତ ପ୍ରପଞ୍ଚ ନାହିଁ ତ ପ୍ରସାର ।
ନାହଁ ତହିଁ ସୃଷ୍ଟି ସୃଜନ ସଂହାର ।
ନାହଁ ତ ପ୍ରକୃତି ପୁରୁଷ ନ ଇଚ୍ଛା ।
ନାହିଁ ତହିଁ କାଳ କର୍ମ ନାହିଁ ବାଞ୍ଛା ।
ନାହିଁ ତହିଁ ଶ୍ରୁତ ଶ୍ରବଣ ନା ମୂଳ ।
ନାହିଁ ତହିଁ ସୂକ୍ଷ୍ମ ନାହିଁ ତହିଁ ସ୍ଥୂଳ ।
ନାହଁ ତହିଁ ତତ୍ତ୍ଵ ଅତତ୍ତ୍ଵ ବିଭେଦ ।
ନାହଁ ତହିଁ ବସ୍ତୁ ପୁରାଣ ବା ବେଦ ।
ନାହଁ ତହିଁ ବର୍ଣ୍ଣ ବିବର୍ଣ୍ଣ ବିଧାନ ।
ନାହଁ ତହିଁ ରୂପ ଅରୂପର ସ୍ଥାନ ।
ନାହଁ ତହିଁ ଯାପକ ବ୍ୟାପକ ଦେଖା ।
ନାହଁ ତହିଁ ରୂପ ଅରୂପ ବା ରେଖା ।
ନାହଁ ତହିଁ ଜ୍ୟୋତି ଅଜ୍ୟୋତି ବିଷୟୀ ।
ନାହଁ ତହିଁ ଏକ ନାହିଁ ତହିଁ ଦୁଇ ।
ନାହଁ ତହିଁ ଆଦି ନ ମଧ୍ୟ ନ ଅନ୍ତ ।
ନାହଁ ତହିଁ ପାଳକ ନାହିଁ ହନ୍ତା ହନ୍ତ ।
ନାହଁ ତହିଁ ଶକ୍ତି ନାହିଁ ତହିଁ ଶିବ ।
ନାହଁ ତହିଁ ଜନ୍ମ ନାହିଁ ତହିଁ ଜୀବ ।
ନାହଁ ତହିଁ ଲେଖ ନାହିଁ ତ ଲେଖକ ।
ନାହଁ ତହିଁ କର୍ତ୍ତା ନାହିଁ ତ କାରକ ।
ନାହଁ ତହିଁ ସ୍ଵର୍ଗ ନରକ ନିବାସ ।
ନାହିଁ ତ ଆସକ୍ତି ନାହିଁ ତହିଁ ଆଶ ।
ନାହିଁ ତହିଁ ପାପ ନ ପୁଣ୍ୟ ଧରତା ।
ନାହିଁ ତହିଁ ଧର୍ମ ଅଧର୍ମ କରତା ।
ନାହିଁ ତହିଁ ଜ୍ଞାନୀ ଅଜ୍ଞାନୀ ବା ମୁର୍ଖ ।
ନାହିଁ ତହିଁ ବାଦ ବିବାଦ ବା ତର୍କ ।
ନାହିଁ ତହିଁ ହୋମ ନ ଯଜ୍ଞ ବିଧାନ ।
ନାହିଁ ତହିଁ ଭେଦ ନାହିଁ ତ ସମାନ ।
ନାହିଁ ତହିଁ ଶାଖା ଛେଦ ସର୍ଗ ସର୍ବ ।
ନାହିଁ ତହିଁ ଦେବ ମାନବ ଗନ୍ଧର୍ବ ।
ନାହିଁ ତହିଁ ଇଷ୍ଟ ଅନିଷ୍ଟ ବା ଶ୍ରାନ୍ତ ।
ନାହିଁ ତ ସଗୁଣ ନିର୍ଗୁଣ ବୃତ୍ତାନ୍ତ ।
ନାହିଁ ତ ସେବକ ସେବ୍ୟ ନା ସେବା ।
ନାହିଁ ତହିଁ ପ୍ରେମ ନାହିଁ ତିନି ଲେଵା ।
ନାହିଁ ତହିଁ ଭାବ ନାହିଁ ତହିଁ ଭକ୍ତି ।
ନାହିଁ ତହିଁ ମୋକ୍ଷ ନାହିଁ ତହିଁ ମୁକ୍ତି ।
ନାହିଁ ତହିଁ ଯାପ୍ୟ ନାହିଁ ତହିଁ ଯାପୀ ।
ନାହିଁ ତହିଁ ମନ୍ତ୍ର ନାହିଁ ଲୟ ଥାପି ।
ନାହିଁ ତ ସାଧକ ସିଦ୍ଧି ନ ସମାଧି ।
ନାହିଁ ତହିଁ ରୋଗ ନାହିଁ ରୋଗ ବ୍ୟାଧି ।
ନାହିଁ ତହିଁ ମୁଦ୍ରା ଚନ୍ଦନ ବିଧି ।
ନାହିଁ ତହିଁ କୁଣ୍ଡ ଲିନା ନାହିଁ ସିଦ୍ଧି ।
ନାହିଁ ତହିଁ ଚକ୍ର ନା ନାଡ଼ି ପ୍ରସାର ।
ନାହିଁ ତହିଁ ବେଧ ବେଧ ନ ହାର ।
ନାହିଁ ତହିଁ ଲିଙ୍ଗ ଅଲିଙ୍ଗ ପ୍ରଧାନ ।
ନାହିଁ ତହିଁ ମନ ବୁଦ୍ଧି ଚିତ୍ତ ଧ୍ୟାନ ।
ନାହିଁ ତହିଁ ସତ ରଜ ତମ ଗୁଣ ।
ନାହିଁ ତ ଇନ୍ଦ୍ରିୟ ଦ୍ଵାର ମାନ ପୁଣ ।
ନାହିଁ ତହିଁ ସ୍ଵପ୍ନ ଜାଗ୍ରତ ସୁଷୁପ୍ତି ।
ନାହିଁ ତହିଁ ତୁରୀୟ ମନ୍ତ୍ରଣା ନ ଗୁପ୍ତି । “
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago