ସାଧଵଵୋହୂ

ଉପସ୍ଥାପନା: ଶିଶିର ସାହୁ ମନୋଜ
ସାଧଵଵୋହୂ ନହୋଇ ବି ତାକୁ ସମସ୍ତେ ସାଧଵଵୋହୂ କୁହନ୍ତି । କେହି କେହି କେଵଳ ସାଧଵପୋକ କୁହନ୍ତି । କେଉଁଠି କେଉଁଠି ସେମାନଙ୍କୁ ସାଧଵାଣୀ କୁହାଯାଏ । 
ସାଧଵଵୋହୂଙ୍କ ପାରମ୍ପରିକ ରଙ୍ଗଶାଢି଼ ଯେହେତୁ ଓଡ଼ିଶାରେ ପାଟଵସ୍ତ୍ର ଭାବେ ଲୋକପ୍ରିୟ, ତେଣୁ ତାଙ୍କୁ ଆମ ରାଜ୍ୟରେ ପାଟପୋକ ବି କୁହାଯାଏ । ଗଞ୍ଜାମରେ ସାଧଵଵୋହୂ ପୋକକୁ ଵୀରୁଆଵତୀ ଓ ସିନ୍ଦୁରପୋକ ବି କହିଥାନ୍ତି । 
ଗୁଜରାଟର କଚ୍ଛ ଅଞ୍ଚଳରେ ଏ ଜୀଵକୁ  “ମୀ ଜେ ମାମା” ଅର୍ଥାତ୍ “ଵର୍ଷାର ମାମୁଁ” କହିଥାଆନ୍ତି । ଯେହେତୁ ସେମାନେ ଵର୍ଷା ହେଲେ ଅଳ୍ପକାଳ ପାଇଁ ବାହାରନ୍ତି ଆଉ ଵିଶେଷତଃ ଜୁନ ଜୁଲାଇ ମାସରେ ଦେଖାଯାଆନ୍ତି ତେଣୁ ପଶ୍ଚିମ ଭାରତରେ ସେମାନଙ୍କୁ ଵର୍ଷାର ମାମା କୁହାଯାଏ । ଓଡ଼ିଶାରେ ମଧ୍ୟ ରଜପର୍ଵ ସମୟରେ ଏଇ ସାଧଵଵୋହୂ ମାନଙ୍କୁ ପୂଜା କରାଯାଇଥାଏ । 
ମଧ୍ୟ ପ୍ରଦେଶରେ ଏମାନଙ୍କୁ ଗୋକୁଳଗାଈ ଵା ଗୋକୁଳଗୟା କୁହାଯାଏ । ରାଜସ୍ଥାନରେ ସାଧଵପୋକକୁ ବୁଢି଼ମାଈ ଓ ବୁଢୀ଼ନାନୀ କୁହନ୍ତି । ଜଣାନାହିଁ କାହିଁକି ଆମ ଓଡ଼ିଶାର ସାଧଵାଣୀ ବୋହୂକୁ ସେମାନେ ବୁଢି଼ କରି ଦିଅନ୍ତି ? ସେଇଥିପାଇଁ ରାଜସ୍ଥାନର କଵି ରାମଶ୍ଵରୂପ କିସାନ ତାଙ୍କ କଵିତାରେ ସାଧଵଵୋହୂକୁ ବୁଢୀ଼ମାଈ  କହିଅଛନ୍ତି । ଯଥା—
“ବୁଢୀ଼ମାଈ ଆ ନହିଁ 
            ଝୁଠୌ ବୋଲୈ ଜଗ୍ଗ
ଇଂଦ୍ରାଣୀରୈ ନାଥ ରୌ
            ପଡ଼ଗ୍ଯୌ ହୂସି ନଗ୍ଗ”
କୁହାଯାଏ ଏମାନେ ସରଳ ଓ କୋମଳ ଜୀଵ ହୋଇଥିଵାରୁ ଏମାନଙ୍କୁ ରାଜସ୍ଥାନରେ ବୁଢି଼ନାନୀ ଵା ବୁଢି଼ମାଈ କୁହାଯାଉଛି । ଇଂରାଜୀରେ ସାଧଵଵୋହୂକୁ red velvet mites କୁହାଯାଏ ଏଵଂ ଏମାନେ Trombidiidae ପରିଵାରର ଜୀଵ ଅଟନ୍ତି । 

Leave a Comment

Your email address will not be published. Required fields are marked *

Scroll to Top