ଲେଖା: ଶିବାଶିଷ ମହାପାତ୍ର
ଆମ ସମଲେଶ୍ଵରୀ ମନ୍ଦିରର ଆଖଡା ଓସ୍ତାଦ ! ଅସୁମାରୀ ପରମ୍ପରାର ନାୟକ !
ସମ୍ବଲପୁର ତଥା ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ଵରୀ । ଦୂତୀବାହନ ଓଷା ବା ପୁଅ ଜିଉଁତିଆ ପୂଜାରୁ ଆରମ୍ଭ ହୋଇଥାଏ ଶାରଦୀୟ ଦୁର୍ଗାପୂଜା । ଏହାପର ଷୋହଳ ଦିନ ଧରି ହୋଇଥାଏ ଷୋଡ଼ଶ ଉପଚାର । ବିଭିନ୍ନ ଶକ୍ତିପୀଠରେ କରାଯାଇଥାଏ ନିଶି ପୂଜା ତଥା ପଡ଼ିଥାଏ ବଳି । ବଳିପ୍ରଥା ଏହି ପୂଜାର ଏକ ପ୍ରମୁଖ ଆକର୍ଷଣ । ଛେଳି, ମେଣ୍ଢା, କୁକୁଡ଼ା,ପାରା ଆଦି ପଶୁପକ୍ଷୀଙ୍କ ବଳି ପଡିଥାଏ । ଦିନଥିଲା ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ମଧ୍ୟ ପଡୁଥିଲା ବଳି ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପରମ୍ପରାରେ ।
ବହୁ ଆଗରୁ ଶାସ୍ତ୍ର ସହିତ ଶସ୍ତ୍ରର ପୂଜା ମଧ୍ୟ ରହି ଆସିଛି । ରାଜା ଶାସନ ସମୟରୁ ବିଜୟା ଦଶମୀ ବା ଦଶହରା ତିଥିରେ ପାଳିତ ହୁଏ ଖଣ୍ଡାଧୁଆ ପର୍ବ । ଏହି ଦିନ ରାଜା ଅଭିଷିକ୍ତ କରୁଥିଲେ ସମଲେଶ୍ଵରୀ ମନ୍ଦିରର ମୁଖ୍ୟ ପୂଜକଙ୍କୁ ରାଜା ଭାବରେ । ପୂଜକଙ୍କ ପାଦଧୋଇ ତାଙ୍କୁ ବସାଉଥିଲେ ପାଲିଙ୍କି ଉପରେ । ରାଜା ନିଜେ ଧାରଣ କରୁଥିଲେ ସେନାପତିଙ୍କ ବେଶ । ପରେ ସେମାନେ ଯାଉଥିଲେ ଏକ ଶୋଭାଯାତ୍ରାରେ ଏବଂ ଏହି ଗୋଟିଏ ଦିନର ସେନାପତି ନିଜେ ଏହି ଶୋଭାଯାତ୍ରାର ଆଗରେ ଯାଉଥିଲେ । ମହାନଦୀର ଜଳରେ ପାଟ ଖଣ୍ଡା ସହିତ ଅନ୍ୟାନ୍ୟ ଖଣ୍ଡା ସବୁ ଧୁଆ ହେଉଥିଲା । ରାଜା ନିଜେ ଧୋଉଥିଲେ ପାଟଖଣ୍ଡା ।
©️Odisha Stories
~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…