ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ବିଧାତାର ଅଭିସମ୍ପାତରେ ଦାରୁଣ ବ୍ୟାଧିଗ୍ରସ୍ତ କବିମଣିଷ ସିଏ! ତଥାପି ଓଡ଼ିଆ ଜାତୀୟ ସଙ୍ଗୀତର ପ୍ରାଣବନ୍ତ କବି। କାନ୍ତକୋମଳ ଲଳିତ ପଦାବଳୀରେ କବିତା ତାଙ୍କର ମଞ୍ଜୁଳ ଓ ହୃଦୟସ୍ପର୍ଶୀ। ସେ ‘ଜୀବନ ସଙ୍ଗୀତ‘ର କବି। ‘ବନ୍ଦେ ଉତ୍କଳ ଜନନୀ’ ଯୁଗ ଯୁଗକୁ ତାଙ୍କର କୀର୍ତ୍ତି। ସେ ଉତ୍କଳ ଖଣ୍ଡରେ ନମସ୍ୟ। ବ୍ୟଥିତ ପ୍ରାଣର କବିତା ‘ସବୁଥିରୁ ବଞ୍ଚିତ କରି’ ତାଙ୍କର ଅନ୍ତଃସ୍ଵର। ସେ କୋଟି କୋଟି ଓଡିଆଙ୍କ ନିକଟରେ ନମସ୍ୟ ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର‘। କେତେ ମର୍ମସ୍ପର୍ଶୀ କବିତା ଛନ୍ଦ ହୋଇପାରେ !
~ ସବୁଥରୁ ବଞ୍ଚିତ କରି ~
ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ ?
ଯାହା ଦେଇଥିଲ ସବୁତ ନେଲଣି, ଆଉ ଏବେ କିସ ଛଡାଇବ ହେ ।।
ସଂସାରେ ଯେ କରଇ ଆଶ, ଧାଏଁ ସିନା ସେ ତୁମ୍ଭ ପାଶ,
ସକଳ ଭରସା ଯାର ତୁଟିଲାଣି, କିସ ବୋଲି ତାକୁ ଡରାଇବ ହେ ।।
ଠକି ଠକି ଥରକୁ ଥର, ବୁଝିଲିଣି ତୁମ୍ଭ ଚାତର,
ମନେ ପାଞ୍ଚିଛ କି ହାଟ ମଝିଟାରେ, ଛିଡ଼ା କରି ବାଟ ହୁଡାଇବ ହେ ।।
ତୁମ୍ଭ ଫନ୍ଦା ଏଡିବି ବୋଲି, ସବୁ ଧନ୍ଦା ଦେଲିଣି ଠେଲି,
ଚାରି ଦଉଡି ଯେ କାଟି ସାରିଲାଣି, କେଉଁ ଫାନ୍ଦେ ତାକୁ ଜଡାଇବ ହେ ।।
ହାତ ଠାରି ଲୋଭ ଦେଖାଇ, ଡାକ ନାଟ ଦେଖିବା ପାଇଁ,
ସିହାଣ କରୁଛ ଆହୁରି ଥରେ କି, ନାକ ଘଷି କାନ ମୋଡାଇବ ହେ ।।
ଉପସ୍ଥାପନା: ଅନ୍ନପୂର୍ଣ୍ଣା ସାହୁ
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…
~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…
~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି…