All Rights ReservedView Non-AMP Version
  • Homepage
  • ଆମ ଭାଷା ଓ ସାହିତ୍ୟ
  • ଭାଷା ଓ ସାହିତ୍ୟ
ଭାଷା ଓ ସାହିତ୍ୟ

ଶାସ୍ତ୍ରୀୟ ଓଡ଼ିଆ ଭାଷା

ଲେଖା: ଶିଶିର ସାହୁ ମନୋଜ

କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅନ୍ଯ ନାମ ଜାଣିଛନ୍ତି କି ?

ଆମ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷା ଅନେକ ନାମର ଅଧିକାରୀ । ଏହି ଭାଷାର ସମ୍ବଲପୁରୀ, ଦେଶିଆ, ବାଥୁଡୀ଼, ଭତ୍ରୀ, ହଲଵୀ, ସାଦ୍ରୀ, ଅଘରିଆ, ଗଞ୍ଜାମୀ, ଢେଙ୍କାନାଳୀ, ସୁନ୍ଦରଗଡୀ, ଷଡ଼ଶୀ, ବାଲେଶ୍ଵରୀ, ମେଦିନୀପୁରୀ, କୁପିଆ, ରେଲୀ ଓ କଟକୀ ଇତ୍ଯାଦି ଚାଳିଶରୁ ଅଧିକ ପ୍ରମୁଖ ଶୈଳୀ ରହିଛି । ଏତଦ୍ବ୍ୟତୀତ ସମଗ୍ର କଳିଙ୍ଗ ଦେଶରେ ଏହାର ଅନେକ ଆଞ୍ଚଳିକ ବୋଲୀ ମଧ୍ୟ ଚଳୁଅଛି ।

ଆମ ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷା ମଧ୍ୟ ଅନେକ ନାମର ଅଧିକାରୀ !

୧. ଉଡ୍ର ଵିଭାଷା:
ଓଡ଼ିଆ ଭାଷାର ୨୪୦୦ ଵର୍ଷ ପୁରାତନ ଭରତକୃତ ନାଟ୍ୟଶାସ୍ତ୍ରରେ ଉଲ୍ଲେଖ ଥିଵା ପ୍ରାଚୀନ ନାମ ଵିଶେଷ । ତତ୍କାଳୀନ ଯୁଗରେ ଏହି ଭାଷା ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଵସଵାସ କରୁଥିଵା ଉଡ୍ରୀ ଚାଷୀମାନଙ୍କର କଥିତ ଭାଷା ଥିଲା ଯାହା ପରଵର୍ତ୍ତୀକାଳରେ ଏ ଜାତି ରାଜନୈତିକ କ୍ଷମତା ସମ୍ପନ୍ନ ହେଲାରୁ ଆଜି ସମଗ୍ର ଓଡ଼ିଶାରେ ବହୁ ପ୍ରଚଳିତ ହୋଇପାରିଛି । ଉଡ୍ର ଜାତୀୟ ଲୋକ ଅଧିନା ଵିଭିନ୍ନ କୃଷକ-ସୈନିକ ଜାତିରେ ବିଭାଜିତ ହୋଇ ସମ୍ପୂର୍ଣ୍ଣ କଳିଙ୍ଗୋତ୍କଳରେ ଵସଵାସ କରୁଛନ୍ତି ।

୨. ଓଡି଼ଆ:
ଆମ କଳିଙ୍ଗଦେଶୀୟ ରାଷ୍ଟ୍ରଭାଷାର ଆଧିକାରିକ ନାମ ଓଡ଼ିଆ ଅଟେ । ଏ ନାମକୁ ହିନ୍ଦୀଭାଷୀ ଉଡିୟା, ଓଡିୟା ଇତ୍ୟାଦି ଲେଖୁଥିଵା ଵେଳେ ବଙ୍ଗାଳୀମାନେ ଵେଳେ ଵେଳେ ଵ୍ଯଙ୍ଗାତ୍ମକଭାଵେ ଉଡେ଼ ମଧ୍ଯ ଲେଖିଥାନ୍ତି । ଇଂରେଜମାନେ “ଡ଼” ଉଚ୍ଚାରଣ କରିପାରନ୍ତି ନାହିଁ ବୋଲି ଓଡ଼ିଆ ଭାଷାର ଇଂରାଜୀ ଭାଷାରେ ନାମ oriya ଓ Oorya ଆଦି ରଖାଯାଇଥିଲା ଯାହା ନିକଟରେ ପରିଵର୍ତ୍ତିତ ହୋଇ odia କରାଯାଇଛି  । ପୃଥିଵୀର ଅନ୍ୟ କେତେକ ଭାଷାରେ ଏ ନାମଵାଚକ ଶବ୍ଦଟି ଭିନ୍ନ ଭିନ୍ନ ଭାଵେ ଲେଖାଯାଏ, ଉଚ୍ଚାରିତ ହୋଇଥାଏ । ଯଥା:
ଇଂରାଜୀ—oriya, oorya, odiya, odia
ହିନ୍ଦୀ—ओडिया, उडिय़ा, ओडिआ
ମାଣ୍ଡାରିନ—奧里亞語, 奥里亚语 (àolǐyàyǔ)
ଫିନିଶ୍ —orija
ଜର୍ଜିଆନ୍— ორია ენა (oria ena)
ଜାପାନୀ— オリヤー語 (ja) (oriyāgo)
କୋରିଆନ୍—오리야어 (oriya-eo)
ପର୍ତ୍ତୁଗାଲୀ—oriá (pt) m
ରୁଷୀଭାଷା— о́рия (ru) f (órija)

୩. ଜଗନ୍ନାଥୀ:
ଜଗନ୍ନାଥ ଆମ କଳିଙ୍ଗଦେଶର ରାଷ୍ଟ୍ର ଦେଵତା । ସମ୍ଭଵତଃ ଏଇ କାରଣରୁ ବମ୍ବେ ସେନ୍ସସ ରିପୋର୍ଟ ୧୮୯୧ରେ ଲିଖିତଥିଵା ଓଡ଼ିଆ ଭାଷାର ଜଗନ୍ନାଥୀ ନାମ ଉଲ୍ଲେଖ କରାଯାଇଛି । ଆଜି ବି ଭାରତଵର୍ଷରେ ଓଡ଼ିଶାକୁ ଜଗନ୍ନାଥ ଦେଶ କୁହାଯାଏ । କଳିଙ୍ଗ ଦେଶର ରାଷ୍ଟ୍ରଦେଵତାଙ୍କ ନାମରେ କଳିଙ୍ଗର ରାଷ୍ଟ୍ରଭାଷାର ନାମ ଜଗନ୍ନାଥୀ ରଖାଯିଵା ଯଥାର୍ଥ ଓ ସମୀଚିନ ଲାଗେ ।

୪. ପରାକୁତ:
ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷା ଭାଗଵତ ତଥା ଅନ୍ଯ ଅନେକ ପ୍ରାଚୀନ ସାହିତ୍ୟରେ ପ୍ରାକୃତ ଵା ପରାକୁତ ଭାଷା ଭାଵେ ଅଭିହିତ ହୋଇଛି, କାରଣ ଓଡ଼ିଆ ଭାଷାକୁ ପୂର୍ଵକାଳିକ ପଣ୍ଡିତମାନେ ପୂର୍ଵୀ ପ୍ରାକୃତର ଆଧୁନିକ ରୂପ ମାନୁଥିଲେ । ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରାଚୀନ ଶବ୍ଦ ସମୂହ ସଂସ୍କୃତ ଅପେକ୍ଷା ପ୍ରାକୃତର ଅଧିକ ନିକଟତର ମନେହୁଏ ।

୫. ଉତ୍କଳ/ଉତ୍କଳୀ ଭାଷା:
ଓଡ଼ିଶାର ଵୈଜ୍ଞାନିକ ନାମ ଉତ୍କଳ ଓ ମହାଭାରତ ତଥା ରାମାୟଣରେ ଏହି ନାମ ଆମେ ବହୁସ୍ଥାନରେ ଓଡ଼ିଶା ଦେଶ ନିମନ୍ତେ ପ୍ରୟୋଗ ହୋଇଥିଵାର ଦେଖିଥାଉ । ଓଡ଼ିଶାର ଅନ୍ଯତମ ଆଧିକାରିକ ଓ ସାହିତ୍ୟିକ ନାମ ଉତ୍କଳ ହୋଇଥିଵା ହେତୁ ଉତ୍କଳର ମୁଖ୍ୟ ଭାଷାକୁ ମଧ୍ୟ ଉତ୍କଳ ଭାଷା କୁହାଯାଇଥାଏ । ତେଵେ କୁଈ ଭାଷାକୁ କଳିଙ୍ଗ ଭାଷା ଭାଵରେ ଅଭିହିତ କରାଯାଏ ଯେହେତୁ ଏହା କଳିଙ୍ଗ ଦେଶରେ ଏକଦା ବହୁ ପ୍ରଚଳିତ ଥିଲା ।

୬. ଔଡ୍ରା ଭାଷା:
ସାହିତ୍ୟିକ ଭାଷାରେ ଓଡ଼ିଆ ଭାଷାକୁ ଔଡ୍ରା ମଧ୍ୟ କୁହାଯାଏ । କେତେକଙ୍କ ମତରେ ଉଡ୍ର ଵା ଉଡ୍ରୀ ନାମର ଏହା ଆନରୂପ ମାତ୍ର ।

୭. ଔତ୍କଳୀ:
ଓଡ଼ିଆ ଭାଷାର ସଂସ୍କୃତ ସାହିତ୍ୟରେ ଵ୍ଯଵହୃତ ନାମ ଵିଶେଷ ।

୮. ପୂର୍ଵୀ ଭାଷା:
ପୂର୍ଵ ଭାରତର ଶାସ୍ତ୍ରୀୟ ଓ ପ୍ରାଚୀନତମ ଭାଷା ହୋଇଥିଵାରୁ ଏହାକୁ ପୂର୍ଵୀ ଭାଷା ମଧ୍ୟ କୁହାଯାଇପାରେ । ପୂର୍ଵ ତଥା ଉତ୍ତର ଭାରତରେ ସବୁଠାରୁ ପୁରାତନ ଓ ଶାସ୍ତ୍ରୀୟ ଭାଷା ହୋଇଥିଵା ହେତୁ ଓଡ଼ିଆ ଭାଷାର ଏଭଳି ନାମକରଣ ମଧ୍ୟ ଯୁକ୍ତିଯୁକ୍ତ । ଵୈଦେଶିକ ଭାଷାଵିଦ୍ ମାନେ ଭାରତୀୟ ଭାଷା ଶାଖାର ପୂର୍ଵୀ ଉପଶାଖାରେ ହିନ୍ଦୀ, ଅଵଧୀ, ମୈଥିଳୀ, ବଙ୍ଗଳା ଓ ଓଡ଼ିଆ ଇତ୍ୟାଦି ଭାଷାଗୁଡି଼କୁ ରଖିଅଛନ୍ତି ଏଵଂ ଏ ସମସ୍ତ ଭାଷା ମଧ୍ୟରେ ଓଡ଼ିଆ ଭାଷା ସର୍ଵପୁରାତନ ହୋଇଥିଵାରୁ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଅଛି । ଏହି ହେତୁରୁ Eastern ଵା ପୂର୍ଵୀ ଭାରତୀୟ ଭାଷା ଉପଶାଖାର ପ୍ରତିନିଧିତ୍ଵ କରୁଥିଵା ଶାସ୍ତ୍ରୀୟ ଓଡ଼ିଆ ଭାଷା ଯଥାର୍ଥରେ ପୂର୍ଵୀ ଵା eastern ଭାଷା ଅଟଇ । କେତେକଙ୍କ ମତରେ ପୂର୍ଵୀ ପ୍ରାକୃତର ଆଧୁନିକ ରୂପ ଓଡ଼ିଆ ଵିଶ୍ଵାସ କରି ଏହି “ପୂର୍ଵୀ ଭାଷା” ନାମଟି ସାହିତ୍ୟରେ ଵ୍ଯଵହାର କରାଯାଇପାରେ । ତେଵେ ଵୈଶାଵରୀ ଓ କୋଶଲୀ (କୋଶଲ=ଅଯୋଧ୍ୟା, ଅଵଧ) ନାମରେ ଖ୍ୟାତ ଅଵଧୀ ଭାଷାକୁ ମଧ୍ୟ ପୂର୍ଵୀଭାଷା କୁହାଯାଏ କାରଣ ଏହା ଆଧୁନିକ ହିନ୍ଦୀଭାଷାର ପୂର୍ଵୀ ହିନ୍ଦୀ ଶାଖାର ଅନ୍ଯତମ ଭାଷା ଅଟଇ ।

ତେଵେ ଏହାଛଡ଼ା ଶାସ୍ତ୍ରୀୟ ଓଡ଼ିଆ ଭାଷା ଅନ୍ଯ କୌଣସି ନାମର ଅଧିକାରୀ ବୋଲି ଅନୁମେୟ ।

Spread the love
admin

Next ଭଗଵାନ »
Previous « ନୟନ
Leave a Comment
Share
Published by
admin
Tags: ଶାସ୍ତ୍ରୀୟ ଓଡ଼ିଆ ଭାଷା
5 years ago

    Related Post

  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ
  • ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

Recent Posts

  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 days ago
  • ମହାମନିଷୀଗଣ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

5 days ago
  • ଭାଷା ଓ ସାହିତ୍ୟ

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 week ago
  • ଅନ୍ୟାନ୍ୟ

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

2 weeks ago
  • ଅନ୍ୟାନ୍ୟ

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

2 weeks ago
  • ମହାମନିଷୀଗଣ

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago
All Rights ReservedView Non-AMP Version
  • L