ଲେଖା: ଦେଵ ତ୍ରିପାଠୀ

ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ରୋମାଣ୍ଟିକ ଚିରସବୁଜ ସୁପରଷ୍ଟାର ଅଭିନେତା, ନିର୍ଦ୍ଦେଶକ,  ସମାଲୋଚକ, ଲେଖକ, ଅଧ୍ୟାପକ ଓ ସଂଗଠକ ତଥା ସମ୍ମାନନୀୟ ଜୟଦେବ ପୁରସ୍କାର ସମେତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ଓ ଉଦ୍ଭାସିତ ଅମର ପ୍ରତିଭା ଶରତ ପୂଜାରୀ !

ନୟାଗଡ଼ ଜିଲ୍ଲା ଖଣ୍ଡପଡାରେ ଜନ୍ମିତ ଏହି ମହାନ କଳାକାର ୪୦ରୁ ଅଧିକ (ହିନ୍ଦୀ ମଧ୍ୟ) କଥାଚିତ୍ରରେ ଅଭିନୟ ଚାତୁରୀ ଦେଖାଇବା ସହିତ “ଅଶାନ୍ତ ଗ୍ରହ”“ତଅପୋଇ” ପରି କ୍ଲାସିକ ଚିତ୍ରମାନ ପ୍ରସ୍ତୁତ କରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ କରିଛନ୍ତି ମହିମାମଣ୍ଡିତ I

୧୯୫୯ରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ପୂଜାରୀ “ଜୀବନସାଥୀ’, “ସାଧନା”, “ମାଟିର ମଣିଷ’, “ଅରୁନ୍ଧତୀ’ ପ୍ରଭୃତି ସିନେମାରେ ଅଭୁଲା ଅଭିନୟ ନିମନ୍ତେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । “କା”, “ଅନ୍ଧଦିଗନ୍ତ”, “ଭୂଖା”, “ଦୃଷ୍ଟି”, “ଅରଣ୍ୟ ରୋଦନ”, “ଆରଣ୍ୟକ”, “ଶେଷଦୃଷ୍ଟି”, “ସତମିଛ” ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ର ଓ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।

ଅଧ୍ୟାପନାକୁ ଜୀବନର କର୍ମପନ୍ଥା ଭାବେ ବାଛି ନେଇଥିଲେ ମଧ୍ୟ ଅଭିନୟ ହିଁ ବନିଯାଇଥିଲା ତାଙ୍କ ଜୀବନର ସାଧନା ! ପୋଖତ ଅଭିନୟର ଚାତୁରୀ ଦେଖାଇଥିବା ସ୍ବର୍ଗତ ପୂଜାରୀ ଥିଲେ ଜଣେ ଅମାୟିକ, ସ୍ନେହୀ ଓ ଦରଦୀ ବ୍ୟକ୍ତିତ୍ଵ ! ନିଷ୍ଠାପର କଳାକାର ଜଣେ ପାଇଲେ ସେ ତାଙ୍କୁ ସହୃଦୟତାର ସହ ପ୍ରୋତ୍ସାହନ ଦେଉଥିଲେ ! ସଚ୍ଚୋଟ କଳାକାର ସହିତ ସେ ମଧ୍ୟ ଥିଲେ ଜଣେ ବିରଳ କଳାପ୍ରେମୀ !

୨୦୧୪ ମସିହା, ସେ ୧୧ ତାରିଖ ! ଭୁବନେଶ୍ୱରର ଏକ ରଙ୍ଗମଞ୍ଚରେ ସେ ଦେଖିଥିଲେ ମଞ୍ଚସ୍ଥ ନାଟକ ବାହାରଲୋକ ! ନାଟକର ଅଭିନୟର ପ୍ରଭାବରୁ ମୁକୁଳି ପାରି ନ ଥିଲେ ସେ ! ନିଖୁଣ ଅଭିନୟ ଦେଖି ସେ ନିଜର ଲୁହ ସମ୍ଭାଳି ପାରି ନ ଥିଲେ ! ଘରକୁ ଫେରି ନାଟ୍ୟ ସଂସ୍ଥାର କର୍ମକର୍ତ୍ତା ତଥା ଅଭିନେତା ମାନଙ୍କୁ ପ୍ରଶଂସାମୂଳକ ମେଲ୍ ପଠାଇସାରିବା ପର୍ଯ୍ୟନ୍ତ ସେ ଯେପରି ଏକୀଭୂତ ହୋଇରହିଥିଲେ ସେ ନାଟକର ଦୃଶ୍ୟାବଳୀ ସହିତ ! କିଛି ସମୟ ଭିତରେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ସେ ! କହିବା ବାହୁଲ୍ୟ ହୃଦଘାତର ଶିକାରରେ କିଛି ସମୟ ଭିତରେ ଇହଲୀଳା ସମ୍ବରଣ କରିଥିଲେ ସେଇ ମହାନ କଳାସାଧକ !

ଏବେ ଓଡ଼ିଆ କଥାଚିତ୍ର ଜଗତରେ କେତେ କେତେ ତାରକାଙ୍କ ରାଜୁତି ସିନା, ହେଲେ ଶରତଙ୍କ ପ୍ରତିଭା ଏବଂ ବ୍ୟକ୍ତିତ୍ୱର ଔଜଲ୍ୟ ବା କାହାର ଅଛି ! ଓଡ଼ିଆ ଚିତ୍ରପ୍ରେମୀ କିନ୍ତୁ ‘ହିରୋ’ କହିଲେ ବୁଝନ୍ତି କେବଳ ଶରତଙ୍କୁ !

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago