ଗବେଷଣା ଓ ଉପସ୍ଥାପନା:ଶିଶିର ସାହୁ ମନୋଜ ଓ ସନ୍ତୋଷ ପଟ୍ଟନାୟକ

୧. ଅଜାନତଃ => ଅଜ୍ଞାନତଃ ଶବ୍ଦର ଅଶୁଦ୍ଧ ବ୍ଯବହାର:
ଅଜ୍ଞାନତଃ ସ୍ଥାନରେ ଭୁଲ କ୍ରମେ ଶିକ୍ଷିତମାନେ ଅଜାନତଃ ବ୍ଯବହାର କରିବାର ଦେଖାଯାଏ; ଏ ବ୍ଯବହାର ମଧ୍ଯ ବଙ୍ଗଳାରେ ଦେଖାଯାଏ ।

୨. ଅଜ୍ଞାନୀ => ଅଜ୍ଞାନ ଶବ୍ଦର ଅଶୁଦ୍ଧ ବ୍ୟବହାର
କେତେକ ଶବ୍ଦକୋଷରେ ‘ଅଜ୍ଞାନୀ’ ଶବ୍ଦ ସଂସ୍କୃତ ଥିବାର ଲେଖା ଯାଇଅଛି, କିନ୍ତୁ ବହୁବ୍ରୀହି ସମାସରେ ନାହିଁ ଜ୍ଞାନ ଯାହାର, ଏହିପରି ବ୍ଯାସବାକ୍ଯଦ୍ବାରା ଅଜ୍ଞାନ ପଦ ସିଦ୍ଧ।

୩. ଅଧୀନସ୍ଥ
ବ୍ଯାକରଣ ନିୟମାନୁସାରେ ଏ ଶଦ୍ଦଟି ଅଶୁଦ୍ଧ ହେଲେ ହେଁ ଶିକ୍ଷିତଙ୍କ ଲେଖାରେ ଦେଖାଯାଏ, ଏହାର ଅର୍ଥ
କ. ବଶବର୍ତ୍ତୀ
ଖ. ଅଧିକାରରେ ସ୍ଥିତ
ଗ. ନିମ୍ନସ୍ଥ

୪. ଅନାବଶ୍ଯକୀୟ
*ଅନାବଶ୍ଯକ ଶବ୍ଦର ଅଶୁଦ୍ଧ ବ୍ଯବହାର; କାରଣ ଆବଶ୍ଯକ ଶବ୍ଦ ବିଶେଷଣ ଏବଂ ସଂ. ରେ ଆବଶ୍ଯକୀୟ ଶବ୍ଦ ନାହିଁ), ଏହାର ପ୍ରତିଶବ୍ଦ=>
-ଅନାବଶ୍ଯକ
-ଅପ୍ରଯୋଜନୀୟ
-ବେଦରକରୀ; ଅଦରକାରୀ

୫. ଅନାମା-
କେହି କେହି ଶିକ୍ଷିତ ଲେଖକ ଏ ଶବ୍ଦକୁ ପୁଂଲିଙ୍ଗ ରୂପେ ବ୍ଯବହାର କରନ୍ତି; କିନ୍ତୁ ସଂସ୍କୃତ କୋଷକାରମାନେ ଏ ଶବ୍ଦକୁ ପୁଂଲିଙ୍ଗ ରୂପେ ଚିହ୍ନାଇ ନାହାନ୍ତି ।

୬. ଅନ୍ବିଷିତା
ଅନ୍ବେଷିତା ଶବ୍ଦର ଅଶୁଦ୍ଧ ବ୍ୟବହାର

୭. ଉଦୟମାନ
*କେତେକ ଶିକ୍ଷିତ ଲେଖକ ‘ଉଦୟମାନ’ ଶବ୍ଦକୁ ଅଶୁଦ୍ଧ ବ୍ୟବହାର କରି ‘ଉଦୀୟମାନ’ ଲେଖନ୍ତି ତେବେ ‘ଉଦୀୟମାନ’ର ପ୍ରକୃତ ଅର୍ଥ—ଯାହାକୁ ଅନ୍ଯଲୋକ ଉପରକୁ ଉଠାଉଅଛି। 
ଉଦୟମାନର ଅର୍ଥ
କ. ଉଦିତ ହେଉଥିବା; ଯେ ଉଉଁଛି
ଖ. ଉପରକୁ ଉଠୁଥିବା
ଗ. ପ୍ରକାଶମାନ

୮. ଏକତ୍ରିତ
ଏକତ୍ର ବା ଏକତ୍ରୀଭୂତ ଶବ୍ଦର ଅଶୁଦ୍ଧ ବ୍ୟବହାର, ଏ ଶବ୍ଦର ସମବେତ ଓ ଯୁକ୍ତ ଅର୍ଥରେ ବ୍ଯବହାର୍ଯ୍ଯ କରାଯାଏ ।

୯. କରତଃ
କୃ ଧାତୁରେ ତସ୍ ପ୍ରଯୋଗ;
ଏ ଅଶୁଦ୍ଧ ପ୍ରୟୋଗ ବଙ୍ଗଳାରୁ ଅନୁକୃତ)
ଏହାର ପ୍ରୟୋଗ 
କ. କରୁ କରୁ; କରିବା ଅବସ୍ଥାରେ
ଖ. କରି
ଗ. କରିସାରି ଆଦି ଅର୍ଥରେ ବ୍ଯବହାର କରାଯାଏ ।
(ଉଦାହରଣ —ସେ ତାଙ୍କର ଦୁର୍ନାମ କରତଃ ସ୍ଥାନ ତ୍ଯାଗ କଲେ।)

୧୦. ତ୍ରୈବାର୍ଷିକ
ତ୍ରିବାର୍ଷିକ ଶବ୍ଦର ଅଶୁଦ୍ଧ ବ୍ୟବହାର
ଏହାର ଅର୍ଥ 
କ. ତିନିବର୍ଷରେ ଥରେ ଘଟିବା
ଖ. ତିନିବର୍ଷ ସମୟରେ ସୀମା ପରେ ଘଟିବା

© ଶିଶିର ସାହୁ ମନୋଜ ଓ ସନ୍ତୋଷ ପଟ୍ଟନାୟକ

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

4 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago