ଉପସ୍ଥାପନା: ଆଫ଼ତାବ ହୋସେନ

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରେ ଲଡୁବାବା ଅନ୍ୟତମ। ଏହିଠାରେ ଭଗବାନ ଶିବ ଲଡୁକେଶ୍ବର ନାମରେ ପୂଜା ପାଆନ୍ତି। ଏହି ମନ୍ଦିର ନୟାଗଡ଼ ଜିଲ୍ଲା ଶରଣକୁଳଠାରେ ଅବସ୍ଥିତ। ଏହି ମନ୍ଦିରର ଭାସ୍କର୍ଯ୍ଯକଳା ଉଭୟ କଳିଙ୍ଗ ଓ ଦ୍ରାବିଡ଼ ଶୈଳୀର ସମିଶ୍ରଣ । ଶିବରାତ୍ରିରେ  ଦୂରଦୂରାନ୍ତରୁ ଭକ୍ତ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି।

ଲଡ଼ୁକେଶ୍ବର ବା ଲଡ଼ୁବାବା ସ୍ବୟଂ ଲିଙ୍ଗ । ପ୍ରାରମ୍ଭରେ ଏହି ଲିଙ୍ଗ ନକୁଳେଶ୍ବର ନାମରେ ପରିଚିତ ଥିଲେ । କାଳକ୍ରମେ ଅପଭ୍ରଂଶ ହୋଇଥିବାର ଜଣାଯାଏ । ସେ ‘ହରିହର’ ରୂପରେ ପୂଜିତ ।

ବଡ଼ ବଡ଼ ମୂର୍ତ୍ତିମାନଙ୍କରେ ଖୋଦନ ଶିଳ୍ପରୁ ମନ୍ଦିରଟି ପଞ୍ଚଦଶ ଶତାଦ୍ଦୀରେ ନିର୍ମିତ ହୋଇଥିବାର ବିଶ୍ବାସ କରାଯାଏ । ମନ୍ଦିରର ଚତୁଃପାର୍ଶ୍ବରେ ଗଣେଶ, ବାସୁଦେବ, କାର୍ତ୍ତିକେୟ, ଗଙ୍ଗାଦେବୀ ଅଦି ପାର୍ଶ୍ବ ଦେବାଦେବୀ ସଂସ୍ଥାପିତ । ମନ୍ଦିରର ଦ୍ବାରପାଳ ନନ୍ଦି ଓ ଭୁକୁଟି । ମନ୍ଦିରର ବେଢାରେ ନବଗ୍ରହ, ଶ୍ରୀଜଗନ୍ନାଥ, ପାର୍ବତୀ, ସୂର୍ଯ୍ୟ, ବାବା ବୈଦ୍ୟନାଥ, ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ପୂଜା ପାଉଛି ।

ଏକ କିମ୍ବଦନ୍ତୀ ଅନୁଯାୟୀ ପୂର୍ବ କାଳରେ ଏବେକାର ଶରଣକୁଳ ଓ ରଣପୁର ଅଞ୍ଚଳକୁ ନେଇ ଗଠିତ ଇଲାକାରେ “ବାଣା” ନାମରେ ଦାନବ ରାଜା ରାଜତ୍ବ କରୁଥିଲେ । ସେ ଥିଲେ ପରମ ଶିବଭକ୍ତ । ଘଞ୍ଚ ବଣ ମଧ୍ୟରେ ଦାନବ ରାଜା ଶିବଲିଙ୍ଗ ପ୍ରତିଷ୍ଟା କରାଇଥିଲେ । ମନ୍ଦିର ନିକଟସ୍ଥ ‘ଅସୁରଢିପ’ ଗ୍ରାମ ବାଣାସୁରଙ୍କ ରାଜଧାନୀ ଥିବା କୁହାଯାଏ ।

ଲଡ଼ୁବାବାଙ୍କ ଦୈନଦିନ ନୀତିକାନ୍ତି ମଧ୍ୟରେ ତିନି ଧୂପ ଓ ପାଞ୍ଚ ଅବକାଶ ଅନ୍ତର୍ଭୁକ୍ତ । ଚନ୍ଦନଯାତ୍ରା, ଶୀତଳଷଷ୍ଠି, ଶିବରାତ୍ରି, ଝୁଲଣଯାତ୍ରା, ବଡ଼ଓଷା ଅଦି ଲଡ଼ୁବାବାଙ୍କ ମୁଖ୍ୟ ପର୍ବ ।

ଛବି:- ସାମାଜିକ ଗଣମାଧ୍ୟମ
©Vir Kalinga

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago