ଲେଖା: ନିରଞ୍ଜନ ସାହୁ
1890 ମସିହା ଅକ୍ଟୋବର ମାସ ତିନି ତାରିଖରେ ବାଲେଶ୍ଵର ସହର ଓଲନ୍ଦା ସାହିରେ ଜନ୍ମିତ ପିଲାଟିଏ ‘ସେବକ ଶ୍ରେଷ୍ଠ’ ଭାବେ ପରବର୍ତ୍ତୀ କାଳରେ ବିଦିତ ହେଲେ । ସେ ହେଉଛନ୍ତି ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ। ତାଙ୍କ ଜୀବନ ଆଦର୍ଶବାଦର ଏକ ଜୀବନ୍ତ ଉପନ୍ୟାସ । ଓଡ଼ିଶାରେ ଯେଉଁ କେତୋଟି ପ୍ରତିଭା ଓଡ଼ିଆର ଭାବଧାରାକୁ ପ୍ରଭାବିତ କରି ଓଡ଼ିଆ ସମାଜକୁ ଉନ୍ନତି ମାର୍ଗରେ ଅଧିରୁଢ କରିଛନ୍ତି, ସେମାନଙ୍କ ମଧ୍ୟରେ ଲକ୍ଷ୍ମିନାରାୟଣ ସାହୁ ଅନ୍ୟତମ ।
~ ସଂସ୍କାରକ ଲକ୍ଷ୍ମୀନାରାୟଣ ~
ସେ ଥିଲେ ଅଗ୍ରଣୀ ବିପ୍ଳବୀ। ଅସ୍ପୃଶ୍ୟତା ନିବାରଣ ପାଇଁ ତାଙ୍କର ଆନ୍ତରିକତାର ତୁଳନା ନାହିଁ । “ଲକ୍ଷ୍ମୀନାରାୟଣ ସାହୁ ଜାତିରେ ପାଣ” ପୁସ୍ତକ ରଚନା କରି ସମସ୍ତଙ୍କ ଆଖି ଖୋଲି ଦେଇଥିଲେ। ହରିଜନ ମାନଙ୍କ ସେବା ଥିଲା ତାଙ୍କ ଜୀବନର ବ୍ରତ। ଆଦିବାସୀ ମାନଙ୍କ ଉପରେ ଗବେଷଣା କରି 1942 ମସିହାରେ ସେ ଲେଖିଥିଲେ ଏକ ପୁସ୍ତକ ‘The Hill Tribes of Jeypore ‘। ଏହି ବହି ସେ ସମୟ ରେ ଭାରତ ତଥା ବାହାରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।
~ ସାହିତ୍ୟ ସାଧକ ଲକ୍ଷ୍ମୀନାରାୟଣ ~
ସେ ଥିଲେ ଜଣେ ସୁସାହିତ୍ୟିକ । ‘ସହକାର’ ପତ୍ରିକା ସେ ଗଢିଲେ ଏବଂ ବାଳକୃଷ୍ଣ କରଙ୍କ ହାତରେ ଟେକି ଦେଲେ । ‘ବୈତରଣୀ’, ‘ଷ୍ଟାର ଅଫ୍ ଉତ୍କଳ’, ‘ମୁଁ ଓଡ଼ିଆ’ ବହିରେ ଓଡ଼ିଆ ଜାତିର ବିରାଟତ୍ଵର ଚିତ୍ର ସେ ଯେଉଁ ଭାବେ ଉପସ୍ଥାପନ କରିଛନ୍ତି, ତାହାର ତୁଳନା ନାହିଁ ।
~ ଜାତୀୟତାବାଦୀ ଲକ୍ଷ୍ମୀନାରାୟଣ ~
ବିଛିନ୍ନ ଉତ୍କଳର ଏକତ୍ରୀକରଣ ପାଇଁ ଉତ୍କଳ ସମ୍ମିଳନୀରେ ସେ ସଭାପତିତ୍ବ କରି ଆନ୍ଦୋଳନର ପୁରୋଭାଗରେ ଥିଲେ ସେ । ଉତ୍କଳର ଜାତୀୟ ଜୀବନରେ ସେ ଥିଲେ ଅଜାତଶତୃ । ତାଙ୍କ କର୍ମକ୍ଷେତ୍ର ଥିଲା ବ୍ୟାପକ। ଉତ୍କଳ ସମ୍ମିଳନୀ, ଉତ୍କଳ ସାହିତ୍ୟ ସମାଜ, ଆନ୍ତର୍ଜାତିକ ସ୍ତରରେ PEN ସଂସ୍ଥା, ବହୁତ ସେବା ସଂସ୍ଥାମାନଙ୍କର ପୁରୋଭାଗରେ ସେ ଥିଲେ।
କୁଷ୍ଠରୋଗୀଙ୍କୁ ସେବା କରିବାକୁ ଯାଇ ଲକ୍ଷ୍ମୀନାରାୟଣ ସାହୁ ସେହି ରୋଗରେ ଆକ୍ରାନ୍ତ ହେଲେ, ଅବଶ୍ୟ ପରେ ଆରୋଗ୍ୟ ହୋଇଥିଲେ। ଜୀବନବ୍ୟାପୀ ଜନସେବାର ସ୍ଵୀକୃତି ସ୍ଵରୂପ ଭାରତ ସରକାର ତାଙ୍କୁ ସମ୍ମାନୀତ କରିଥିଲେ ‘ପଦ୍ମଶ୍ରୀ’ ଉପାଧିରେ । ଏଭଳି ଜାତୀୟ ସମ୍ମାନ ଲାଭ କରିବାରେ ସେ ଥିଲେ ଓଡ଼ିଶାର ପ୍ରଥମ ବ୍ୟକ୍ତି । ଗୋପାଳକୃଷ୍ଣ ଗୋଖଲେ ତାଙ୍କର ଆଦର୍ଶ ମଣିଷ ।
~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…
~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…
~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…
~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…
~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…
~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…
View Comments
ସେ ଥିଲେ ସେବକ ଶ୍ରେଷ୍ଠ । ଦୀର୍ଘ ମଣିଷ , ଶରୀର ଦୃଷ୍ଟିରୁ ଏବଂ ଶ୍ରେଷ୍ଠ ମଣିଷ ସେବା ଦୃଷ୍ଟିରୁ ?