ଲେଖା: ଶିଶିର ସାହୁ ମନୋଜ

ଆଜିକାଲି କିଛିଲୋକ କହିଛନ୍ତି ଯେ ଓଡ଼ିଆ ଭାଷାରେ ପ୍ରଚଳିତ ‘ରୋକିଵା’ କ୍ରିୟାଶବ୍ଦଟି ହିନ୍ଦୀଭାଷାରୁ ଆନୀତ । ଆଜିକାଲି ପଡୋ଼ଶୀଙ୍କ ଭାଷାରେ ଚଳୁଥିଵା ଆମ ଭାଷାର ଶବ୍ଦ ସହିତ ସମ ସାଦୃଶ୍ୟ ଶବ୍ଦଗୁଡ଼ିକୁ ଅନୁକରଣ ଶବ୍ଦ କହିଵାର ପରମ୍ପରା ଆରମ୍ଭ ହୋଇଛି । ଓଡ଼ିଶାର ଓଡ଼ିଆ ଭାଷାର ପ୍ରଥମ ଭାଷାଵିତ ଶ୍ରୀ ଗୋପୀନାଥ ନନ୍ଦଶର୍ମା ସେଭଳି ଲୋକଙ୍କ ଉଦ୍ଦେଶ୍ୟରେ ତାଙ୍କ “ଓଡି଼ଆ ଭାଷା ସନ୍ଦର୍ଭ” ପ୍ରବନ୍ଧରେ କହିଛନ୍ତି, “ଆମ୍ଭମାନଙ୍କ ଭାଷାରେ ଏପରି କେତେକ ଶବ୍ଦ ଅଛି, ଯାହା କି ସସ୍ଵରୂପରେ ଅନ୍ୟାନ୍ୟ ଭାଷାରେ ମଧ୍ୟ ଚଳେ । ସେପରି ଶବ୍ଦଗୁଡ଼ିକ ଓଡ଼ିଆ ଭାଷା ସହ ଯେଉଁ ଭାଷାର ସମାଧିକ ପାର୍ଥକ୍ୟ ନାହିଁ, ତହିଁରେ ପ୍ରାୟ ସମାନ ରୂପ ଓ ତୁଲ୍ଯାର୍ଥଵାଚକ ରହେ । ତାହା ବୋଲି ସେପରି ଶବ୍ଦଗୁଡ଼ିକୁ ଓଡ଼ିଆ ନ କହିଵା ସଙ୍ଗତ ନୁହେଁ । ଯଥାର୍ଥତଃ ଓଡ଼ିଆଭାଷା ଅନେକ ଭାଷା ଅପେକ୍ଷା ପ୍ରାଚୀନା ଅଟେ । ପ୍ରାକୃତଭାଷାର ଏକ ଅଂଶ ରୂପେ ଵା ଅଵୟଵରୂପେ ଉଡ୍ର ଵା ଉଡ୍ର ଭାଷା ବହୁକାଳରୁ ବିଦ୍ୟମାନ ଅଛି । ତାହା ଓଡ଼ିଆର ନାମାନ୍ତର ମାତ୍ର । ପ୍ରାଚୀନ କାଳରୁ ପ୍ରଚଳିତ ଓଡ଼ିଆ ଭାଷାର ସନ୍ନିହିତ ଏଵଂ ବହୁ ପରିମାଣରେ ସଦୃଶରୂପ (ଆଧୁନିକ ହିନ୍ଦୀ) ବଙ୍ଗ ଭାଷାରେ ଓଡ଼ିଆର ଯେଉଁ କେତେକ ଶବ୍ଦ ଅବିକଳତଃ ଵ୍ଯଵହୃତ ହେଉଅଛି, ସେଗୁଡ଼ିକୁ ଯଥାର୍ଥତଃ ଚିହ୍ନି ଓଡ଼ିଆ ଶବ୍ଦ ବୋଲି ସ୍ଵୀକାର କରିଵା ଉଚିତ ।”

ତେବେ କ’ଣ ସତରେ “ରୋକିଵା” ଶବ୍ଦଟି ହିନ୍ଦୀ ଅନୁକରଣ କି ?

ଆମେ ସମସ୍ତେ ଜାଣନ୍ତି ହିନ୍ଦୀରେ रुकना କ୍ରିୟାଶବ୍ଦ ଅଛି ଏବଂ ଏହା रोक ଶବ୍ଦରୁ ଆସିଅଛି । ରୋକ ଶବ୍ଦ ରୋଧକ ଶବ୍ଦର ପରିବୃତ୍ତିରୁ ସୃଷ୍ଟ ଅଥଵା ରୋଧ(କ) ଶବ୍ଦ ସହିତ ସମଦ୍ଧୃତ ଅଟେ !

ଏହା ପାର୍ସୀରେ ରୁକ୍ ହେଇ ଚଳୁଥାଇପାରେ କିନ୍ତୁ ଓଡ଼ିଆଭାଷାରେ ଵ୍ଯଵହୃତ ରୋକିଵା ଶବ୍ଦକୁ ବୈଦେଶିକ ମନେ କରି ତାହାର ଵ୍ଯଵହାର ନକରିଵା ଅନୁଚିତ ହେବ !

ଯେହେତୁ ରୋକ ଏକ ମୂଳ ଭାରତୀୟ ଦେଶଜ ଶବ୍ଦ ତେଣୁ ଏହାକୁ ହିନ୍ଦୀର ରୁକ୍ ଶବ୍ଦରୁ ନିଆଯିବା କହିଵା ବି ଠିକ୍ ନୁହେଁ କାରଣ ରୁକ୍ ନୁହେଁ ଵରଂ ରୋକ ହେଉଛି ମୂଳ ଶବ୍ଦ ! 

ତେଵେ ସଂସ୍କୃତରେ ବି ରୋକ ଶବ୍ଦ ଅଛି କି ?

ହଁ ଅଛି !!!

ସଂସ୍କୃତରେ ରୋକ ଶବ୍ଦର ବହୁଳ ଵ୍ଯଵହାର ନଗଦ ଅର୍ଥରେ ହୁଏ ଏବଂ ଏହି ଶବ୍ଦ ସହ ସମଦ୍ଧୃତ ଶବ୍ଦ ପାର୍ସୀ ଓ ହିନ୍ଦୀରେ ଚଳେ ଯଥା: ରୋକ୍କା, ରୁଖସତ୍ ଓ ରୋକ୍କଡ଼ା ଇତ୍ଯାଦି !

ଓଡ଼ିଆରେ ଆମେ ଯେତେବେଳେ ରୋକ୍ ଠୋକ୍ ଶବ୍ଦକୁ ଵ୍ଯଵହାର କରନ୍ତି ଆମେ ଜାଣିନଥାନ୍ତି ଯେ ଉକ୍ତ ରୋକ୍ ଶବ୍ଦ ମଧ୍ଯ ଶାସ୍ତ୍ରୀୟ ରୋକ ଶବ୍ଦ ସହିତ ସମଦ୍ଧୃତ ଅଟେ !

ଏ ରୋକ ଶବ୍ଦ ୟୁରୋପକୁ ଯାଇ ଲାଟିନ୍ ଭାଷାରେ lux ରେ ରୂପାନ୍ତରୀତ ହୋଇଛି (ଅର୍ଥାତ୍ ଏଠାରେ ର ବର୍ଣ୍ଣ ଲ ହୋଇଯାଇଛି) ଏବଂ ୟୁରୋପର ବିଭିନ୍ନ ଭାଷାରେ ନାନା ଗୌଣ ଅର୍ଥ ଓ ରୂପ ଧାରଣ ପୂର୍ବକ ଚଳୁଅଛି !

ତେବେ ଦେଶଜ ‘ରୋକ’ ଶବ୍ଦ ସହିତ ସମାନ ଅର୍ଥ ଥିବା କିଛି ଶାସ୍ତ୍ରୀୟ ଶବ୍ଦ ଯଥା; ନିଗ୍ରହ, ନିରୋଧନ, ଆପତ୍ତି, କ୍ଷମ, ନିବାର, ନିୟମ, ପ୍ରସହ, ବଞ୍ଚନ ଓ କୀଳନ ଇତ୍ଯାଦି ।

ରୋକିବା ଶବ୍ଦ ସହ ସମାନ ଅର୍ଥ ରଖୁଥିବା କିଛି ଓଡ଼ିଆ କ୍ରିୟା ହେଲା:
ଅକଟାଇବା, ଅଟକାଇବା, ଅଲଝାଇବା, ଆକଟକରିବା, ଆଡ଼ କରିବା, ଆଡ଼ିବା, ଆବୋରିବା (ଆଗରେ ଅଟକାଇବା: ଓଗାଳିବା), ଓଗାଳିବା, କବଜିବା(ବୈ?), କାଟିବା (ଶର ପ୍ରାହାର ଅଟକାଇବା), ଥମା(ମେ)ଇବା, ନିରୋଧିବା, ଦାଣ୍ଡିବା, ବନ୍ଦ କରିବା, ବାନ୍ଧିବା, ବାରିବା, ରୋଧ କରିବା, ରୁ(ରୋ)ଧିବା, ବାଧା ଦେବା, ରୁହାଇବା ଓ ରଖିବା ଇତ୍ଯାଦି !

ଏଠାରେ ଧ୍ଯାନ ଦେଲାଭଳିଆ କଥା ହେଲା ଉପରୋକ୍ତ ଓଡ଼ିଆ କ୍ରିୟାଗୁଡ଼ିକ ମଧ୍ଯରେ କିଛି କ୍ରିୟାଶବ୍ଦ କେତେକ ନିର୍ଦ୍ଧିଷ୍ଟ ସ୍ଥଳ ଵା ଦ୍ରବ୍ଯ ପାଇଁ ବ୍ଯବହାର ହୋଇଥାଏ !

© ଶବ୍ଦଭେଦ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago