ରାଧା ଗୋବିନ୍ଦ ଭଜନ

ସୌରଭିତ ସୃଷ୍ଟି: ଭକ୍ତକବି ଗୋପାଳକୃଷ୍ଣ
ରାଗ: ମଙ୍ଗଳଗୁଜ୍ଜରୀ, ତାଳ: ତ୍ରିପୁଟା
ଚିତ୍ର:  ରାଧାଗୋବିନ୍ଦ ଦେଉଳ, ମେଳିଆପୁଟି (ନିର୍ମାତା: କୃଷ୍ଣପ୍ରିୟା ପାଟମହାଦେଇ, ପୁଣ୍ୟପୀଠ ପାରଳା)
ମୂଢ ମନ, ଦୃଢ଼ କରି ଭଜ ଶ୍ରୀରାଧା ଗୋବିନ୍ଦ
ଘୁଞ୍ଚିବ ସକଳ ଜ୍ୱାଳା ପାଇବୁ ଆନନ୍ଦ।
ଉଚ୍ଚସ୍ୱରେ ଶବଦାଇ ହରି ହରି ବୋଲ
ସରାଗେ ବୈଷ୍ଣବ ଗଣ କରିନେବେ କୋଳ।ପରିହରି ଦୁରେ ମନ, ଯାବନ୍ତ କାମନା
ବ୍ରଜେ ରାଧାକୃଷ୍ଣ ଲୀଳା କରତୁ ଭାବନା।
ସଖୀ ସଙ୍ଗିନୀ ରୂପେ ମଞ୍ଜରୀ ଦେହରେ
ସେବାକୁ ଆଚର ସଦା ପରମ ସ୍ନେହରେ।କୁ ଚକ୍ରେ ପଡି ଭ୍ରମନା ସାବଧାନେ
ନିମିଷେ ନକର ହେଳା ଭଜନ ସାଧନେ।
ଐଶ୍ୱର୍ଯ୍ୟ ଜ୍ଞାନ କୁ ତୋର ଦିଅ ଜଳାଞ୍ଜଳି
ପ୍ରତିଷ୍ଠା ଗୌରବ ଗୁମାନକୁ ପକା ଦଳି।

ଜାତି, ବିଦ୍ୟା, ରୂପ, ଯୌବନାଦି ମୂଳଛେଦ
ଗୋପଳକୃଷ୍ଣ ନହେଉ ଜଞ୍ଜାଳେ ଆବଦ୍ଧ।।

ଉପସ୍ଥାପନା: ଇଂ ବିଷ୍ଣୁ ମୋହନ ଅଧିକାରୀ

Spread the love

Leave a Reply

Your email address will not be published. Required fields are marked *