All Rights ReservedView Non-AMP Version
  • Homepage
  • ଓଡ଼ିଶାର ବରପୁତ୍ର
  • ମହାମନିଷୀଗଣ
ମହାମନିଷୀଗଣ

ରାଜା ଆର୍ତ୍ତତ୍ରାଣ ଦେବ

ଲେଖା: ଶିବାଶିଷ ମହାପାତ୍ର

ଓଡ଼ିଶା ଇତିହାସର ଯୁଗାନ୍ତକାରୀ ବ୍ୟକ୍ତିତ୍ଵ ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଦେବ ।

ଲୋକେ କୁହନ୍ତି ଗଡ଼ଜାତ ରାଜାମାନେ ଥିଲେ ନିର୍ଦ୍ଦୟ, କରୁଥିଲେ ଅକଥନୀୟ ଅତ୍ୟାଚାର, ତେବେ ଏକଥା କଣ ଠିକ୍ ?? ଇତିହାସର ପୃଷ୍ଠା ଖୋଲିଲେ ଜଣାପଡ଼େ କେବଳ ଦିଲ୍ଲୀ, ଜୟପୁରର ରାଜ୍ୟ ତଥା ରାଜାମାନେ ନଥିଲେ ସମୃଦ୍ଧ, ସାହିତ୍ୟିକ, କଳାପ୍ରେମୀ । ଆଜିର ଓଡ଼ିଶାରେ ମଧ୍ୟ ଜନ୍ମ ନେଇଥିଲେ ଅନେକ ଯୋଗଜନ୍ମା ରାଜା, ଯାହାଙ୍କ ଚେଷ୍ଟା ପ୍ରଚେଷ୍ଟା ଫଳରେ ଓଡ଼ିଆ ଭାଷା ସାହିତ୍ୟ ହୋଇପାରିଅଛି ଋଦ୍ଧିମନ୍ତ । ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେମାନେ କରୁଥିଲେ ସାହିତ୍ୟ ଚର୍ଚ୍ଚା, ଓଡ଼ିଆକୁ ଭଲପାଇ ବଜାୟ ରଖିଥିଲେ ଏହାର ଟେକ ।

ଆଜିର ନୂଆପଡ଼ା ଜିଲ୍ଲା  ହେଉଛି ଏକଦା ସ୍ବତନ୍ତ୍ର ଜମିଦାରୀର ମାନ୍ୟତା ପାଇଥିଲା ଖଡ଼ିଆଳର ଅଂଶ ବିଶେଷ । ଏହି ରାଜ୍ୟର ଷୋଡ଼ଶତମ ରାଜା ଥିଲେ ଏକାଧାରରେ ଜଣେ କଳାସାହିତ୍ୟପ୍ରେମୀ, ପ୍ରଜାବତ୍ସଳ ରାଜା ତଥା ବିଶିଷ୍ଟ ବିଧାୟକ । ତାଙ୍କ ପୃଷ୍ଠପୋଷକତାରେ ଓଡ଼ିଆ ଭାଷା ଆନ୍ଦୋଳନ ଆରମ୍ଭ ହୋଇଥିଲା ଖଡ଼ିଆଳ ରାଜ୍ୟରେ । ବର୍ତ୍ତମାନର ଓଡ଼ିଶା ସୀମାରେ ଥିବା ଖଡ଼ିଆଳ ଗଡ଼ଜାତ ରାଜ୍ୟରେ ଚାଲିଥିଲା ଚକ୍ରାନ୍ତ ଓଡ଼ିଶାରୁ ଓଡ଼ିଆ ଭାଷା ଲୋପ କରିବା ପାଇଁ । ଏହି ସମୟରେ ଜନ୍ମ ଲାଭ କରିଥିଲେ ରାଜା ଆର୍ତ୍ତତ୍ରାଣ ଦେବ । ଚୌହାନ ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ମନ ଏବଂ ପ୍ରାଣ ଥିଲା ଓଡ଼ିଆ ଏବଂ ଓଡ଼ିଶାରେ ।

୧୯୦୦ ମସିହା ଜୁଲାଇ ୧୭ ତାରିଖରେ ଖଡ଼ିଆଳ ମହାରାଜା ଶ୍ରୀ ବିକ୍ରମ ଦେବଙ୍କ ଜ୍ୟୈଷ୍ଠପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ ରାଜା ଆର୍ତ୍ତତ୍ରାଣ ଦେବ । ୧୯୨୧ ମସିହାରେ ଖଡ଼ିଆଳ ଜମିଦାରୀର ଷୋଡ଼ଶତମ ରାଜା ରୂପେ ସିଂହାସନ ଆରୋହଣ କରିଥିଲେ । କଳାପ୍ରେମୀ ମହାରାଜା ନିଜ ରାଜଦରବାରରେ ଅନେକ କବି, ନାଟ୍ୟକାର, ସଙ୍ଗୀତଜ୍ଞ ଆଦି କଳାକାରମାନଙ୍କୁ ନିଯୁକ୍ତି ଦେବା ସହିତ ରାଜ୍ୟରେ ସେମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ । ତାଙ୍କର ଶାସନକାଳକୁ କୁହାଯାଏ ସୁବର୍ଣ୍ଣଯୁଗ ।

ନିଜର ଭଲପାଇବା ଥିଲା ଏ ମାଟିର ସଂସ୍କୃତି, ପରମ୍ପରା, ଐତିହ୍ୟ, ଭାଷା, ସାହିତ୍ୟ ତଥା ଇତିହାସ ପ୍ରତି । ପରୋପକାର, ମାନବିକତା, ବଦାନ୍ୟତା ଗୁଣ ଯୋଗୁଁ ଶୋଭା ବର୍ଦ୍ଧନ କରୁଥିଲେ ବିଭିନ୍ନ କମିଟି ତଥା ସଂସ୍ଥାମାନଙ୍କରେ ସଦସ୍ୟ ତଥା ପରାମର୍ଶଦାତା ଭାବରେ । ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ, ରେଡ଼କ୍ରସର ସଦସ୍ୟ ତଥା ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପରେ ପରାମର୍ଶ ଦାତା ପରିଷଦର ସେ ଥିଲେ ସଦସ୍ୟ । ଖଡ଼ିଆଳ ରାଜ୍ୟ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ କରିଥିଲେ ଛାତ୍ର ବୃତ୍ତି ଯୋଜନା ଉଚ୍ଚଶିକ୍ଷାର ଉନ୍ନତି ସକାଶେ ।

ପିତାଙ୍କ ଦ୍ବାରା ପ୍ରତିଷ୍ଠିତ ବିକ୍ରମ ଥିଏଟର ଦ୍ଵାରା କେବଳ ଖଡ଼ିଆଳ ନୁହେଁ ସାରା ପଶ୍ଚିମ ଓଡ଼ିଶାରେ ନାଟ୍ୟ ସଂସ୍କୃତିର ପ୍ରଚାର ପ୍ରସାର ତଥା ଲୋକାଭିମୁଖୀ କରିବାରେ ଗ୍ରହଣ କରିଥିଲେ ବିଶିଷ୍ଟ ଭୂମିକା । ସେ ସମୟରେ ହିନ୍ଦୀ ଭାଷାଭାଷୀଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା ଓଡ଼ିଆ ଭାଷା ଉପରେ । ନିଜ ରାଜକୋଷରୁ ଯୋଗାଇଦେଇଥିଲେ ଆକଣ୍ଠ ଅର୍ଥ ରାଶି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷର ପରିପ୍ରକାଶ ପାଇଁ ରାଜା ଆର୍ତ୍ତତ୍ରାଣ ଦେବ, ଗ୍ରହଣ କରିଥିଲେ ବିଶିଷ୍ଟ ଭୂମିକା ଖଡ଼ିଆଳ ଏବଂ କଳାହାଣ୍ଡି ଗଡ଼ଜାତ ରାଜ୍ୟ ମାନଙ୍କରେ ଓଡ଼ିଆ ଭାଷାର ପରିବ୍ୟାପକତା ପାଇଁ ।

ଜଣେ ଧର୍ମନିଷ୍ଠ, ପ୍ରଜାବତ୍ସଳ ତଥା ପରୋପକାରୀ ରାଜା ଭାବରେ ଥିଲା ବିଶେଷ କ୍ଷାତି । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ୧୯୩୭ ମସିହାରେ ଅନୁଷ୍ଠିତ ହୋଇଥିବା  ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିଲେ ବିଧାନ ସଭାକୁ ସଦସ୍ୟ ଭାବରେ । ରାଜ୍ୟ ଯଶକୀର୍ତ୍ତି ବୃଦ୍ଧି କରିପାରିଥିଲେ ସବୁଦିଗରୁ । ଖଡ଼ିଆଳ ଗଡ଼ଜାତ ରାଜ୍ୟକୁ ଲବ୍ଧ ପ୍ରତିଷ୍ଠିତ କରାଇପାରିଥିଲେ ବିଶ୍ବ ଦରବାରରେ ରାଜା ଆର୍ତ୍ତତ୍ରାଣ ଦେବ। ଏଥିପାଇଁ ତାଙ୍କର ଶାସନ କାଳକୁ କୁହାଯାଏ ଖଡ଼ିଆଳ ଗଡ଼ଜାତର ସୁବର୍ଣ୍ଣ ସମୟ । ଓଡ଼ିଶା ମା’ ତାର ଏହି ବରପୁତ୍ରଙ୍କୁ ହରାଇଥିଲା ୧୯୪୬ ମସିହାରେ ଭାରତ ସ୍ବାଧୀନତା ପ୍ରାପ୍ତିର କିଛି ଦିନ ଆଗରୁ ।

©️Odisha Stories

View Share Email Follow Tweet
admin

Next Sharad Purnima »
Previous « ଛତର ଯାତ୍ରା
Leave a Comment
Share
Published by
admin
5 years ago

    Related Post

  • ଶ୍ରୀଧର ସ୍ୱାମୀ
  • ଶ୍ରୀବତ୍ସ ପଣ୍ଡା
  • ବାସୁଦେବ ସୁଢ଼ଳଦେବ

Recent Posts

  • ଆମ କଥା

ବୃନ୍ଦାବତୀ

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି।…

4 months ago
  • ଆମ ଖାଦ୍ୟ

ପଖାଳ

~ ପଖାଳ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ।…

4 months ago
  • ଆମ ଖାଦ୍ୟ

ହଳଦୀ

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ…

4 months ago
  • ଭାଷା ଓ ସାହିତ୍ୟ

ମାତୃଭାଷା

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି…

4 months ago
  • ପର୍ଯ୍ୟଟନ କ୍ଷେତ୍ର

ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର

~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…

4 months ago
  • ପର୍ଯ୍ୟଟନ କ୍ଷେତ୍ର

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…

4 months ago
All Rights ReservedView Non-AMP Version
  • L