ଲେଖା: ଡାକ୍ତର କିଶୋର ବିଶ୍ବଜିତ୍ ଜେନା
ଗଙ୍ଗବଂଶୀୟ ଶାସକ, ଉତ୍କଳୀୟ ନରପତି ଲାଙ୍ଗୁଳା ନରସିଂହଦେବ ବାହାମଣିର ଶାସକ ହୁମାୟୁନ ଶାହାଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେଥିରେ ଜିତିବା ପରେ ଓଡ଼ିଶା ଫେରିବା ବାଟରେ ଓଡ଼ିଶା ଓ ବଙ୍ଗର ସୀମାନ୍ତ ଥିବା ହୁଗୁଳି ନଦୀ ନିକଟରେ ମୁସଲିମ ଶକ୍ତି ପ୍ରବେଶକୁ ରୋକିବା ନିମନ୍ତେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ନିକଟରେ ଏକ ଦୁର୍ଗ ନିର୍ମାଣ କରିଥିଲେ ଯାହାର ନାମ ରାଇବଣିଆ_ଦୁର୍ଗ, ଯାହାର ଉଲ୍ଲେଖ ଆଇନ୍_ଇ_ଆକବରୀରେ ଉଲ୍ଲେଖ ମିଳେ !
ରାଇବଣିଆ ଦୁର୍ଗର ରଣ ସଙ୍ଗୀତ . . .
“ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ,
ମେଘାସନ ତଳ ମନ୍ତ୍ର ନିନାଦ ବାଜେ ଫୁଲଝର ବୁକେ,
ରାଇବଣିଆର ରଣ ସଙ୍ଗୀତ ଗଞ୍ଜାମ ପଥେ ଡାକେ,
ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି,
ଉଠୁ ଦୃତ ଗୌରବ, ମୃତ ଗୌରବ, ଗତ ଗୌରବ ରାଜି . . “
ଉତ୍ତର ବାଲେଶ୍ଵରର ସ୍ବାଧୀନତା ସଂଗ୍ରାମର ସମୃଦ୍ଧ ଇତିହାସର ମାର୍ମୀକ ଗାଥାର ମୁକସାଖୀ ରାଇବଣିଆ ଦୁର୍ଗ, ଆଜି ଅସହାୟ, ଅବହେଳିତ, ଭଙ୍ଗୁରଶୀଳ ଦାନ୍ତ ନିକୁଟାଇ ହସି ହସି ଚିତ୍କାର କରି କହୁଛି ହାଇରେ ଓଡ଼ିଆ ଜାତି, ହାଇରେ ଓଡ଼ିଶାର ତତ୍ବାବଧାନରେ ଦକ୍ଷ ପ୍ରଶାସକ, ସୁଶାସକ ବାବୁ, ମୋର ସମାଧି କେତେ ଦୂର . . . ? ? ?
ବନ୍ଦେ ଉତ୍କଳ ଜନନୀ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago