ଲେଖା: ଗୋକୁଳାନନ୍ଦ ସାହୁ
~ ଯତନ ନଗର ~
ଢେଙ୍କାନାଳ ସହରରୁ ବାଜିଚୌକ୍ ଛକ ଦେଇ ଯୋରନ୍ଦା ଗାଦିକପିଳାସ ଗଲାବେଳେ ସାମ୍ନାରେ ଦେଖାଯାଏ ଛୋଟ ପାହାଡ ଉପରେ ରାଜତନ୍ତ୍ରର ମୁକସାକ୍ଷୀ, ଧ୍ବସ୍ତ ପ୍ରାୟ “ଯତନ ନଗର”। କେହି କେହି ତାକୁ ଯାତନା ନଗର ବୋଲି କହିଥାନ୍ତି। ସାରା ଦେଶରେ ଢେଙ୍କାନାଳ ରାଜ୍ୟର ରାଜପରିବାରର ଶୋଷଣ, ଅତ୍ୟାଚାର ଓ ଲୁଣ୍ଠନ ପାଇଁ କୁଖ୍ୟାତ ଓ ଯତନ ନଗର ତାର ମୁକ ସାକ୍ଷୀ । ବଡ଼ ବଡ଼ କୋଠରୀକୁ ନେଇ ଅନେଶ୍ଵତ୍ କୋଠରୀ ବିଶିଷ୍ଟ ବଙ୍ଗଳା । ତାହା ଆଜି ରୁଗ୍ନ ଓ ଜରାଜୀର୍ଣ୍ଣ । ସେ ବିଷୟରେ ସାଧାରଣରେ କୌଣସି ଆଲୋଚନା ହୁଏନା।
ଭାରତ ବର୍ଷ ଯେତେବଳେ ଇଂରେଜ ସରକାର ବିରୁଦ୍ଧରେ ଲଢେ଼ଇରେ ବ୍ୟସ୍ତ, ସେତେବଳକୁ ଢେଙ୍କାନାଳ ଲଢୁଥାଏ ଦୁଇଟି ଶକ୍ତି ବିରୁଦ୍ଧରେ । ଗୋଟିଏ ଇଂରେଜ ଶକ୍ତି ଓ ଅନ୍ୟଟି ଢେଙ୍କାନାଳ ରାଜଶକ୍ତି । ସେ ସମୟରେ ପାହାଡ ଶୀର୍ଷରେ ଏତେ ବଡ ପ୍ରାସାଦର ନିର୍ମାଣ ବେଳେ ବେଳେ ଅସମ୍ଭବ ମନେ ହୁଏ।
(Image: Srikant Singh)
ଘୋଡା ହାତୀ ସହିତ ଶ୍ରମିକ ଭାବରେ ପ୍ରଜା ମାନେ ହଜାର ହଜାର ସଂଖ୍ୟାରେ ପାଳିରେ ବେଠି ଖଟୁଥିଲେ । ଗାଁରୁ ଚୁଡ଼ା ଚାଉଳ ସାଙ୍ଗରେ ଧରି, ରାଜାଘର ବେଠି ପାଇଁ ମାସ ମାସ ଧରି ଖଟୁଥିଲେ ଓ ସାମାନ୍ୟ ଅବହେଳା ପାଇଁ ପଟାୟତ ଠାରୁ ଚାବୁକମାଡ଼ ଖାଇ ଲହୁ ଲୁହାଣ ହେଉଥିଲେ ତଥାପି ନିସ୍ତାର ନଥିଲା । ଅସୁସ୍ଥ ହେବା ମନା ଥିଲା, ହେଲେ ବି ଚିକିତ୍ସା କରିବ କିଏ ? ସାଙ୍ଘାତିକ ରୋଗୀଙ୍କୁ କୁକୁର ଲଗାଇ ହଟେଇ ଦିଆ ଯାଉଥିଲା । କାମର ତଦାରଖ କରୁଥିଲା ପ୍ରବଳ ପ୍ରତାପୀ ନନ୍ଦ ପେସ୍କାର ଓ ସଂଗେ ସଂଗେ ରୋଗୀର ବାପା କିମ୍ବା ଭାଇକୁ ବାଡ଼େଇ ବାଡ଼େଇ ଧରି ଆଣୁଥିଲା, ଗାଁରେ ଥିବା ଦଫାଦର୍ ।
ହାତୀ, ଘୋଡାମାନଙ୍କ ଦ୍ଵାରା ବ୍ୟବହୃତ ବଡ଼ ବଡ଼ ମାଙ୍କଡ଼ା ପଥର ଖଣ୍ଡ ଉପରକୁ ଅଣା ଯାଇଥିଲା । ଦୁର୍ବଳ କିମ୍ବା ବୁଢା ହାତୀ ଘୋଡା ମାନଙ୍କୁ ଚାବୁକ ମାଡ଼ ମାରି ଗୋଡ଼ ବାନ୍ଧି ପାହାଡରୁ ତଳକୁ ଠେଲି ଦିଆ ଯାଉଥିଲା । ନିର୍ମାଣ ସାମଗ୍ରୀ ପାହାଡ଼ଶୀର୍ଷରେ ପହଞ୍ଚିବା ପାଇଁ ସମସ୍ତ ପ୍ରସ୍ତୁତି ଦେଖୁଥିଲା ପଟାୟତ।
ସେଇ ପଟାୟତଙ୍କ ସ୍ତ୍ରୀ, ଯତନ କୁମାରୀଙ୍କ ନାମ ଅନୁସାରେ ଯତନ ନଗରୀ, ଲୋକ ମୁଖରେ ଯାତନା ନଗରୀ l ନୂଆ ପରିବେଶରେ ମନ ଖରାପ ରହୁଥିଲା ବୋଲି ତାଙ୍କ ପାଇଁ ଏ ଭବ୍ୟ ପ୍ରାସାଦ ନିର୍ମାଣ ହେଉଥିଲା ।
(Image: Srikant Singh)
ବେଠି ଖଟୁଥିବା ଲୋକେ କାମ ନ କରି ପାରିଲେ ତିନି ଫୁଟିଆ ଛୋଟ କୋଠରୀ, ନା ବସି ପାରିବ ନା ଠିଆ ହୋଇ ପାରିବ, ମୁଣ୍ଡ ନୁଁଏଇ ବଙ୍କେଇ ରହିଥିବା ବେଳେ କାଳେ ମରିଚଗୁଣ୍ଡ ଧୂଆଁ ଦିଆ ହେଉଥିଲା l ଶ୍ରୀଯୁକ୍ତ ବିଭୁତି ପଟନାୟକ ଏଇ ଅବଲମ୍ବନରେ ଏକ ଅମର ଉପନ୍ୟାସ “ଚପଳ ଛନ୍ଦା” ଲେଖିଛନ୍ତି l
ଢେଙ୍କାନାଳ ରାଜ ଅତ୍ୟାଚାର ବିରୋଧରେ ଅଭଯୋଗ ସେତେବେଳ ମହାତ୍ମା ଗାନ୍ଧୀଙ୍କ ପାଖରେ ପହଞ୍ଚିବାରୁ ଗାନ୍ଧିଜୀ ହରିଜନ ପତ୍ରିକାରେ ତାଙ୍କର ମତ ଉପସ୍ଥାପନ କରିଥିଲେ । ସେହି ଐତିହାସିକ ସ୍ମୃତି ବହନ କରୁଥିବା “ଯତନ ନଗର” ଆଜି ଜମି ମାଫିଆଙ୍କ ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡିଛି ।
ରାଜପରିବାରର ବିଳାସର ପ୍ରତୀକ ରଙ୍ଗମହଲର ସ୍ବପ୍ନ, ଶୋଷିତ ପ୍ରଜାର ନିଃଶ୍ୱାସରେ ଧ୍ଵଂସ ହୋଇଯାଇଛି। ରାଜତନ୍ତ୍ରରେ ପ୍ରଜା ଶୋଷଣର କରୁଣ କାହାଣୀର ପ୍ରତୀକ, ଢେଙ୍କାନାଳ ଜନତାର ଲହୁଲୁହର ଅନନ୍ୟ ମୁକସାକ୍ଷୀ ଓ ଶୋଷଣର ଜ୍ୱଳନ୍ତ ଉଦାହରଣ ଏଇ ଯତନ ନଗର ରାଜପ୍ରାସାଦ ଆଜି ଧ୍ବସ୍ତପ୍ରାୟ। ଇତିହାସର ମୂକ ସାକ୍ଷୀ ଏହି କୀର୍ତ୍ତିରାଜର ପୁନରୁଦ୍ଧାର ନିଶ୍ଚୟ କରାଯିବା କଥା ।
Spread the love
admin

View Comments

  • ଯତ୍ନ ହୀନ ଯତନ ନଗର ଏବେ । ବହୁତ ସୁନ୍ଦର ଉପସ୍ଥାପନା ?

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago