ଲେଖା: ଗୋକୁଳାନନ୍ଦ ସାହୁ
~ ଯତନ ନଗର ~
ଢେଙ୍କାନାଳ ସହରରୁ ବାଜିଚୌକ୍ ଛକ ଦେଇ ଯୋରନ୍ଦା ଗାଦିକପିଳାସ ଗଲାବେଳେ ସାମ୍ନାରେ ଦେଖାଯାଏ ଛୋଟ ପାହାଡ ଉପରେ ରାଜତନ୍ତ୍ରର ମୁକସାକ୍ଷୀ, ଧ୍ବସ୍ତ ପ୍ରାୟ “ଯତନ ନଗର”। କେହି କେହି ତାକୁ ଯାତନା ନଗର ବୋଲି କହିଥାନ୍ତି। ସାରା ଦେଶରେ ଢେଙ୍କାନାଳ ରାଜ୍ୟର ରାଜପରିବାରର ଶୋଷଣ, ଅତ୍ୟାଚାର ଓ ଲୁଣ୍ଠନ ପାଇଁ କୁଖ୍ୟାତ ଓ ଯତନ ନଗର ତାର ମୁକ ସାକ୍ଷୀ । ବଡ଼ ବଡ଼ କୋଠରୀକୁ ନେଇ ଅନେଶ୍ଵତ୍ କୋଠରୀ ବିଶିଷ୍ଟ ବଙ୍ଗଳା । ତାହା ଆଜି ରୁଗ୍ନ ଓ ଜରାଜୀର୍ଣ୍ଣ । ସେ ବିଷୟରେ ସାଧାରଣରେ କୌଣସି ଆଲୋଚନା ହୁଏନା।
ଭାରତ ବର୍ଷ ଯେତେବଳେ ଇଂରେଜ ସରକାର ବିରୁଦ୍ଧରେ ଲଢେ଼ଇରେ ବ୍ୟସ୍ତ, ସେତେବଳକୁ ଢେଙ୍କାନାଳ ଲଢୁଥାଏ ଦୁଇଟି ଶକ୍ତି ବିରୁଦ୍ଧରେ । ଗୋଟିଏ ଇଂରେଜ ଶକ୍ତି ଓ ଅନ୍ୟଟି ଢେଙ୍କାନାଳ ରାଜଶକ୍ତି । ସେ ସମୟରେ ପାହାଡ ଶୀର୍ଷରେ ଏତେ ବଡ ପ୍ରାସାଦର ନିର୍ମାଣ ବେଳେ ବେଳେ ଅସମ୍ଭବ ମନେ ହୁଏ।
(Image: Srikant Singh)
ଘୋଡା ହାତୀ ସହିତ ଶ୍ରମିକ ଭାବରେ ପ୍ରଜା ମାନେ ହଜାର ହଜାର ସଂଖ୍ୟାରେ ପାଳିରେ ବେଠି ଖଟୁଥିଲେ । ଗାଁରୁ ଚୁଡ଼ା ଚାଉଳ ସାଙ୍ଗରେ ଧରି, ରାଜାଘର ବେଠି ପାଇଁ ମାସ ମାସ ଧରି ଖଟୁଥିଲେ ଓ ସାମାନ୍ୟ ଅବହେଳା ପାଇଁ ପଟାୟତ ଠାରୁ ଚାବୁକମାଡ଼ ଖାଇ ଲହୁ ଲୁହାଣ ହେଉଥିଲେ ତଥାପି ନିସ୍ତାର ନଥିଲା । ଅସୁସ୍ଥ ହେବା ମନା ଥିଲା, ହେଲେ ବି ଚିକିତ୍ସା କରିବ କିଏ ? ସାଙ୍ଘାତିକ ରୋଗୀଙ୍କୁ କୁକୁର ଲଗାଇ ହଟେଇ ଦିଆ ଯାଉଥିଲା । କାମର ତଦାରଖ କରୁଥିଲା ପ୍ରବଳ ପ୍ରତାପୀ ନନ୍ଦ ପେସ୍କାର ଓ ସଂଗେ ସଂଗେ ରୋଗୀର ବାପା କିମ୍ବା ଭାଇକୁ ବାଡ଼େଇ ବାଡ଼େଇ ଧରି ଆଣୁଥିଲା, ଗାଁରେ ଥିବା ଦଫାଦର୍ ।
ହାତୀ, ଘୋଡାମାନଙ୍କ ଦ୍ଵାରା ବ୍ୟବହୃତ ବଡ଼ ବଡ଼ ମାଙ୍କଡ଼ା ପଥର ଖଣ୍ଡ ଉପରକୁ ଅଣା ଯାଇଥିଲା । ଦୁର୍ବଳ କିମ୍ବା ବୁଢା ହାତୀ ଘୋଡା ମାନଙ୍କୁ ଚାବୁକ ମାଡ଼ ମାରି ଗୋଡ଼ ବାନ୍ଧି ପାହାଡରୁ ତଳକୁ ଠେଲି ଦିଆ ଯାଉଥିଲା । ନିର୍ମାଣ ସାମଗ୍ରୀ ପାହାଡ଼ଶୀର୍ଷରେ ପହଞ୍ଚିବା ପାଇଁ ସମସ୍ତ ପ୍ରସ୍ତୁତି ଦେଖୁଥିଲା ପଟାୟତ।
ସେଇ ପଟାୟତଙ୍କ ସ୍ତ୍ରୀ, ଯତନ କୁମାରୀଙ୍କ ନାମ ଅନୁସାରେ ଯତନ ନଗରୀ, ଲୋକ ମୁଖରେ ଯାତନା ନଗରୀ l ନୂଆ ପରିବେଶରେ ମନ ଖରାପ ରହୁଥିଲା ବୋଲି ତାଙ୍କ ପାଇଁ ଏ ଭବ୍ୟ ପ୍ରାସାଦ ନିର୍ମାଣ ହେଉଥିଲା ।
(Image: Srikant Singh)
ବେଠି ଖଟୁଥିବା ଲୋକେ କାମ ନ କରି ପାରିଲେ ତିନି ଫୁଟିଆ ଛୋଟ କୋଠରୀ, ନା ବସି ପାରିବ ନା ଠିଆ ହୋଇ ପାରିବ, ମୁଣ୍ଡ ନୁଁଏଇ ବଙ୍କେଇ ରହିଥିବା ବେଳେ କାଳେ ମରିଚଗୁଣ୍ଡ ଧୂଆଁ ଦିଆ ହେଉଥିଲା l ଶ୍ରୀଯୁକ୍ତ ବିଭୁତି ପଟନାୟକ ଏଇ ଅବଲମ୍ବନରେ ଏକ ଅମର ଉପନ୍ୟାସ “ଚପଳ ଛନ୍ଦା” ଲେଖିଛନ୍ତି l
ଢେଙ୍କାନାଳ ରାଜ ଅତ୍ୟାଚାର ବିରୋଧରେ ଅଭଯୋଗ ସେତେବେଳ ମହାତ୍ମା ଗାନ୍ଧୀଙ୍କ ପାଖରେ ପହଞ୍ଚିବାରୁ ଗାନ୍ଧିଜୀ ହରିଜନ ପତ୍ରିକାରେ ତାଙ୍କର ମତ ଉପସ୍ଥାପନ କରିଥିଲେ । ସେହି ଐତିହାସିକ ସ୍ମୃତି ବହନ କରୁଥିବା “ଯତନ ନଗର” ଆଜି ଜମି ମାଫିଆଙ୍କ ଆକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡିଛି ।
ରାଜପରିବାରର ବିଳାସର ପ୍ରତୀକ ରଙ୍ଗମହଲର ସ୍ବପ୍ନ, ଶୋଷିତ ପ୍ରଜାର ନିଃଶ୍ୱାସରେ ଧ୍ଵଂସ ହୋଇଯାଇଛି। ରାଜତନ୍ତ୍ରରେ ପ୍ରଜା ଶୋଷଣର କରୁଣ କାହାଣୀର ପ୍ରତୀକ, ଢେଙ୍କାନାଳ ଜନତାର ଲହୁଲୁହର ଅନନ୍ୟ ମୁକସାକ୍ଷୀ ଓ ଶୋଷଣର ଜ୍ୱଳନ୍ତ ଉଦାହରଣ ଏଇ ଯତନ ନଗର ରାଜପ୍ରାସାଦ ଆଜି ଧ୍ବସ୍ତପ୍ରାୟ। ଇତିହାସର ମୂକ ସାକ୍ଷୀ ଏହି କୀର୍ତ୍ତିରାଜର ପୁନରୁଦ୍ଧାର ନିଶ୍ଚୟ କରାଯିବା କଥା ।
Spread the love
admin

View Comments

  • ଯତ୍ନ ହୀନ ଯତନ ନଗର ଏବେ । ବହୁତ ସୁନ୍ଦର ଉପସ୍ଥାପନା ?

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

5 days ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

5 days ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

5 days ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

5 days ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

5 days ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

5 days ago