Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ
ମୁଣ୍ଡିଆଳ ଶବ୍ଦଟି ପୂର୍ଵ ଓଡ଼ିଶାରେ ଵିଶେଷତଃ ଅଵିଭକ୍ତ କଟକ ଅଞ୍ଚଳରେ ଵ୍ଯଵହୃତ ହୋଇଥାଏ । ସମାଜରେ ଯିଏ ନେତୃସ୍ଥାନୀୟ ଲୋକ ଏଵଂ ଯାହାଙ୍କୁ ସମାଜ ମଧ୍ୟରେ ଶ୍ରେଷ୍ଠ ଵିଚାର କରାଯାଏ ତାଙ୍କୁ ମୁଣ୍ଡିଆଳ କୁହାଯାଏ ।
ଆଗେ ଗାଁର ମୁଖିଆମାନେ ଶ୍ରେଷ୍ଠ ଵିଵେଚିତ ହୋଇଥିଲେ ହିଁ ଗ୍ରାମର ନେତୃତ୍ୱ ନେଇପାରୁଥିଲେ ତେଣୁ ମୁଖିଆମାନେ ବି ମୁଣ୍ଡିଆଳ ଵିଦିତ ହେଵାକୁ ଲାଗିଲେ । କଥିତ ଓଡ଼ିଆ ଶବ୍ଦକୋଷରେ ‛ମୁଣ୍ଡି’ ଓ ‛ମୁଣ୍ଡିଆମାଳ’ ଶବ୍ଦ ମଧ୍ୟ ମୁଖିଆ ଅର୍ଥରେ ଵ୍ଯଵହୃତ ହେଉଥିଵାର ଉଲ୍ଲେଖ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମୁଣ୍ଡିଆଳ ଶବ୍ଦ ରହିଛି ଏଵଂ ଏହାର ତିନିଗୋଟି ଅର୍ଥ ଲେଖା ହୋଇଛି, ଯେପରି କି,
୧. ଗାଁ ସର୍ଦ୍ଦାର
୨. ଶ୍ରେଷ୍ଠ ଵ୍ଯକ୍ତି
୩. ନେତା
ଗଡ଼ଜାତରେ ଅଵଶ୍ଯ ମୁଣ୍ଡି, ମୁଣ୍ଡିଆମାଳ କି ମୁଣ୍ଡିଆଳ ଶବ୍ଦ ନାହିଁ କିନ୍ତୁ ଏହା ସହିତ ସମ୍ବନ୍ଧିତ ଅନେକ ଶବ୍ଦ ଚଳୁଅଛି ।
ଯେଉଁମାନେ ସମ୍ମାନନୀୟ ସେମାନଙ୍କୁ ପ୍ରଣିପାତ କରାଯାଏ ଏଵଂ ଏହି ପ୍ରଣିପାତକୁ ଗଡ଼ଜାତରେ କୁହନ୍ତି ମୁଣ୍ଡିଆ ମାରିଵା ।
ମୁଣ୍ଡେଇଵା ଶବ୍ଦର ସାଧାରଣ ଅର୍ଥ ରହିଛି ଯେ କୌଣସି ଵସ୍ତୁକୁ ମୁଣ୍ଡରେ ବୋହିଵା କିନ୍ତୁ ଗଡ଼ଜାତରେ ଏହି ଶବ୍ଦର ଭାଵାର୍ଥେ ଵ୍ଯଵହାର ହେଵା ମଧ୍ୟ ଦୃଶ୍ଯ ହୁଏ । ନିମ୍ନରେ ସେଇଭଳି କିଛି ଶବ୍ଦର ଉଲ୍ଲେଖ କରାଗଲା,
୧. ମୁଢା଼ଵା― ଦାୟିତ୍ୱ ନେଵା
୨. ମେଢେଇଵା ―ମନଦେଇ କାମ କରିଵା,କାମ ନିଜ ମୁଣ୍ଡ ଉପରକୁ ନେଵା
ତେଵେ ଵିଚ୍ଛିନ୍ନାଞ୍ଚଳ ସିଂହଭୂମିରେ ଗ୍ରାମର ପ୍ରଧାନ ପୁରୁଷ ତଥା କୋହ୍ଲମାନଙ୍କ ସର୍ଦ୍ଦାରଙ୍କୁ ମୁଣ୍ଡା କୁହାଯାଉଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ସମ୍ଭଵତଃ ଏ ଶବ୍ଦ ମଧ୍ୟ ମୁଣ୍ଡି, ମୁଣ୍ଡିଆମାଳ ଓ ମୁଣ୍ଡିଆଳ ସହିତ ସମଦ୍ଧୃତ ହୋଇଥିଵ ।
ଆମେ ଓଡ଼ିଶାରେ ଗ୍ରାମ ମୁଖିଆ ଶବ୍ଦର ଅନେକ ପ୍ରତିଶବ୍ଦ ରହିଛି, କେତେ ଵ୍ଯଵହାର ହେଉଛି ତ ଆଉ କେତେ ଲୋପ ପାଇଗଲାଣି !
ତଳେ ସେଇଭଳି କିଛି ଶବ୍ଦଳ ଉଦାହରଣ ଦିଆଗଲା,
୧. ପଧାନ, (ପ୍ରଧାନ)
୨. ମୁଖିଅ,ମୁଖିଆ
୩. ମିରଧାନୀ
୪. ଅଗୁଆ (ଅଗ୍ର)
୫. ଆଗବୋଲା
୬. ନାଏକ
© ଶବ୍ଦଭେଦ