ଲେଖା: ବିଶ୍ଵରଞ୍ଜନ ମହାପାତ୍ର
ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଥିବା ମା’ ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର ।
ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ । ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ କରି ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ । ଏହି ଅପମାନ ସହ୍ୟକରି ନ ପାରି ଲଙ୍କେଶ୍ୱରୀ ସେହି ସ୍ଥାନ ତ୍ୟାଗକରି ସମଲେଶ୍ୱରୀ ନାମ ଧାରଣ କରି ସମ୍ବଲପୁରରେ ଅବସ୍ଥାନ କଲେ ।
ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣର ସିନ୍ଦୂର ମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ମାଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ମା’ଙ୍କର ଏହି ନିଆରା ବାର୍ଷିକ ରୂପକୁ ଧବଳମୁଖୀ ବେଶ ବା ଗଙ୍ଗା ଦର୍ଶନ ବେଶ କୁହାଯାଏ । ପୁଅଜିଉଁତିଆ ପାର୍ବଣ ଠାରୁ ମା’ଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବଦିନ ମା’ ସମଲେଶ୍ୱରୀ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି । ମା’ଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏ ।
(Image: argusnews.in)
ବିଜୟା ଦଶମୀ ଆଗରୁ ୯ ଦିନ ଧରି ମନ୍ଦିରରେ ନବରାତ୍ର ପୂଜା କରାଯାଏ । ଏହି ୯ ଦିନ ପାଇଁ ଅନେକ ଭକ୍ତ ଅଖଣ୍ଡ ଦୀପ ପ୍ରଜବାନ କରନ୍ତି । ଏହି ସବୁ ଦୀପକୁ ଭକ୍ତଙ୍କ ନାମ ଲେଖା ଯାଇ ଏକ ବଡ ପ୍ରକୋଷ୍ଠରେ ରଖା ଯାଇ ଥାଏ ଓ ସେଥିରେ ଘୃତ ଅବିରାମ ଭାବେ ଦିଆ ଯାଉଥାଏ ଯେପରି ଦୀପ ନ ଲିଭିବ । ଭକ୍ତମାନଙ୍କର ବିଶ୍ୱାସ ଯେଉଁ ମାନସିକ କରି ଦୀପ ସ୍ଥାପନା କରନ୍ତିମା’ ସମଲେଶ୍ୱରୀ ତାକୁ ନିଶ୍ଚୟ ପୂରଣ କରନ୍ତି । ଏହି ପ୍ରଥା ଦିନକୁ ଦିନ ଏତେ ଲୋକପ୍ରିୟ ହେଇ ଆସୁଛି ଯେ ମନ୍ଦିର ପ୍ରଶାସନ ଏଥି ନିମନ୍ତେ ଆହୁରି ଏକ ବୃହତ ପ୍ରକୋଷ୍ଠ ନିର୍ମାଣ କରୁଛନ୍ତି ।
ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ମହାଳୟା ଦିନ ସବୁଠୁ ବେଶୀ ଜାକଜମକରେ ପାର୍ବଣ ହଉଥିଲେ ମଧ୍ୟ ଦୀପାବଳି, ଦଶହରା ଓ ଅନ୍ୟ ହିନ୍ଦୁ ପାର୍ବଣ, ତଥା ନୂଆଖାଇ ପରି ଗଣ ପର୍ବରେ ମଧ୍ୟ ସ୍ୱତନ୍ତ୍ର ପୂଜା ଆରାଧନା ସହ ଭୋଗର ବ୍ୟବସ୍ଥା ହୁଏ । ସମ୍ବଲପୁର ଅଞ୍ଚଳର ଅନେକ ବ୍ୟକ୍ତି ନୂଆ ଗାଡି କିଣିଲେମା’ ସମଲେଶ୍ୱରୀ ମନ୍ଦିରରେ ହିଁ ପୂଜା କଲା ପରେ ଯାଇ ଚଳେଇ ଥାଆନ୍ତି । ପୁନଶ୍ଛ କେହି ବିବାହ ଅନୁଷ୍ଠାନ କରିବା ଆଗରୁ ପ୍ରଥମ ନିମନ୍ତ୍ରଣ ମା’ ସମଲେଶ୍ୱରୀଙ୍କୁ ଦେଇ ତାଙ୍କୁ ନିମନ୍ତ୍ରଣ କଲା ପରେ ଅନ୍ୟମାନଙ୍କୁ ବଣ୍ଟନ ଆରମ୍ଭ କରିବାର ପ୍ରଥା ମଧ୍ୟ ରହିଛି ।
Images: Bandhan Dalai, Shibasish Mohapatra, Cuttack Puja Festivals
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago