ଲେଖା: ବିଶ୍ଵରଞ୍ଜନ ମହାପାତ୍ର
ସମଲେଶ୍ୱରୀ ମନ୍ଦିର ଓଡ଼ିଶାର ସମ୍ବଲପୁର ସହର ଉପକଣ୍ଠରେ ଥିବା ମା’ ସମଲେଶ୍ୱରୀ ଠାକୁରାଣୀଙ୍କର ଏକ ମନ୍ଦିର ।
ରାମାୟଣ କଥାବସ୍ତୁରେ ମହୀରାବଣ ଲଙ୍କାଗଡ଼ର ଅଧିଷ୍ଠାତ୍ରୀ ଦେବୀ ଲଙ୍କେଶ୍ୱରୀଙ୍କ ନିକଟରେ ବଳିଦେବାକୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଯାଇଥିଲେ । ସେଠାରେ ହନୁମାନ କୌଶଳକ୍ରମେ ଲଙ୍କେଶ୍ୱରୀ ଦେବୀଙ୍କୁ ପରାହତ ଓ ମହୀରାବଣଙ୍କୁ ଅସ୍ତ୍ରାଘାତ କରି ରାମଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ । ଏହି ଅପମାନ ସହ୍ୟକରି ନ ପାରି ଲଙ୍କେଶ୍ୱରୀ ସେହି ସ୍ଥାନ ତ୍ୟାଗକରି ସମଲେଶ୍ୱରୀ ନାମ ଧାରଣ କରି ସମ୍ବଲପୁରରେ ଅବସ୍ଥାନ କଲେ ।
ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ବର୍ଷସାରା ଗୈରିକ ବର୍ଣ୍ଣର ସିନ୍ଦୂର ମଣ୍ଡିତା ହୋଇ ଦର୍ଶନ ଦେଇଥାନ୍ତି । ଆଶ୍ୱିନ ମାସ ଅମାବାସ୍ୟା (ମହାଳୟା) ଦିନ ମାଙ୍କୁ ଶ୍ୱେତ ରୂପରେ ସଜ୍ଜିତ କରାଯାଇଥାଏ । ମା’ଙ୍କର ଏହି ନିଆରା ବାର୍ଷିକ ରୂପକୁ ଧବଳମୁଖୀ ବେଶ ବା ଗଙ୍ଗା ଦର୍ଶନ ବେଶ କୁହାଯାଏ । ପୁଅଜିଉଁତିଆ ପାର୍ବଣ ଠାରୁ ମା’ଙ୍କର ଷୋହଳ ପୂଜା ଆରମ୍ଭ ହୁଏ । ମହାଳୟା ପୂର୍ବଦିନ ମା’ ସମଲେଶ୍ୱରୀ ସତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେହି ଦିନ ମଧ୍ୟରାତ୍ରରେ ପୂଜକମାନେ ମନ୍ଦିର ଦ୍ୱାର ବନ୍ଦ କରି ଦେବୀଙ୍କୁ କର୍ପୁର ମିଶ୍ରିତ ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ, ଅଗୁର ପ୍ରଲେପ ଦେଇ ମା’ଙ୍କୁ ଧବଳମୁଖୀ ବେଶରେ ସଜାନ୍ତି । ମା’ଙ୍କୁ ଦୁଇଦିନ ଧରି ଧବଳମୁଖୀ ବେଶରେ ରଖାଯାଏ । ମହାଳୟା ଶ୍ରାଦ୍ଧ ଦିନ ଦେବୀଙ୍କ ଏହି ରୂପଦର୍ଶନରେ ଗଙ୍ଗାଦର୍ଶନର ପୂଣ୍ୟ ଲାଭ ହେଉଥିବା ବିଶ୍ୱାସ କରାଯାଏ ।
(Image: argusnews.in)
ବିଜୟା ଦଶମୀ ଆଗରୁ ୯ ଦିନ ଧରି ମନ୍ଦିରରେ ନବରାତ୍ର ପୂଜା କରାଯାଏ । ଏହି ୯ ଦିନ ପାଇଁ ଅନେକ ଭକ୍ତ ଅଖଣ୍ଡ ଦୀପ ପ୍ରଜବାନ କରନ୍ତି । ଏହି ସବୁ ଦୀପକୁ ଭକ୍ତଙ୍କ ନାମ ଲେଖା ଯାଇ ଏକ ବଡ ପ୍ରକୋଷ୍ଠରେ ରଖା ଯାଇ ଥାଏ ଓ ସେଥିରେ ଘୃତ ଅବିରାମ ଭାବେ ଦିଆ ଯାଉଥାଏ ଯେପରି ଦୀପ ନ ଲିଭିବ । ଭକ୍ତମାନଙ୍କର ବିଶ୍ୱାସ ଯେଉଁ ମାନସିକ କରି ଦୀପ ସ୍ଥାପନା କରନ୍ତିମା’ ସମଲେଶ୍ୱରୀ ତାକୁ ନିଶ୍ଚୟ ପୂରଣ କରନ୍ତି । ଏହି ପ୍ରଥା ଦିନକୁ ଦିନ ଏତେ ଲୋକପ୍ରିୟ ହେଇ ଆସୁଛି ଯେ ମନ୍ଦିର ପ୍ରଶାସନ ଏଥି ନିମନ୍ତେ ଆହୁରି ଏକ ବୃହତ ପ୍ରକୋଷ୍ଠ ନିର୍ମାଣ କରୁଛନ୍ତି ।
ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ମହାଳୟା ଦିନ ସବୁଠୁ ବେଶୀ ଜାକଜମକରେ ପାର୍ବଣ ହଉଥିଲେ ମଧ୍ୟ ଦୀପାବଳି, ଦଶହରା ଓ ଅନ୍ୟ ହିନ୍ଦୁ ପାର୍ବଣ, ତଥା ନୂଆଖାଇ ପରି ଗଣ ପର୍ବରେ ମଧ୍ୟ ସ୍ୱତନ୍ତ୍ର ପୂଜା ଆରାଧନା ସହ ଭୋଗର ବ୍ୟବସ୍ଥା ହୁଏ । ସମ୍ବଲପୁର ଅଞ୍ଚଳର ଅନେକ ବ୍ୟକ୍ତି ନୂଆ ଗାଡି କିଣିଲେମା’ ସମଲେଶ୍ୱରୀ ମନ୍ଦିରରେ ହିଁ ପୂଜା କଲା ପରେ ଯାଇ ଚଳେଇ ଥାଆନ୍ତି । ପୁନଶ୍ଛ କେହି ବିବାହ ଅନୁଷ୍ଠାନ କରିବା ଆଗରୁ ପ୍ରଥମ ନିମନ୍ତ୍ରଣ ମା’ ସମଲେଶ୍ୱରୀଙ୍କୁ ଦେଇ ତାଙ୍କୁ ନିମନ୍ତ୍ରଣ କଲା ପରେ ଅନ୍ୟମାନଙ୍କୁ ବଣ୍ଟନ ଆରମ୍ଭ କରିବାର ପ୍ରଥା ମଧ୍ୟ ରହିଛି ।
Images: Bandhan Dalai, Shibasish Mohapatra, Cuttack Puja Festivals
Spread the love
admin

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

3 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago