ଲେଖା: ବନ୍ଧନ ଦଳାଇ

ଅଢେଇ ହଜାର ବର୍ଷର ପୁରୁଣା ସହର କଟକ । ଓଡ଼ିଶାର ପୁରୁଣା ରାଜଧାନୀ। କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର କଟକ ସହର। ଉତ୍ତରରେ ମହାନଦୀ ଦକ୍ଷିଣରେ କାଠଯୋଡି ନଦୀ ପ୍ରବାହିତ ହୋଇ କଟକ ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।

ସେଇ ଐତିହାସିକ କଟକ ମହାନଗରୀର ଅଧିଷ୍ଠାତ୍ରୀ ଦେବୀରୂପେ ଖ୍ୟାତ ମା’ କଟକଚଣ୍ଡୀ। ଅଧୁନା ବାରବାଟୀ ଷ୍ଟାଡିୟମ ନିକଟସ୍ଥ ସୁଖ୍ୟାତ ସ୍ଥାନର ଅନତି ଦୂରରେ ପ୍ରାୟ ତିରିଶ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମାର୍ବଲ ଆଚ୍ଛାଦିତ ମନ୍ଦିରରେ ବିରାଜିତା ମା’ କଟକ ଚଣ୍ଡୀ, ଯାହା ଚଣ୍ଡୀଛକ ନାମରେ ଜଣାଶୁଣା।


ଆରାଧ୍ୟା ଠାକୁରାଣୀ ମାତା ଭୂବନେଶ୍ୱରୀ ମନ୍ତ୍ରରେ ପୂଜିତା। ମା’ ଚତୁର୍ଭୁଜା ନାନାଦି ସ୍ୱର୍ଣାଳଙ୍କାରଠୁ ଆରମ୍ଭ କରି ପୁଷ୍ପରସାଜସଜ୍ଜାରେ ମା’ଙ୍କ ପ୍ରତିମା ମନୋହର ହୋଇଥାଏ। ଭକ୍ତଗଣଙ୍କ ଦୁଃଖଶୋକକୁ ମା’ ଅଚିରେ ଖଣ୍ଡନ କରନ୍ତି। ସେଥିପାଇଁ ଶ୍ରଦ୍ଧାଳୁଙ୍କ ଅଶେଷ ବିଶ୍ୱାସ ମା’ଙ୍କ ଠାରେ।ପ୍ରତି ଗୁରୁବାର ଓ ସଂକ୍ରାନ୍ତିରେ ବହୁସଂଖ୍ୟାରେ ଦର୍ଶନାର୍ଥୀଙ୍କ ଭିଡ଼ ଜମେ। ଫୁଲମାଳ ଓ ଘିଅଦୀପରେ ମା’ଙ୍କ ସନ୍ତୁଷ୍ଟି ବୋଲି ଭକ୍ତମାନଙ୍କର ଅଶେଷ ବିଶ୍ୱାସ ରହିଛି। ମଙ୍ଗଳବାର ଓ ଶନିବାର ମା’ଙ୍କ ଠାରେ ଆମିଷ ଭୋଗ ଲାଗି କରାଯାଏ। କୁହାଯାଏ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଏହା ସମର୍ପିତ। ମା’ଙ୍କ ସଂଧ୍ୟା ଆଳତୀର ଅନୂଭୁତି ଜଣେ ଅନୁଭବୀ ହିଁ କହିପାରିବ । ଅପୂର୍ବ ସେ ଦୃଶ୍ୟ।

ମରହଟ୍ଟା ଶାସନ ପୂର୍ବରୁ ଦେବୀଙ୍କ ବିଗ୍ରହ ବାରବାଟୀ ପରିସରରେ ପୂଜାପାଉଥିଲା। ୧୫୬୮ରେ କଳାପାହାଡ ଆକ୍ରମଣରେ ଦେବୀ ସେଠାରୁ ଅପସାରିତ ହୋଇ ଦୂର୍ଗର ଦକ୍ଷିଣପାର୍ଶ୍ୱରେ ପୂଜା ପାଇଲେ। ଏବେ ତାହା ସର୍ବସାଧାରଣ ଦେବୀପୀଠ ରୁପେ ପ୍ରତିଷ୍ଠିତ ହୋଇସାରିଛି।ମା’ଙ୍କ ଆବିର୍ଭାବ ସମ୍ପର୍କରେ କୁହାଯାଏ, କନିକା ରାଜାଙ୍କ ଚଣ୍ଡୀ ପୂଜକ ହଂସନାଥ ପଣ୍ଡା ପ୍ରଥମେ ମା’ଙ୍କୁ ଠାବ କରି ପୂଜା କାର୍ଯ୍ୟ ସମ୍ପାଦନ କରୁଥିଲେ ଏବଂ ୟାଙ୍କ ପରେ ପୂଜ୍ୟଶ୍ରୀ ଲକ୍ଷ୍ମଣ ପଣ୍ଡା ମା’ଙ୍କ ଆରାଧନା କଲେ। ଏବେ ମଧ୍ୟ ପିଢି ପରେ ପିଢି ବଂଶାନୁକ୍ରମିକ ଭାବେ ମା’ଙ୍କ ସେବାରେ ଲିପ୍ତ ଏହି ପୂଜକ ପରିବାର।


କିମ୍ବଦନ୍ତୀ ଅନୁସାରେ:-
ଶ୍ରୀ ହଂସନାଥ ପଣ୍ଡା ଗାଈ ଚରାଇବାକୁ ବାରବାଟୀ ଦୂର୍ଗକୁ ଯାଇଥିବା ବେଳେ ସେ ଥକିପଡି ଏକ ପଥର ଉପରେ ବସିପଡିଲେ ସେଠାରେ ତାଙ୍କୁ ଏକ ବିଚିତ୍ର ଶିହରଣର ଅନୁଭବ ହୋଇଥିଲା। ସେଇଦିନ ରାତ୍ରିରେ ତାଙ୍କୁ ସ୍ୱପ୍ନାଦେଶ ହେବାରୁ ରାଜାଙ୍କ ସହାୟତାରେ ଉକ୍ତ ସ୍ଥାନରେ ଖୋଦେଇ ଆରମ୍ଭ ହେଲା। କୁହାଯାଏ ଖୋଦେଇ ବେଳେ ସେଠାରେ ୪୨ ଶଗଡ ନାଲି ସିନ୍ଦୂର ବାହାରିଥିଲା ଏବଂ ମା’ ଚଣ୍ଡୀଙ୍କ ଆବିର୍ଭାବ ହୋଇଥିଲା।କଟକ ନଗରର ଏହି ପୀଠରେ ଭକ୍ତଙ୍କ ସମାଗମ ସହ ବାରମାସଯାକ କର୍ମକାଣ୍ଡ ଲାଗିରହିଥାଏ। ଚୈତ୍ର ବାସନ୍ତୀକ ପୂଜାଠାରୁ ଆରମ୍ଭ କରି ଶରତକାଳୀନ ଶାରଦୀୟ ପୂଜାରେ ଉତ୍ସବମୁଖର ହୋଇଉଠେ କଟକ ଚଣ୍ଡୀ ମନ୍ଦିରପ୍ରାଙ୍ଗଣ। ଯୋଡି ମହୁରୀ, ଘଣ୍ଟଘଣ୍ଟା, ଢୋଲ ବାଦ୍ୟରେ କମ୍ପିଉଠେ ମା’ଙ୍କ ପୀଠ।


ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥି ମୂଳାଷ୍ଟମୀ ନାମରେ ଖ୍ୟାତ। ଏହି ଦିନ ରାଧାଷ୍ଟମୀ ଠାରୁ ଶୟନରତ ମା’ଙ୍କୁ ପାରମ୍ପରିକ ଶୈଳୀରେ ନିଦ୍ରାରୁ ଜାଗ୍ରତ କରିବାପାଇଁ ସହସ୍ରକୁମ୍ଭାଭିଷେକ କରାଯାଏ ଏବଂ ମା’ଙ୍କର ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୁଏ। ମହାନଦୀର ଗଡଗଡିଆ ଘାଟରୁ ରୀତିନୀତି ଅନୁଯାୟୀ ଘଟପୂଜା କରି କଳସ ସ୍ଥାପନ କରାଯାଏ ।ଏହି ଷୋଳ ଦିନ ସଂଧ୍ୟାରେ ମା’ଙ୍କ ଠାରେ ଷୋଡଦିନାତ୍ମକ ବେଶ ଅନୁଷ୍ଠିତ ହୁଏ।ଶାରଦୀୟ ମୂହୁର୍ତ୍ତରର ଏହି ପର୍ବରେ ବିବିଧ ବେଶପରିପାଟୀ ଭକ୍ତଗଣଙ୍କୁ ଆକୃଷ୍ଟ କରିଥାଏ। ବହୁ ସଂଖ୍ୟାରେ ଭକ୍ତଙ୍କର ସୁଅ ଛୁଟେ ମନ୍ଦିରକୁ । ମା’ଙ୍କର ସେହି ଦିବ୍ୟବେଶ ଦର୍ଶନ କରି ଚର୍ମଚକ୍ଷୁ ପବିତ୍ର ହୋଇଥାଏ ବୋଲି ବିଶ୍ୱାସ।ଗତିସ୍ତ୍ୱଂ ଗତିସ୍ତ୍ୱଂ ତ୍ୱମେକା ଭବାନୀ।
Sunabesha Image: Cuttack Puja Festivals FB Page
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago