ସୌରଭିତ ସୃଷ୍ଟି: ଡ଼ଃ ମାୟାଧର ମାନସିଂହ

କବିଭୂମି, ଶିଳ୍ପଧାତ୍ରୀ ତୁହିଟି ମା’ !
ବିଶ୍ଵେ ଗରବିଣୀ ! ବୀରମାତା ଉତ୍କଳ ଜନନୀ
ଆଦିମ ତାପସ ଗର୍ଭୁ ଯେବେ ଗୋ ମା’ ବିକାଶ ତୋହରି,
ପ୍ରଥମ ଚୂମ୍ବନ – ବ୍ରୀଡା ରବି ଦେଲା ତୋ ଅଙ୍ଗରେ ଭରି,
ଆସିଲା ବସନ୍ତ ତହୁଁ କରିବାକୁ ତୋ ବକ୍ଷରେ ଲୀଳା,
ସାଜିଲା ପ୍ରକୃତି ବସିକରି ତୋତେ ଏମନ୍ତ ଛବିଳା
ପାତାଳ ଫୁଟାଇ ତହୁଁ ବହିଲେ ଏ ନଦୀ ଶତଶତ
ବ୍ୟଗ୍ର ଅବିରତ।

*** *** *** ***

ଜନ୍ମିଲେ ପବିତ୍ର କୋଳୁ କାଳେ ତୋର ସନ୍ତାନସନ୍ତତି
(ସନ୍ଧ୍ୟାଗମେ ଫୁଟି ଉଠେ ନଭବକ୍ଷେ ତାରକା ଯେମିତି
ନିଜ ତେଜେ ଧୌତ କରି ଜନନୀର ସୁନୀଳ ଅଞ୍ଚଳ)
ବିଶ୍ଵକର୍ଣ୍ଣେ ଶୁଣାଇଲେ ତୋର ଗାଥା ମଧୁର କୋମଳ
ଧମନୀର ରକ୍ତ ଦେଇ ଆଣିଲେ ମା’ !
ତୋର ମାନ କିଣି ଧନ୍ୟ ତୁ ମାନିନି !

*** *** *** ***

ଅଳକା ବରଜି ସ୍ନେହେ ଆସିଲେ ମା’ !
ଦେବ ଧନପତି ତୋର କୋଳେ;
ଭରିଦେଲେ ଘରେଘରେ ଅତୁଳ ସମ୍ପତ୍ତି
ତୋ’ କରକମଳେ ବିଶ୍ଵ ଚାହିଁଲା ମା’ !
ସତୁଷ୍ଣ ନୟନେ,
ଉଦାରତା ଭରି ହୃଦେ କି ଇଙ୍ଗିତ ଦେଲୁ ତୁ ସନ୍ତାନେ !
ପାରାବାର ପରପାରେ,
ଦିଗ୍ ବିଦିଗେ ବିଞ୍ଚିଲେ ସେ ଧନ,
ତୋହରି ସନ୍ତାନ !

*** *** *** ***

ସହସ୍ର ବହିତ୍ର ପୁଣି ଶୁକ୍ଳ କରି ବାରିଧି ଉରସେ
ଚଳିଲା, ଦୋହଲି ମନ୍ଦେ ପବମାନ ମଧୁର ପରଶେ !
ଦମ୍ଭଭରେ, ସିନ୍ଧୁପାରେ ଖୋଜିବାକୁ ଅଜ୍ଞାତ ବିଦେଶ,
ଦେବାକୁ ଜଗତଜନେ ଜଗତର ଅଜ୍ଞାତ ସନ୍ଦେଶ
ସ୍ଥାପିବାକୁ ତୋହରି ମା’
ଯୁଗଯୁଗ ବ୍ୟାପିନୀ କିରତି
ଅୟି ଭାଗ୍ୟବତୀ !

*** *** *** ***

“ଅମୃତ କ୍ଷରେ ତୋ ବକ୍ଷୁ, ସେ ଅମୃତ ଖୁଆଇଣ ନିତି
ଗଢିଲୁ ସନ୍ତାନେ ତୋର ମହାବୀର, ହୃଦେ ନାହିଁ ଭୀତି ।
ଢାଲ ତରବାରୀ ଧରି ଉଠିଲା ସେ ଦିଗବିଜୟ ଆଶେ
ଭୂଭଙ୍ଗେ ଲୁଠିଲା ଶତ ନୃପଶିର ତୋ ଚରଣ ପାଶେ,
ଗଙ୍ଗା, କୃଷ୍ଣା, ଗୋଦାବରୀ ସେବିଲେ ତୋ’ ଚରଣ ପୁଲକେ,
ସେ ମହା ପଲକେ !

*** *** *** ***

“କ୍ଷତ୍ରସୀମନ୍ତିନୀ ତୋର ପ୍ରାଣକାନ୍ତେ ବରମାଲ୍ୟ ଦେଇ
ସଂଗ୍ରାମର ଭୀମଭୂମେ ବୀରବେଶେ ଦେଲେକ ପଠାଇ
ବାର୍ତ୍ତାହର ମୁଖେ ଶୁଣି ପ୍ରାଣପତି ସ୍ଵାଧୀନମରଣ
ଜ୍ଜ୍ଵାଳିଲେ ଭୀଷଣ ଚିତା, କରିଲେ ବା କୃପାଣଧାରଣ।
ତୋହରି ପାଇଁକି ମାତ,
ନାରୀ କଲା ଅଦ୍ଭୁତ ସାଧନା
ସ୍ଵାଧୀନ ଜୀବନା !

ଉପସ୍ଥାପନା: ଦେଵ ତ୍ରିପାଠୀ
Spread the love
admin

View Comments

Recent Posts

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

19 hours ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

3 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago