ଲେଖା: ଶ୍ରୀକାନ୍ତ ସିଂହ
~ ମସ୍ତରାମ ମଠ ~
ବିପୁଳ ଓ ବ୍ୟାପକ ସନାତନ ଧର୍ମ କେଉଁ ଆବାହମାନ କାଳରୁ ଆର୍ଯ୍ୟଭୂମି ଭାରତରେ ଅନୁସୃତ ହୋଇଆସୁଛି । ଏହି ଧର୍ମଧାରାକୁ ଅକ୍ଷୁର୍ଣ୍ଣ ଓ ଅବ୍ୟାହତ ରଖିବା ପାଇଁ ଆମର ମଠଗୁଡ଼ିକ ସର୍ବଦା ତତ୍ପର। ସନାତନ ଧର୍ମର ଭିନ୍ନ ଭିନ୍ନ ସିଦ୍ଧାନ୍ତ, ଓ ସମ୍ପ୍ରଦାୟ ତତ୍ଜାତୀୟ ମଠଗୁଡ଼ିକରେ ପରମ୍ପରାକ୍ରମେ ସୁରକ୍ଷିତ ହୋଇ ରହିଛି ।
ପ୍ରାୟତଃ ଶାସ୍ତ୍ରବିଚାର, ସେବାପୂଜା, ନାମ ସଂକୀର୍ତ୍ତନ ଓ ଧ୍ୟାନଧାରଣା ପ୍ରଭୃତି ଶିକ୍ଷା ଦେବା ତଥା ଅଖଣ୍ଡିତ ଭାବେ ଆଚରଣ କରିବା ମଠଗୁଡ଼ିକର ମୂଳକାର୍ଯ୍ୟ। ଏଣୁ ଆଧ୍ୟାତ୍ମିକ ଓ ପାରମାର୍ଥିକ ଦୃଷ୍ଟିକୋଣରୁ ବିଚାର କଲେ ସମାଜରେ ମଠମାନଙ୍କର ସ୍ଥାନ ଅତୁଳନୀୟ। ରାଜା, ମହାରାଜା, ଜମିଦାରମାନଙ୍କର ପ୍ରତ୍ୟକ୍ଷ ସହାୟତା ଫଳରେ ଦିନେ କେବେ ମଠଗୁଡ଼ିକ ବେଶ ସୁରକ୍ଷିତ ଓ ସନାତନ ଧର୍ମର ବ୍ୟାପକ ପ୍ରଚାର କରାଉଥିଲେ !
ଆମର #ପରମ_ଐତିହାସିକ_ସ୍ଥଳୀ_କଟକ ରେ ମଧ୍ୟ ଏକଦା ଦୃଶ୍ୟମାନ ହେଉଥିଲେ ଶତାଧିକ ପ୍ରାଚୀନ ମଠମାନ ! ଶୈବ, ଶାକ୍ତ, ଗାଣପତ୍ୟ ସର୍ବୋପରି ଜଗନ୍ନାଥ ଚେତନାସିକ୍ତ ସହରଟିରେ ମଠମାନେ ନିର୍ବାହ କରୁଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା ! ଓଡ଼ିଆ ସାହିତ୍ୟ, ଲୋକସଂସ୍କୃତିର ପ୍ରଚାରପ୍ରସାର ହେଉ ଅବା #ଓଡ଼ିଆଙ୍କ_ପ୍ରାଣସ୍ପନ୍ଦନ #ଓଡ଼ିଆ_ଭାଗବତର ପରିବ୍ୟାପ୍ତି କରି ! ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ଭଞ୍ଜୀୟ କାବ୍ୟକୃତିକୁ ଓଡ଼ିଶା ମାଟିର #ବିଲର_ଚଷା_ଅନ୍ତଃପୁରର_ଯୋଷା ତୁଣ୍ଡରେ ପହଞ୍ଚାଇପାରିଥିଲା ଏଇ ସହରର ମଠ ! ଓଡ଼ିଆ ଭାଷାସୁରକ୍ଷାରେ କେଉଁ ମଠ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା କିଏ ଅବା ପୁସ୍ତକ ପ୍ରକାଶନରେ !
ମାତ୍ର କିଏ ଅବା ଧ୍ୟାନ ଦେଲା ସେ ମହନୀୟ ମଠମାନଙ୍କର ସୁରକ୍ଷା ପାଇଁ ! ସମୟ ସୁଅରେ ଆଜି ଅଧିକାଂଶ ଭଗ୍ନ, ରୁଗ୍ଣ, ଲୁପ୍ତ ଅବା ଅଧିକୃତ ! ଏସବୁ ଧାର୍ମିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନମାନ ସର୍ବଦା ଗବେଷକ କିମ୍ବା ଐତିହାସିକଙ୍କ ସଦୟ ଦୃଷ୍ଟିରୁ ବଞ୍ଚିତ ରହିଆସିଛନ୍ତି !
୨୫୦୦ ବର୍ଷର ସହର କଟକର ଅନେକ ପୁରାତନ ମଠ ଭିତରୁ #ମାନସିଂହପାଟଣା#ମସ୍ତରାମ_ମଠ ଅନ୍ୟତମ l ‘ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା’ର ପରବର୍ତ୍ତୀ ପର୍ବ ଭାବେ !
ଷୋଡ଼ଶ ଶତାବ୍ଦୀରେ ଯେତେବେଳେ ଉତ୍କଳରେ ମୋଗଲ ଶାସନର ଅୟମାରମ୍ଭ ହେଲା, ସେତେବେଳେ ମୋଗଲ ସେନାପତି ରାଜପୁତ ରାଜା #ମାନସିଂହ ଓଡ଼ିଶା ଆସିଥିଲେ ଏବଂ #ବାରବାଟୀ_ଦୂର୍ଗ ର ଅନତି ଦୂରରେ ନାଗା ସନ୍ନ୍ୟାସୀ ମସ୍ତରାମଙ୍କ ପରାମର୍ଶ କ୍ରମେ ଏକ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ l ଯାହାକି ବର୍ତ୍ତମାନ ମସ୍ତରାମ ମଠ ନାମରେ ଓ ଅଞ୍ଚଳର ନାମ ମାନସିଂହ ପାଟଣା ନାଁରେ ଜନମାନସରେ ପରିଚିତ l
କଟକର ଦୋଳଯାତ୍ରା ସମୟରେ ଏହି ମସ୍ତରାମ ମଠ ଏକ ଅଗ୍ର ଭୂମିକା ନିର୍ବାହ କରେ l #ପଞ୍ଚୁଦୋଳ ସମୟରେ ଠାକୁରଙ୍କ ଚଳନ୍ତି ପ୍ରତିମା #ଚୌଦ୍ବାର ର ଶଙ୍କରପୁରକୁ ବିଜେ କରୁଥିଲେ; ମାତ୍ର ଏବେ ୨୦ ବର୍ଷ ହେବ ଏହି ପରମ୍ପରାରେ ବ୍ୟତିକ୍ରମ ଘଟିଛି l
ଠାକୁରଙ୍କ ଶହଶହ ଏକର ଚାଷ ଜମି ଏବେ ଭୋଗ ଦଖଲ ତଥା ଜବର ଦଖଲରେ ଥିବା ଶୁଣାଯାଏ ଏବଂ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଘରଭଡ଼ାରୁ ମିଳୁଥିବା ସ୍ବଳ୍ପ ଅର୍ଥରେ ଅନୁଷ୍ଠିତ ହେଉଥିବା ଜଣାଯାଏ l
କର୍ପୂର ଉଡ଼ିଯାଇଛି ସତ ହେଲେ କପଡ଼ା ପଡ଼ିରହିଛି l ଏଣୁ ଅଞ୍ଚଳବାସୀଙ୍କର ଏହି ମସ୍ତରାମ ମଠ ପ୍ରତି ଅନେକ ଉତ୍ତରଦାୟିତ୍ବ ରହିଥିବା ଅନୁଭବ ହୁଏ l
ଉଲ୍ଲେଖଯୋଗ୍ୟ ଯେ ରାଜା ମାନସିଂହଙ୍କ ସମୟରେ ଅନେକ ରାଜପୁତ ରାଜସ୍ଥାନରୁ ଓଡ଼ିଶା ଆସିଥିଲେ l ରାଜା ମାନସିଂହ ଓଡ଼ିଶାରେ ମୋଗଲଶାସନ ପ୍ରତିଷ୍ଠା କରି ଦିଲ୍ଲୀ ଫେରି ଯାଇଥିଲେ ସତ, ମାତ୍ର ବହୁସଂଖ୍ୟକ ରାଜପୁତ ଏ ସହରର ମୋହରୁ ନିଜକୁ ମୁକୁଳାଇ ନ ପାରି ଆପଣାଇ ନେଇଥିଲେ ଏ ସହରକୁ, ଚିରଦିନ ପାଇଁ !
ବନ୍ଦେ ଉତ୍କଳ ଜନନୀ ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago