ରଚନା: ଡାକ୍ତର ସନତ କୁମାର ଦାସ ଅଧୁନାତନ ଯୁଗର ଶ୍ରେଷ୍ଠ ଓଡିଆ ସାହିତ୍ୟିକ ସେ, ଅମଳିନ ଧ୍ରୁବତାରା, ଅଗଣିତ ପାଠକଙ୍କ ପାଇଁ ଶ୍ରଦ୍ଧାସ୍ପଦ ବ୍ୟକ୍ତିତ୍ବ, ଯାହାଙ୍କର ମଧୁମୟ ସୃଷ୍ଟି ସିକ୍ତ କରେ ସାରା ବିଶ୍ବର ଆତ୍ମାକୁ ମଧୁର ସାହିତ୍ୟ ରସରେ ! ଯାହାଙ୍କ ପରିଚୟ କେବେ ଲୋଡା ହୁଏନା, ବରଂ ଯାହାଙ୍କୁ ନେଇ ଆଧୁନିକ ଓଡ଼ିଆ ସାହିତ୍ୟର ପରିଚୟ . . ସେ ପଦ୍ମଭୂଷଣ ମନୋଜ ଦାସ ! ବିଶ୍ୱସାହିତ୍ୟର ସେଇ ଅମଳିନ ଧୃବତାରାଙ୍କ ପ୍ରତି ଭାବାପ୍ଲୁତ ଶ୍ରଦ୍ଧା ଜ୍ଞାପନ ଏଇ ମନୋଜ୍ଞ କବିତା ମାଧ୍ୟମରେ। ଶବ୍ଦର ଆଖେଟ ପର୍ବେ ଲେଖନୀ ଯା’ ଅନନ୍ୟ କାର୍ମୂକ, ସାହିତ୍ୟର ମହାନଦୀ କୂଳେ ଶମିତ ଗମ୍ଭୀର ସ୍ନିଗ୍ଧ ବ୍ଯାସୋପମ ଅତି ଉଚ୍ଚ ଏକ ମୋହମୂଢ ମରଣର ତୁଟାଇ ଅନ୍ଧାର ସେହିପରି କେଣେ ଗଲା କେଣେ ଗଲା ବୋଲି ସମ୍ଭବାଏ ଯେ’ ପ୍ରେରଣା ସାମଗ୍ରିକ କଳା ଓ ସାହିତ୍ୟ ଦିଗବାରେଣୀ ଯା’ ଲେଖା ବିଚ୍ଛୁରେ ପ୍ରକାଶ ଚେତନାର ଭୀମକାନ୍ତ ଅଭିଯାନ ପଥେ ସୃଜନ ସମଗ୍ରେ ଯା’ର ସରସ୍ବତୀ ଶାଶ୍ଵତ ବିଳାସ | |
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…