ସୌରଭିତ ସୃଷ୍ଟି: ପଣ୍ଡିତ ଗୋଦାବରୀଶ ମିଶ୍ର
ପଣ୍ଡିତ ଶ୍ରୀ ଗୋଦାବରୀଶ ମିଶ୍ର, ସତ୍ୟଵାଦୀ ଵନଵିଦ୍ୟାଳୟର ଶିକ୍ଷକ ଥିଵା ସମୟରେ ଦୂର ଅଧିଵାସୀ ଏକ ଛାତ୍ରର ଅକାଳ ଵିୟୋଗରେ ଏହି କଵିତା ‘ଭାଇ’ ଲେଖାଯାଇଥିଲା ।
ମରଣେ ମୁଦି ସେ ନୟନଯୁଗଳ
ଅନ୍ତିମ ତଳପେ ଶୋଇଛି ଭାଇ
ସୋଦର ଵନିତା ତନୟ ସେନେହ
ପରାଣୁ ନିଠୁରେ ଵିସୋରିଦେଇ ।
କୁଟୀରୁ ଅନ୍ତର କରି ନେଇ ତ୍ଵରା
ଶ୍ମଶାନେ ଦେବେ ସେ ତନୁ ଜାଳି
ପ୍ରତିଵାସୀ ଚିର ହୃଦ୍ ଘେନାଘେନି
ନିରଦୟ ଚିତା ଅନଳେ ଢାଳି ।
ତନୟ ଵନିତା କରୁଣ ଵିଳାପେ
ପୂରିଛି ତାପିତ କୁଟୀର ସାରା
ନିତି ଯହିଁ ଖେଳେ ସ୍ନେହ ସୁଧାହାସ
ଵହେ ଆଜି ଶୋକ-ଲୋତକ ଧାରା ।
ଭାଇ ଟି ନୀରଵେ ଠିଆହୋଇ ପାଶେ
ଉଦାସେ କି ଅବା ଭାଳଇ ମନେ
ଯୁଗଳ ଜୀଵନେ କେତେ ତ କାନ୍ଦିଛି
ଲୁହ ନାହିଁ ଆଜି ନୟନ କୋଣେ ।
କରମେ ଵିରାମେ,ଶୟନେ ସପନେ
ଭାଇ ଟା ଏକା ସେ ଧିଆନ ତା’ର
ମୋହନ ନିଵେଶେ ଵହିଯାଏ ହୃଦେ
ସୋଦର ନିସର୍ଗ ସେନେହ ଭାର ।
ଅଧିକୁ ଅଧିକ ବଢ଼ଇ ଵିଳାପ
ଜଣୁ ଜଣେ ଆସି କାନ୍ଦଇ ବସି
ଭାଇ ଟି ନିରଵେ ହୋଇଛି ଠିଆ ତ
ବିନ୍ଦୁ ଵାରି ନେତ୍ରେ ନ ଉଠେ ଭାସି ।
ପ୍ରତିଵାସୀ ଜନେ ଉଠାଇ ଶଵଟି
କୁଟୀରୁ ଅନ୍ତର କଲେକ ତହୁଁ
ଅଶ୍ରୁନୀରେ ଗଲା ତିନ୍ତି ଭାଇ ତନୁ―
‛କି ଲାଗି ଭାଇ ଏ କୁଟୀର ଆଉ’ ?
ଉପସ୍ଥାପନା: ଶିଶିର ସାହୁ ମନୋଜ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago