ଲେଖା: ଶ୍ରୀକାନ୍ତ ସିଂହ

ଗୋଟେ ପାଖରେ କଣ୍ଟିଲୋର ନୀଳମାଧବ ଓ ଅନ୍ୟ ପାଖରେ ରତ୍ନଗିରି ପାଦଦେଶରେ ଥିବା ଭଟ୍ଟାରିକା ଦେଵୀପୀଠ ଆଉ ମଝିରେ ମହାନଦୀର ସୁ-ବିସ୍ତାର ବକ୍ଷ l ମହାନଦୀର ଉତ୍ପତ୍ତି ସ୍ଥଳରୁ ସାଗର ବିଲୟ ପର୍ଯ୍ୟନ୍ତ ସୁଦୀର୍ଘ ଯାତ୍ରା ପଥରେ ଏହି ବଡମ୍ବାଠାରେ ହିଁ ନଦୀର ଶଯ୍ୟା ବୋଧହୁଏ ସବୁଠୁ ଅଧିକ ଚଉଡ଼ା ଓ ବିସ୍ତିର୍ଣ୍ଣ l

ମା’ ବୃହଦମ୍ବା ବା ଭଟ୍ଟାରିକା ଦେଵୀପୀଠରୁ ନଦୀ ଆରପାଖେ ଥିବା ନୀଳମାଧବଙ୍କ ମନ୍ଦିର ଦୃଶ୍ୟମାନ ହୁଏ ଆଉ ନୀଳମାଧଵଙ୍କ ମନ୍ଦିରରୁ ନଦୀ ଏପାଖରେ ଥିବା ଅଭୟଦାୟିନୀ ଭଟ୍ଟାରିକା ଦେଵୀଙ୍କ ଦେଉଳ ଦୃଶ୍ୟମାନ ହୁଏ l


ରାଇଜର ପ୍ରତିଷ୍ଠିତ ଶକ୍ତିପୀଠ ମାନଙ୍କ ମଧ୍ୟରେ ମା’ ଭଟ୍ଟାରିକା ପୀଠ ଅନ୍ୟତମ l ମା’ ଏଠାରେ ଅଭୟଦାୟିନୀ, ସିଦ୍ଧି ପ୍ରଦାୟିନୀ ଓ କଲ୍ୟାଣମୟୀ l

କିମ୍ବଦନ୍ତୀ କହେ ପିତା ଜମଦଗ୍ନିଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସହସ୍ରାର୍ଜୁନ ସହିତ ଯୁଝିବା ପୂର୍ବରୁ ଭଗବାନ ପର୍ଶୁରାମ ଏଠାରେ ଜଗଦଜନନୀଙ୍କୁ ଆରାଧନା କରିଥିଲେ l କୁହାଯାଏ ଏହି ରତ୍ନଗିରି ପର୍ବତରେ ହିଁ ପର୍ଶୁରାମଙ୍କ ହାତରୁ ପର୍ଶୁ ଭୂମିରେ ଖସି ପଡ଼ିଥିଲା ଅତଏବ ଏଠାରେ ନିଶ୍ଚିତ ଭାବେ କୌଣସି ଅଲୌକିକ ଶକ୍ତି ଥିବାର ଆଭାସ ପାଇଥିଲେ ଭଗବାନ ପର୍ଶୁରାମ l


ରତ୍ନଗିରି ପାହାଡ଼ ଉପରେ ଭଗବାନ ପର୍ଶୁରାମ ମା’ ଆଦିଶକ୍ତିଙ୍କୁ ଆରାଧନା କରିଥିଲେ l ଆଉ ପର୍ଶୁରାମଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମା’ ସ୍ୱୟଂ ପ୍ରକଟ ହୋଇ ତାଙ୍କୁ ଅଭୟ ପ୍ରଦାନ କରିବା ସହିତ ଧନୁ ଓ ତୀର ଅର୍ପଣ କରି ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ l ମା’ଙ୍କୁ ନ ପାଇ ତାଙ୍କ ସ୍ୱରୂପକୁ ଭଗବାନ ପର୍ଶୁରାମ ଏକ ପଥର ଉପରେ ତୀର ମୁନରେ ଅଙ୍କନ କରି ପୂଜାର୍ଚନା କରିଥିଲେ l


ତୀର ମୁନରେ ଅଙ୍କିତ ପାଷାଣ ପ୍ରତିମା ହିଁ ମା’ଙ୍କ ସ୍ୱରୂପ ରୂପେ ଭଟ୍ଟାରିକା ନାମରେ ତ୍ରେତୟା ଯୁଗରୁ ପୂଜାପାଇ ଆସୁଛନ୍ତି l ଏହି ପୀଠଟି ପର୍ଶୁରାମ ପୀଠ ରୂପେ ମଧ୍ୟ ଜନମାନସରେ ପରିଚିତ l ମା’ ଭଟ୍ଟାରିକା ଏଠାରେ ଅଭୟଦାୟିନୀ, ସିଦ୍ଧିପ୍ରଦାୟିନୀ ଆଉ କଲ୍ୟାଣମୟୀ ଜଗତଜନନୀ l


~ ନୀଳମାଧଵ ~
ଜଗନ୍ନାଥ ସଂକୃତିରେ ନୀଳମାଧବଙ୍କ ଅସ୍ତିତ୍ୱ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ l ରାଜା ଇନ୍ଦ୍ରଦ୍ୟୁମ୍ନ, ବିଶ୍ୱାବସୁ, ଲଳିତା, ବିଦ୍ୟାପତି ଓ ନୀଳମାଧବଙ୍କୁ ନେଇ ଥିବା ସୁନ୍ଦର ଆକ୍ଷ୍ୟାୟିକା ଆମ ସଭିଙ୍କୁ ପ୍ରାୟ ଜଣା l ଏଣୁ ନୀଳମାଧଵଙ୍କୁ ଛାଡ଼ି ଶ୍ରୀଜଗନ୍ନାଥ ସଂସ୍କୃତି ଅଧୁରା l ଶ୍ରୀଜଗନ୍ନାଥ ଓ ନୀଳମାଧଵ ଏକ ଓ ଅଭିନ୍ନ l

ମହାନଦୀ କୂଳରେ ଥିବା କଣ୍ଟିଲୋ ଗ୍ରାମର ସବୁଜ ବନାନୀଘେରା ବ୍ରହ୍ମlଦ୍ରି ପାହାଡ଼ ଉପରେ ନୀଳମାଧବଙ୍କ ମନ୍ଦିର ଦଣ୍ଡାୟମାନ l ପାଦଦେଶରେ ମହାନଦୀ, କୁଆଁରିଆ ଓ କୁସୁମି ନଦୀ ପ୍ରବାହିତ l ପ୍ରୟାଗର ତ୍ରିବେଣୀ ସଙ୍ଗମରେ ବେଣୀମାଧବ ପୂଜା ପାଉଥିବା ବେଳେ ଏଠାକାର ତ୍ରିବେଣୀ ସଙ୍ଗମରେ ଇନ୍ଦ୍ରନୀଳ ନୀଳମାଧବ ପୂଜା ପାଉଛନ୍ତି l


ଶ୍ରୀମନ୍ଦିର ପରି ଏ ମନ୍ଦିରରେ ମଧ୍ୟ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି ଆଉ ରୀତିନୀତିରେ ମଧ୍ୟ ସମାନତା ଥିବା ପରିଲକ୍ଷିତ ହୁଏ l ମନ୍ଦିର ଚାରିପାଖରେ ଚାରିଗୋଟି ଦ୍ୱାର ରହିଛି l ମନ୍ଦିର ପ୍ରାଚୀର ପାଖରେ ଛିଡ଼ା ହେଲେ ନଦୀ ଆରପାରିରେ ମା’ ଭଟ୍ଟାରିକା ପୀଠ ମନ୍ଦିର ଦୃଷ୍ଟିଗୋଚର ହୁଏ l

କଂସା-ପିତ୍ତଳର ବାସନକୁସନ ଓ ଘଣ୍ଟ ଘଣ୍ଟା ପାଇଁ ଏହି କଣ୍ଟିଲୋ ଗ୍ରାମର ମଧ୍ୟ ପ୍ରସିଦ୍ଧି ରହିଛି l ଏହି ଦୁଇଟି ଦେବସ୍ଥାନକୁ ବର୍ଷର ସବୁ ସମୟରେ ବୁଲି ଯାଇହେବ l ମାତ୍ର ବର୍ଷା ଦିନରେ ଟିକେ ସତର୍କ ରହିବା ଭଲ l 

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago