ଲେଖା: ବନ୍ଧନ ଦଳାଇ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜନମାନସ, ଓଡ଼ିଆ ସଂସ୍କୃତି, ମାଟି, ପାଣି, ପବନ ଏବଂ ସର୍ବୋପରି ଓଡିଶା ଭୂଖଣ୍ଡ ସହ ଓତଃପ୍ରୋତ ଭାବରେ ଜଡିତ! ମଣିମା ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳର ରାଷ୍ଟ୍ରଦେବତା, ସର୍ବଧର୍ମର ସମନ୍ୱୟ । ରଥଯାତ୍ରା ଜାତି ଧର୍ମ ବର୍ଣ ନିର୍ବିଶେଷରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏ ବଡଦାଣ୍ଡରେ ବିଦେଶୀ-ସ୍ୱଦେଶୀ,ଧନୀ-ଦରିଦ୍ର, ବ୍ରାହ୍ମଣ-ଚଣ୍ଡାଳ ସମସ୍ତେ ହୋଇଯାଆନ୍ତି ଏକାକାର। ସେ ହେଉଛନ୍ତି ଭାବର ଠାକୁର, ଭକ୍ତିର ଠାକୁର ଓ ଭକ୍ତର ଏକାନ୍ତ ନିଜର। ଭକ୍ତର ଭାବ ଗ୍ରହଣ କରି ସେ ଭାବ ବିନୋଦିଆ। ଭକ୍ତର ଏକାନ୍ତ ଠାକୁର ହେଉଛନ୍ତି ଦାରୁବ୍ରହ୍ମ ଜଗନ୍ନାଥ। କବି ତଥା ମହାପ୍ରଭୁଙ୍କ ପରମ ଭକ୍ତ ସାଲବେଗ, ଭକ୍ତ ସହିତ ଜଗନ୍ନାଥଙ୍କର ସଂପର୍କକୁ ଅବତାରଣା କରିବାକୁ ଯାଇ ଗାଇଛନ୍ତି- ଭକ୍ତର ଭଗବାନ ସେ। ଜଗନ୍ନାଥ କିପରି ଭକ୍ତର ବନ୍ଧୁ ସେ ବିଷୟରେ ବହୁ ଦିବ୍ୟାନୁଭୂତିର ବର୍ଣ୍ଣନା ଦେଖିବାକୁ ମିଳିଥାଏ। ସାତଶ ପଞ୍ଚାଶ କୋଶ ଦୂର ପୁରୀରୁ ବୃନ୍ଦାବନ। ଭକ୍ତ ସାଲବେଗ ତୀର୍ଥଯାତ୍ରାରେ ସେତେବେଳେ ବୃନ୍ଦାବନରେ ଥାଆନ୍ତି । ଆଗକୁ ପୁରୀରେ ଜଗାକାଳିଆର ରଥଯାତ୍ରା। ଭକ୍ତ ସାଲବେଗ ନନ୍ଦିଘୋଷରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ ତରତର ହୋଇ ବୃନ୍ଦାବନରୁ ବାହାରି ପଡ଼ିଲେ । ମନ ଯାଇ କାଳିଆ ପାଖରେ, କିନ୍ତୁ ରୋଗାକ୍ରାନ୍ତ ଶରୀର ଅନୁମତି ଦେଉନାହିଁ ମନରେ ଆଶଙ୍କା ସେ କ’ଣ ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ଦର୍ଶନ କରିପାରିବେ ନାହିଁ ! ହାତଟେକି ନିଜକୁ ଜଗନ୍ନାଥଙ୍କ ପାଦତଳେ ସମର୍ପଣ କରି ଗାଇଉଠିଲେ – ଗୁଣ୍ଡିଚା ରଥଯାତ୍ରା ସରି ବାହୁଡାଯାତ୍ରା ଆରମ୍ଭ ହୋଇଗଲାଣି କିନ୍ତୁ ଭକ୍ତ ସାଲବେଗ ଏ ପର୍ଯ୍ୟନ୍ତ ବଡଦାଣ୍ଡରେ ପହଞ୍ଚି ନାହାନ୍ତି ! ଅଟକିଗଲା ବଡଦାଣ୍ଡରେ ନନ୍ଦିଘୋଷ ! ଗଡିଲା ନାହିଁ ଆଗକୁ ! ସେବକ ମାନଙ୍କର ସମସ୍ତ ପ୍ରୟାସ ବ୍ୟର୍ଥ ହେଲା ! ସାଲବେଗ ବଡଦାଣ୍ଡରେ ପହଞ୍ଚି ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ ପ୍ରଭୁ ! ଏ ପର୍ଯ୍ୟନ୍ତ ନନ୍ଦିଘୋଷ ରଥରେ ଅଟକି ରହିଛନ୍ତି, ଗଡିଗଲେ ଶରଧା ବାଲିରେ ହାତଯୋଡି ଭୂମିଷ୍ଠ ପ୍ରଣାମ କଲେ । ଭକ୍ତର ମନୋବାଂଚ୍ଛା ପୂରଣ ହେଲା ପରେ ନନ୍ଦିଘୋଷ ରଥ ଘର୍ଘର ନାଦ କରି ଗଡିଲା ବଡଦାଣ୍ଡରେ ! ହରିବୋଲ ହୁଳହୁଳିରେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଲା । ଭାବଭକ୍ତି ସହକାରେ ବୋଲିବାକୁ ଲାଗିଲେ ମହାନ ଭକ୍ତ ସାଲବେଗ –
| | |